Advertisment

ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ !

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର ପତନ ମୁହାଁ ହୋଇଛି। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ! କିଛି ସମୟ ଭିତରେ ଉଦ୍ଧବ କ୍ୟାବିନେଟ ବୈଠକରେ ଯୋଗଦେବେ। ଏହା ପରେ ସେ ଇସ୍ତଫା ଦେବେ ବୋଲି ଖବର ମିଳୁଛି। ଯାହା ଉପରେ ସମସ୍ତଙ୍କ ନଜର ଆବଦ୍ଧ ହୋଇଛି। ମହାରାଷ୍ଟ୍ରରେ ଦେଖାଦେଇଥିବା କ୍ଷମତା କନ୍ଦଳ ଭିତରେ ଏହି ଖବର ପହଞ୍ଚିଛି। ଇସ୍ତଫା ଦେବା ପୂର୍ବରୁ ଶିବସେନାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଏକତ୍ର […]

ଅଦ୍ୟତନ ହୋଇଛି
ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ !

Uddhav Thackeray

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର ପତନ ମୁହାଁ ହୋଇଛି। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ! କିଛି ସମୟ ଭିତରେ ଉଦ୍ଧବ କ୍ୟାବିନେଟ ବୈଠକରେ ଯୋଗଦେବେ। ଏହା ପରେ ସେ ଇସ୍ତଫା ଦେବେ ବୋଲି ଖବର ମିଳୁଛି। ଯାହା ଉପରେ ସମସ୍ତଙ୍କ ନଜର ଆବଦ୍ଧ ହୋଇଛି।

Advertisment

ମହାରାଷ୍ଟ୍ରରେ ଦେଖାଦେଇଥିବା କ୍ଷମତା କନ୍ଦଳ ଭିତରେ ଏହି ଖବର ପହଞ୍ଚିଛି। ଇସ୍ତଫା ଦେବା ପୂର୍ବରୁ ଶିବସେନାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଏକତ୍ର ବସି ଆଲୋଚନା  କରିବାକୁ ଉଦ୍ଧବ ଡାକିଛନ୍ତି।

ମନ୍ତ୍ରୀ ଏକନାଥ ସିଦ୍ଧେ ୪୦ ବିଧାୟକଙ୍କ ସହ ଅନ୍ୟତ୍ର ବୈଠକ କରିବା ପରେ ମହାରାଷ୍ଟ୍ରରେ ଘଟଣାକ୍ରମ ବଦଳିବାରେ ଲାଗିଛି। କିଛି ସମୟ ପୂର୍ବରୁ ଶିବସେନାର ନେତା ସଂଜୟ ରାଓତ ମହାରାଷ୍ଟ୍ର ବିଧାନସଭା ଭଙ୍ଗ ନେଇ ସଂକେତ ଦେଇଥିଲେ। ସେ ଟୁଇଟ କରି ଲେଖିଥିଲେ ଯେ, ମହାରାଷ୍ଟ୍ରରେ ଜାରି ରାଜନୈତିକ ସଂକଟ ବିଧାନସଭା ଭଙ୍ଗ କରିବା ଆଡକୁ ଗତି କରୁଛି।

Advertisment

ସୂଚନା ଥାଉକି, ମହାରାଷ୍ଟ୍ରରେ ଶିବସେନା ସରକାର ପ୍ରତି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ମିଳିତ ଭାବେ ଆସାମର ଗୌହାଟିରେ ପହଞ୍ଚିଛନ୍ତି।

ଏକନାଥ ସିନ୍ଧେଙ୍କ ପ୍ରତି ୪୦ରୁ ୫୬ ଜଣ ଶିବସେନା ବିଧାୟକଙ୍କ ସମର୍ଥନ ଥିବା ସେ ନିଜେ ଦାବି କରିଛନ୍ତି। ଏହାଛଡ଼ା ୬ ଜଣ ସ୍ୱାଧୀନ ବିଧାୟକଙ୍କର ସମର୍ଥନ ତାଙ୍କ ପ୍ରତି ଥିବା ସିନ୍ଧେ କହିଛନ୍ତି। ସିନ୍ଧେ ନିଜେ କ୍ଷମତାଗାଦିରେ ବସିବା ନିମନ୍ତେ ଅଚାନକ ଏଭଳି ଗୋଟି ଚଳାଇଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe