Advertisment

ହରିୟାଣା ଲଭ୍ ଜିହାଦ୍ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ଫରିଦାବାଦ୍: ବଲ୍ଲଭଗଡ଼ ଲଭ୍ ଜିହାଦରେ ନିକିତା ତୋମର ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି। ଏନେଇ ହରିୟାଣା ସରକାର କଡ଼ା ପଦକ୍ଷେପ ନେବାକୁ ଅଣ୍ଟା ଭିଡି଼ଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଆଜି ଲଭ୍ ଜିହାଦ୍ ମାମଲାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହି ମାମଲାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ ବିଚାର କରାଯାଉଛି। ଖଟ୍ଟର କହିଛନ୍ତି ଯେ, ବଲ୍ଲଭଗଡ଼ରେ ଛାତ୍ରୀ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ହରିୟାଣା ଲଭ୍ ଜିହାଦ୍ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

love-zihad

ଫରିଦାବାଦ୍: ବଲ୍ଲଭଗଡ଼ ଲଭ୍ ଜିହାଦରେ ନିକିତା ତୋମର ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି। ଏନେଇ ହରିୟାଣା ସରକାର କଡ଼ା ପଦକ୍ଷେପ ନେବାକୁ ଅଣ୍ଟା ଭିଡି଼ଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଆଜି ଲଭ୍ ଜିହାଦ୍ ମାମଲାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହି ମାମଲାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଉଭୟ ସ୍ତରରେ ବିଚାର କରାଯାଉଛି।

Advertisment

ଖଟ୍ଟର କହିଛନ୍ତି ଯେ, ବଲ୍ଲଭଗଡ଼ରେ ଛାତ୍ରୀ ନିକିତା ତୋମାରଙ୍କ ହତ୍ୟା ଘଟଣାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ଏହାକୁ ଲଭ୍ ଜିହାଦ ମାମଲାକୁ କୁହାଯାଉଛି। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେ ଦିଗରେ ସରକାର ସମ୍ପୂର୍ଣ୍ଣ ଚେଷ୍ଟା କରିବ ବୋଲି ସେ କହିଛନ୍ତି।

ନିର୍ଦ୍ଦୋଷକୁ ଯେପରି କୌଣସି ସମସ୍ୟା ନ ହୁଏ ଏବଂ ଦୋଷୀ ଯେପରି ମୁକୁଳି ନ ପାରେ। ଏଭଳି ଆଇନ୍ ଅଣାଯିବା ଦରକାର ବୋଲି ଖଟ୍ଟର କହିଛନ୍ତି। ଏହାପୂର୍ବରୁ ରାଜ୍ୟର ଗୃହମନ୍ତ୍ରୀ ଅନିଲ ବିଜ ଲଭ୍ ଜିହାଦ୍ ବିରୋଧରେ ଶକ୍ତ ଆଇନ୍ ଆଣିବା ଦିଗରେ ବିଚାର କରାଯାଉଥିବା ନେଇ ସୂଚନା ଦେଇଥିଲେ।

Advertisment

ଅନ୍ୟପଟେ ହରିୟାଣାର ବଲ୍ଲଭଗଡ଼ରେ ଆଜି ନିକିତା ହତ୍ୟାକାଣ୍ଡକୁ ନେଇ ମହାପଞ୍ଚାୟତ ବସିଛି। ଏତିକି ବେଳେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ହତ୍ୟାକାଣ୍ଡ ମାମଲାର ରାଜନୀତିକରଣ କରାଯାଉଥିବା ନେଇ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ଏପରି କି ପଥରବାଜୀ ମଧ୍ୟ ହୋଇଥିଲା। ଏଣୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଅତିରିକ୍ତ ପୁଲିସ ବଳ ମୁତୟନ ହେବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Love Jihad Nikita Murder Case