Advertisment

ଶସ୍ତା ହେଲା ଗ୍ୟାସ୍‌, ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ଡର ଦାମ ୧୩୫ ଟଙ୍କା ହାସ ପାଇଛି । ନୂଆ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହେବ। ତେବେ ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନ ଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦିଲ୍ଲୀରେ ୧୯ କ‌େଜିଆ କମର୍ସିଆଲ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ୨,୩୫୪ […]

ଅଦ୍ୟତନ ହୋଇଛି
ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର

gas-cylinder

Advertisment

ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଶସ୍ତା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ଡର ଦାମ ୧୩୫ ଟଙ୍କା ହାସ ପାଇଛି । ନୂଆ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହେବ। ତେବେ ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନ ଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ଦିଲ୍ଲୀରେ ୧୯ କ‌େଜିଆ କମର୍ସିଆଲ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ୨,୩୫୪ ଟଙ୍କାରେ ବିକ୍ରୟ ହେଉଥିବା ଏବେ ତାହା ୨,୨୧୯ ଟଙ୍କାରେ ବିକ୍ରୟ ହେବ । ସେହିପରି କୋଲକତାରେ କମର୍ସିଆଲ ସିଲିଣ୍ଡର ପିଛା ୨୪୫୪ ଥିବା ବେଳେ ଏବେ ତାହା ୨୩୨୨କୁ ଖସି ଆସିଛି।  ମୁମ୍ବାଇରେ  ପୂର୍ବରୁ ଥିବା ଦାମ ୨୩୦୬ ଖସି ୨୧୭୦.୫୦ ଟଙ୍କାରେ ପହଞ୍ଚିଛି।  ଚେନ୍ନାଇରେ ୧୯ କ‌େଜିଆ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ୨୫୦୭ ଟଙ୍କାରୁ ୨୩୭୩ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ,  ଏପ୍ରିଲ ମାସରେ ଘରୋଇ ଗ୍ୟାସ୍‌ର ଦାମ୍‌ ବଢ଼ିନଥିଲା। ହେଲେ ମେ’ ମାସରେ ଗ୍ୟାସ୍‌ ଦର ୨ ଥର ବଢ଼ିଥିଲା ।  ମେ’ ୭ ତାରିଖରେ  ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଥିଲା। ଏହାପରେ ମେ’ ୧୯ରେ ପୁଣି ଥରେ ଉଭୟ ଘରୋଇ ଓ କମର୍ସିଆଲ ସିଲିଣ୍ଡର ଦାମ ବଢ଼ିଥିଲା। ୧୪ କ‌େଜି ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ସେତେବେଳେ  ୩.୫୦ ଟଙ୍କା ବୃଦ୍ଧି ପାଇଥିବା ବ‌େଳେ ୧୯ କେଜି ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୮ଟଙ୍କା ବୃଦ୍ଧି ପାଇଥିଲା । ଏଥିଯୋଗୁ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଏଥିଯୋଗୁ ସେମାନଙ୍କ ପକେଟ୍‌ ଉପରେ ଅଧିକ ବୋଝ ପଡିବା  ସହ ଘରୋଇ ବଜେଟ ବିଗିଡ଼ିବାରେ ଲାଗିଛି।

Advertisment

ଏବେ କେବଳ କମର୍ସିଆଲ ଗ୍ୟାସ ଦର କମିଥିବା ବେଳେ ଘରୋଇ ଗ୍ୟାସ ଦର କେବେ କମୁଛି ତାହା ଉପରେ ଖାଉଟିଙ୍କ ନଜର।

Price Drop Lpg
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe