Advertisment

‘ଯବାନଙ୍କ କାନ୍ଧରେ ହାତୀଛୁଆ’ ଫଟୋକୁ ନେଇ ସୋଶାଲ୍ ମିଡିଆରେ କନ୍‌ଫ୍ୟୁଜନ୍

ଥିରୁଅନନ୍ତପୁରମ୍‌: ସୀମାରେ ସୁରକ୍ଷା ହେଉ ବା ଦେଶ ପାଇଁ ନିଜ ଜୀବନ ଦେଇ ହେଉ, ସବୁଠି ଯବାନମାନେ ଉ଼ଦାହରଣ ସୃଷ୍ଟି କରିଛନ୍ତି। ବେଳେବେଳେ ଏମିତି  କାମ କରି ଦେଖାଇଥାନ୍ତି, ସମସ୍ତଙ୍କ ମଥା ତାଙ୍କ ଆଗରେ ନଇଁ ଯାଇଥାଏ। କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବି ଭାରତୀୟ ଯବାନ କିଛି କମ୍ ଦୁଃସାହସିକ କାମ କରି ନାହାଁନ୍ତି। ସେମାନେ ଲୋକଙ୍କୁ ପାଣିଘେରରୁ ଉଦ୍ଧାର କରିବା ସହ ଫସି ରହିଥିବା ଜୀବଜନ୍ତୁଙ୍କୁ ବି ର‍କ୍ଷା କରିଛନ୍ତି। ତେବେ ଜଣେ ଯବାନ […]

ଅଦ୍ୟତନ ହୋଇଛି
‘ଯବାନଙ୍କ କାନ୍ଧରେ ହାତୀଛୁଆ’ ଫଟୋକୁ ନେଇ ସୋଶାଲ୍ ମିଡିଆରେ କନ୍‌ଫ୍ୟୁଜନ୍

Ele

Advertisment

ଥିରୁଅନନ୍ତପୁରମ୍‌: ସୀମାରେ ସୁରକ୍ଷା ହେଉ ବା ଦେଶ ପାଇଁ ନିଜ ଜୀବନ ଦେଇ ହେଉ, ସବୁଠି ଯବାନମାନେ ଉ଼ଦାହରଣ ସୃଷ୍ଟି କରିଛନ୍ତି। ବେଳେବେଳେ ଏମିତି  କାମ କରି ଦେଖାଇଥାନ୍ତି, ସମସ୍ତଙ୍କ ମଥା ତାଙ୍କ ଆଗରେ ନଇଁ ଯାଇଥାଏ।

Advertisment

କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବି ଭାରତୀୟ ଯବାନ କିଛି କମ୍ ଦୁଃସାହସିକ କାମ କରି ନାହାଁନ୍ତି। ସେମାନେ ଲୋକଙ୍କୁ ପାଣିଘେରରୁ ଉଦ୍ଧାର କରିବା ସହ ଫସି ରହିଥିବା ଜୀବଜନ୍ତୁଙ୍କୁ ବି ର‍କ୍ଷା କରିଛନ୍ତି।

ତେବେ ଜଣେ ଯବାନ ଏକ ହାତୀ ଛୁଆକୁ ବଞ୍ଚାଇବା ଘଟଣା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋରେ ଦେଖିବାକୁ ମିଳିଛି, ଯବାନ ଜଣକ ହାତୀ ଛୁଆଟିକୁ କାନ୍ଧରେ ଲଦି ଯାଉଛନ୍ତି।

Advertisment

ଏହି ଫଟୋଟିକୁ ଫେସ୍‌ବୁକ୍ ୟୁଜର୍‌ମାନେ, କେରଳର ‘ବାହୁବଲୀ’ ବୋଲି କହି ପ୍ରଚୁର ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି। କେରଳରେ ମଧ୍ୟ ଭୟଙ୍କର ବନ୍ୟା ହୋଇଥିବାରୁ ଲୋକମାନେ ମଧ୍ୟ ଏହାକୁ କେରଳର ଘଟଣା ବୋଲି ଭାବି ମେସେଜ୍ ଦେବାରେ ଲାଗିଛନ୍ତି।

କେତେକ ଗଣମାଧ୍ୟମରେ ମଧ୍ୟ ଏହି ଫଟୋକୁ ତାଙ୍କ ଖବର କାଗଜରେ ଛାପିଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ଫଟୋ ପଛର ସତ୍ୟତା ଆଉକିଛି।

ସୂଚନା ଅନୁଯାୟୀ, କେରଳର କୁହାଯାଉଥିବା ଏହି ଫଟୋଟି ପ୍ରକୃତରେ କେରଳର ନୁହେଁ। ଏହା ତାମିଲନାଡ଼ୁର। ୨୦୧୭ ମସିହାରେ ଅଟ୍ରି ହିଲ୍‌ ଷ୍ଟେସନ୍‌ଠାରୁ ୫୦ କି.ମି ଦୂରରେ ଥିବା ଏକ ଅଞ୍ଚଳରେ ଏହି ହାତୀଛୁଆ ତା ମା’ଠାରୁ ଅଲଗା ହୋଇ ଘାଇରେ ଫସି ଯାଇଥିଲ।

ଫରେଷ୍ଟଗାର୍ଡ ପଲାନୀ ସ୍ୱାମୀ ଶରତ କୁମାର ଡ୍ୟୁଟି ସାରି ଫେରୁଥିଲା ବେଳେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ହାତୀ ଛୁଆଟି ଘାଈରେ ଫିସି ଯାଇଥିବା ଫୋନ୍‌ରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ।

ଏହାପରେ ଶରତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ କାନ୍ଧରେ ବୋହି ଆଣି ଜଙ୍ଗଲରେ ଛାଡ଼ି ଦେଇଥିଲେ। କିନ୍ତୁ ଏବେ ଲୋକମାନେ ଏହାର ସତ୍ୟତା ନ ଜାଣି, ସୋଶାଲ୍ ମିଡ଼ିଆରେ ସେୟାର କରିବାରେ ଲାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe