Advertisment

ଦଶମ ପରେ CBSE ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: CBSE ଦ୍ୱାଦଶ ପରୀକ୍ଷା ବାତିଲ। ଦେଶର କରୋନା ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ପରେ ଏହି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏନେଇ ଟ୍ୱିଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ।  ଏନେଇ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ।  ପିଲା, ଅଭିଭାବକଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାପ୍ତି ଦରକାର। ଏଭଳି ସ୍ଥିତିରେ ପିଲାଙ୍କୁ ପରୀକ୍ଷା ପାଇଁ […]

ଅଦ୍ୟତନ ହୋଇଛି
ଦଶମ ପରେ CBSE ଦ୍ୱାଦଶ ପରୀକ୍ଷା ବାତିଲ

cbse

Advertisment

ନୂଆଦିଲ୍ଲୀ: CBSE ଦ୍ୱାଦଶ ପରୀକ୍ଷା ବାତିଲ। ଦେଶର କରୋନା ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ପରେ ଏହି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏନେଇ ଟ୍ୱିଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ।  ଏନେଇ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ।  ପିଲା, ଅଭିଭାବକଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାପ୍ତି ଦରକାର। ଏଭଳି ସ୍ଥିତିରେ ପିଲାଙ୍କୁ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବନାହିଁ। ଆଜି ପରୀକ୍ଷା ନେଇ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଏହି ମିଟିଂରେ ବରିଷ୍ଠ ମନ୍ତ୍ରୀ, ସଚିବମାନେ ଉପସ୍ଥିତ ଥିଲେ। ପରୀକ୍ଷା ବାତିଲ କରାଯିବ କି ନାହିଁ, ତା’ ଉପରେ ଆଲୋଚନା ହୋଇଥିଲା।  ପୂର୍ବରୁ କୋଭିଡ୍ ପାଇଁ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍ ହୋଇଛି।
https://twitter.com/narendramodi/status/1399729887020126212?s=20

Advertisment

ହେଲେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇ ଥିଲା । ଯାହାକୁ ଆଜି ବାତିଲ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ସିବିଏସ୍‌ଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଜୁନ୍‌ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ କରୋନାର ଦ୍ୱିତୀୟ ଲହରୀରେ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷାକୁ ବାତିଲ କରାଯାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe