ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟର ନାମ ପରିବର୍ତ୍ତନ କରି ‘ଚୌକିଦାର ନରେନ୍ଦ୍ର ମୋଦି’ କରିଛନ୍ତି। ଏଥିସହ #mainbhichowkidar କ୍ଯାମ୍ପେନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ମୁଁ ଏକା ନୁହେଁ, ଯିଏ ବି ଦୁର୍ନୀତି ବିରୋଧରେ ଲଢୁଛି, ସାମାଜିକ ନ୍ଯାୟ ଓ ସ୍ବଚ୍ଛତା ପାଇଁ ଲଢୁଛି, ଦେଶର ବିକାଶ ଚାହୁଁଛି ସେ ବି ଚୌକିଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି।
ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ସମେତ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ମାନେ ମଧ୍ଯ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି।
Your Chowkidar is standing firm & serving the nation.
But, I am not alone.
Everyone who is fighting corruption, dirt, social evils is a Chowkidar.
Everyone working hard for the progress of India is a Chowkidar.
Today, every Indian is saying-#MainBhiChowkidar
— Chowkidar Narendra Modi (@narendramodi) 16 March 2019
देश बदला, विश्वास बढा।
हर व्यक्ति में चौकीदार मिला।।#MainBhiChowkidar#ChowkidarPhirSe pic.twitter.com/Lr0wJzWSZX— Chowkidar Jagat Prakash Nadda (@JPNadda) 17 March 2019
As Chowkidars of our nation, we are committed to creating a clean economy by using cashless financial transactions.
The menace of corruption and black money has adversely affected us for decades. Time to eliminate these for a better future. #MainBhiChowkidar #ChowkidarPhirSe pic.twitter.com/y44vwyM4xs
— Chowkidar Piyush Goyal (@PiyushGoyal) 17 March 2019
जिसने बनाया स्वच्छता को संस्कार...वो है चौकीदार। #MainBhiChowkidar
कहो दिल से #ChowkidarPhirSe pic.twitter.com/jLqn6atvXR
— Chowkidar Amit Shah (@AmitShah) 17 March 2019
ଶିକ୍ଷା, ସ୍ବାସ୍ଥ୍ଯ, ସ୍ବଚ୍ଛତାକୁ ନେଇ ବିଭିନ୍ନ ଭିଡିଓ ମଧ୍ଯ ବିଜେପି ନେତାଙ୍କ ଦ୍ବାରା ଅପଲୋଡ ହୋଇଛି । ଯେଉଁଥିରେ ସରକାରଙ୍କ ସଫଳତା ସାଙ୍ଗକୁ ଆଭିମୁଖ୍ଯକୁ ଦର୍ଶାଯାଇଛି। ମାର୍ଚ୍ଚ ୩୧ ସନ୍ଧ୍ଯା ୫ଟାରେ ମଧ୍ଯ ନରେନ୍ଦ୍ର ମୋଦିଙ୍କ ସମାବେଶରେ ସାମିଲ ହେବା ପାଇଁ ମଧ୍ଯ ଭିଡ଼ିଓରେ ଅନୁରୋଧ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।