Advertisment

ସିଭିଲ୍ ସର୍ଭିସ୍ ପ୍ରିଲିମରେ ୧୫ହଜାର ଛାତ୍ରଛାତ୍ରୀ ସଫଳ

ନୂଆଦିଲ୍ଲୀ: ପ୍ରକାଶିତ ହୋଇଛି ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପାରକ୍ଷାର ଫଳ।  ଏଥିରେ ସାରା ଦେଶରେ ମୋଟ ୧୫,୦୦୮ ଜଣ ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି।  ୟୁନିୟନ୍ ପବ୍ଲିକ ସର୍ଭିସ୍ କମିଶନ୍ (ୟୁପିଏସସି) ସଚିବ ଅସୀମ୍ ଖୁରାନା ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ସିଭିଲ ସର୍ଭିସ୍ ପାଇଁ ୯,୪୫,୯୦୮ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଅଗଷ୍ଟ ୨୩ ହୋଇଥିବା ପ୍ରିଲିମନାରୀ ପରୀକ୍ଷା ହୋଇଥିଲା। ଦେଶର ୭୧ଟି ସହରରେ ୨,୧୮୬ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ […]

author-image
Rakesh Mallick
ସିଭିଲ୍ ସର୍ଭିସ୍ ପ୍ରିଲିମରେ ୧୫ହଜାର ଛାତ୍ରଛାତ୍ରୀ ସଫଳ

IndiaTv7681f3_upsc_embed

ନୂଆଦିଲ୍ଲୀ: ପ୍ରକାଶିତ ହୋଇଛି ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପାରକ୍ଷାର ଫଳ।  ଏଥିରେ ସାରା ଦେଶରେ ମୋଟ ୧୫,୦୦୮ ଜଣ ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି।  ୟୁନିୟନ୍ ପବ୍ଲିକ ସର୍ଭିସ୍ କମିଶନ୍ (ୟୁପିଏସସି) ସଚିବ ଅସୀମ୍ ଖୁରାନା ଏହି ସୂଚନା ଦେଇଛନ୍ତି।

Advertisment

ଚଳିତବର୍ଷ ସିଭିଲ ସର୍ଭିସ୍ ପାଇଁ ୯,୪୫,୯୦୮ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଅଗଷ୍ଟ ୨୩ ହୋଇଥିବା ପ୍ରିଲିମନାରୀ ପରୀକ୍ଷା ହୋଇଥିଲା। ଦେଶର ୭୧ଟି ସହରରେ ୨,୧୮୬ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।  ୪.୬୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଯାହାକି ସମୁଦାୟ ଆବେଦନ ପତ୍ରର ୪୯ ପ୍ରତିଶତ ଥିଲା। ପ୍ରିଲିମ୍ ପରୀକ୍ଷା ହେବାର ୫୦ ଦିନ ପରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ବୋଲି ୟୁପିଏସସି ସଚିବ ଅସୀମ ଖୁରାନା ସୂଚନା ଦେଇଛନ୍ତି। ପ୍ରିଲିମରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ଡିସେମ୍ବର ୧୮ରେ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଫର୍ମ ଫିଲପ୍ ଅନଲାଇନ ମାଧ୍ୟମରେ କରିପାରିବେ।  ସିଭିଲ୍ ସର୍ଭିସ୍ (ମେନ୍) ପାଇଁ ପ୍ରିଲିମରେ ସଫଳ ହୋଇଥିବା ଆଶାୟୀମାନେ ଏହି ଆବେଦନ  କରିବେ ବୋଲି ସେ କହିଛନ୍ତି।