କୁକୁର ନାଁରେ ୪ ଲକ୍ଷ ଟଙ୍କାର ମୁଣ୍ଡଜାମିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲମ୍ବିଆର ବଗୋଟା ଏୟାରପୋର୍ଟରେ ନିୟୋଜିତ ‘ସୋମବ୍ରା’କୁ ଏବେ ମିଳୁଛି ପୁଲିସ୍‌ ସୁରକ୍ଷା। ଯୁଆଡେ ଯାଉଛି ତା ସହ ଯାଉଛନ୍ତି ପୁଲିସ୍‌ ଅଧିକାରୀ। କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସୋମବ୍ରା କେହି ବଡ଼ ରାଜନୈତିକ ନେତା କି ପ୍ରଶାସନିକ ଅଧିକାରୀ ନୁହେଁ। ଏ ହେଉଛି କଲମ୍ବିଆ ପୁଲିସ୍‌ର ସନ୍ଧାନୀ କୁକୁର। ପୁଲିସ୍‌କୁ ତଦନ୍ତ ପ୍ରକ୍ରିୟାରେ ସହାୟତା କରୁଥିବା ଏହି କୁକୁରକୁ ଏବେ ପୁଲିସ୍‌ ସୁରକ୍ଷା ଯୋଗାଇ ଦେଉଛି। କାରଣ ତାକୁ ମିଳିଛି ହତ୍ୟା […]

ok-dog

Mihir Pattnayak
  • Published: Tuesday, 21 August 2018
  • , Updated: 21 August 2018, 04:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲମ୍ବିଆର ବଗୋଟା ଏୟାରପୋର୍ଟରେ ନିୟୋଜିତ ‘ସୋମବ୍ରା’କୁ ଏବେ ମିଳୁଛି ପୁଲିସ୍‌ ସୁରକ୍ଷା। ଯୁଆଡେ ଯାଉଛି ତା ସହ ଯାଉଛନ୍ତି ପୁଲିସ୍‌ ଅଧିକାରୀ। କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ସୋମବ୍ରା କେହି ବଡ଼ ରାଜନୈତିକ ନେତା କି ପ୍ରଶାସନିକ ଅଧିକାରୀ ନୁହେଁ। ଏ ହେଉଛି କଲମ୍ବିଆ ପୁଲିସ୍‌ର ସନ୍ଧାନୀ କୁକୁର। ପୁଲିସ୍‌କୁ ତଦନ୍ତ ପ୍ରକ୍ରିୟାରେ ସହାୟତା କରୁଥିବା ଏହି କୁକୁରକୁ ଏବେ ପୁଲିସ୍‌ ସୁରକ୍ଷା ଯୋଗାଇ ଦେଉଛି। କାରଣ ତାକୁ ମିଳିଛି ହତ୍ୟା ଧମକ୍‌। ଏମିତିକି ତାକୁ ଧରେଇ ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଏକ ଆନ୍ତଃରାଜ୍ୟ ମାଫିଆ ସଙ୍ଗଠନ।

ଏତେ ସବୁ ପଢ଼ିଲା ପରେ ଆପଣ ଭାବୁଥିବେ, ସୋମବ୍ରା ଏମିତି କ’ଣ କଲା ଯେ, ତା ପାଇଁ ଏତେ ମୋଟା ଅଙ୍କର ମୁଣ୍ଡ ଜାମିନ୍‌ ଘୋଷଣା କରାଗଲା?

ବାସ୍ତବରେ ‘ସୋମବ୍ରା’ ଏକ ବିରାଟ କାରନାମା କରିଛି। ନିକଟରେ ଏକ ମାଫିଆ ସଙ୍ଗଠନର କିଛି ଲୋକେ ୧୦ ଟନ୍‌ କୋକେନ୍‌ ଚାଲାଣ କରୁଥିଲେ। ଅତି ଚତୁରତାର ସହ ସେମାନେ ଏହି ତଷ୍କରୀ କରୁଥିବା ବେଳେ ସୋମବ୍ରା ସକାଶେ ଧରା ପଡ଼ିଥିଲେ। ଆଉ ସେ ପାଲଟି ଯାଇଥିଲା ମାଫିଆମାନଙ୍କ ଶତ୍ରୁ।

କେବଳର ଏହି ଗୋଟିଏ କାରନାମା ନୁହେଁ, ପୂର୍ବରୁ ସୋମବ୍ରା ଏମିତି ଅନେକ କାରନାମା ଦେଖାଇଛି। ୧୦୧୬ରେ ମଧ୍ୟ ସୋମବ୍ରା ପାଇଁ ୧୧ ଟନ୍‌ କୋକେନ୍‌ ଚୋରା ଚାଲାଣ ବେଳେ ପୁଲିସ ଜବତ କରିଥିଲା। ଅତି ଚତୁରତାର ସହ କୋକେନ୍‌କୁ କଦଳୀ ଭିତରେ ଭର୍ତ୍ତି କରି ନିଆ ଯାଉଥିବା ବେଳେ ପୁଲିସ ଜବତ କାରିଥିଲା। ସେବେଠାରୁ ପୋଲିସ୍ ପାଇଁ ଗେହ୍ଲାପୁଅ ପାଲଟିଥିବା ସୋମବ୍ରା, କୋକେନ୍ ମାଫିଆଙ୍କ ପାଇଁ ପରମ ଶତ୍ରୁ ପାଲଟି ଯାଇଛି।

Related story