Advertisment

ଦିଲ୍ଲୀରେ ଏବେ କମ୍ୟୁନିଟି ସଂକ୍ରମଣ!

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦେଶରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କମ୍ୟୁନିଟି ସଂକ୍ରମଣ ସ୍ଥିତି ଆରମ୍ଭ ହୋଇଯାଇଛି ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି, ଯାହା ସାରା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ। ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ, “ଦିଲ୍ଲୀ ଭିତରେ ପ୍ରାୟ ୫୦ ପ୍ରତିଶତ ଏଭଳି ମାମଲା ଚିହ୍ନଟ ହେଉଛି, ଯାହାର ଉତ୍ସ […]

ଅଦ୍ୟତନ ହୋଇଛି
ଦିଲ୍ଲୀରେ ଏବେ କମ୍ୟୁନିଟି ସଂକ୍ରମଣ!

styandra-jain

Advertisment

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦେଶରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କମ୍ୟୁନିଟି ସଂକ୍ରମଣ ସ୍ଥିତି ଆରମ୍ଭ ହୋଇଯାଇଛି ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି, ଯାହା ସାରା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ।

Advertisment

ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି ଯେ, "ଦିଲ୍ଲୀ ଭିତରେ ପ୍ରାୟ ୫୦ ପ୍ରତିଶତ ଏଭଳି ମାମଲା ଚିହ୍ନଟ ହେଉଛି, ଯାହାର ଉତ୍ସ କେଉଁଠି ସେନେଇ କୌଣସି ତଥ୍ୟ ଜଣାପଡ଼ୁ ନାହିଁ। କମ୍ୟୁନିଟି ସଂକ୍ରମଣ ଆମେ ସେତେବେଳେ କହିବା, ଯେତେବେଳେ ସଂକ୍ରମଣର ଉତ୍ସ କେଉଁଠି ଆମେ ଜାଣିପାରିବା ନାହିଁ। ବର୍ତ୍ତମାନ ଏହା କିଛି ନୁହେଁ। ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଭଳି ସଂକ୍ରମିତ ହେଲେ, ସେନେଇ କୌଣସି ତଥ୍ୟ ମିଳିପାରୁ ନାହିଁ।"

ତେବେ ଦିଲ୍ଲୀରେ କମ୍ୟୁନିଟି ସଂକ୍ରମଣ ହୋଇଥିବା ଘୋଷଣାକୁ ନେଇ ଜୈନ୍ କହିଛନ୍ତି ଯେ, ଯେତେବେଳେ କେନ୍ଦ୍ର ସରକାର ଏନେଇ ରାଜି ହେବେ, ସେତେବେଳେ ଦିଲ୍ଲୀରେ କମ୍ୟୁନିଟି ସଂକ୍ରମଣ ହୋଇଛି ବୋଲି ମାନିବାକୁ ହେବ।

Advertisment

ଦିଲ୍ଲୀରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଛୁଇଁଲା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିଲ୍ଲୀରେ କମ୍ୟୁନିଟି ସଂକ୍ରମଣ ସ୍ଥିତି ବୋଲି କହିବା ଚାରିଆଡ଼େ ଚିନ୍ତା ବଢ଼ାଇଦେଇଛି। ତେବେ ସେ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ହିଁ ଏହା ଅଧିକାରିକ ସୂଚନା ହେବ ବୋଲି କହିଛନ୍ତି।

ଜୈନ୍ କହିଛନ୍ତି, ଏପିଡୋମୋଲୋଜି ମଧ୍ୟରେ ୪ଟି ଷ୍ଟେଜ୍ ଥାଏ, ଯାହାର ତୃତୀୟ ଷ୍ଟେଜ୍ ହେଉଛି କମ୍ୟୁନିଟି ସଂକ୍ରମଣ। କମ୍ୟୁନିଟି ସଂକ୍ରମଣ ତାକୁ କୁହାଯାଏ, ଯେତେବେଳେ ବ୍ୟକ୍ତି କିପରି ଓ କେଉଁଠି ସଂକ୍ରମିତ ହେଲା ତାହା ଜଣାପଡ଼ିବ ନାହିଁ। ତେବେ ଦିଲ୍ଲୀରେ ପ୍ରାୟ ୫୦ ପ୍ରତିଶତ ଏଭଳି କୋଭିଡ୍-୧୯ ମାମଲା ସାମ୍ନାକୁ ଆସୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe