Advertisment

ଏୟାର ଷ୍ଟ୍ରାଇକକୁ ନେଇ କଂଗ୍ରେସ ଦୁଇ ଫାଳ ! ଅମରିନ୍ଦର ସିଂହ କଲେ ବାୟୁସେନାକୁ ସମର୍ଥନ

ନୂଆଦିଲ୍ଲୀ: ଏୟାର ଷ୍ଟ୍ରାଇକକୁ ନେଇ କଂଗ୍ରେସ ପ୍ରମାଣ ମାଗୁଥିବା ବେଳେ ପଞ୍ଜାବ ମୁଖ୍ଯମନ୍ତ୍ରୀ ଭାରତୀୟ ବାୟୁସେନା ଦ୍ବାର ହୋଇଥିବା ଏୟାର ଷ୍ଟ୍ରାଇକକୁ ସମର୍ଥନ କରିଛନ୍ତି। ଆଗାମୀ ଦିନରେ ସାଧାରଣ ନିର୍ବାଚନ ଥିବା ବେଳେ କେନ୍ଦ୍ରରେ ଶାସକ ଦଳ ବିଜେପିକୁ ଏହା ସୁହାଇବ ବୋଲି ପଞ୍ଜାବ ମୁଖ୍ଯମନ୍ତ୍ରୀ କହିଛନ୍ତି। ସରକାର ଆତଙ୍କବାଦୀ ଆକ୍ରମଣର ଉଚିତ ଜାବାବ ଦେଇଛନ୍ତି, ପୂର୍ବରୁ କଂଗ୍ରେସ ସରକାର ମଧ୍ଯ ଏହିପରି ଜାବବ ଆତଙ୍କବାଦୀଙ୍କୁ ଦେଇଥିଲା ବୋଲି ଅମରିନ୍ଦର କହିଛନ୍ତି। ତେବେ ନରେନ୍ଦ୍ର ମୋଦି ସର୍ଜିକାଲ […]

ଅଦ୍ୟତନ ହୋଇଛି
ବିଜେପିରେ ସାମିଲ ହେବେ ଅମରିନ୍ଦର?

Amarinder-Singh

Advertisment

ନୂଆଦିଲ୍ଲୀ: ଏୟାର ଷ୍ଟ୍ରାଇକକୁ ନେଇ କଂଗ୍ରେସ ପ୍ରମାଣ ମାଗୁଥିବା ବେଳେ ପଞ୍ଜାବ ମୁଖ୍ଯମନ୍ତ୍ରୀ ଭାରତୀୟ ବାୟୁସେନା ଦ୍ବାର ହୋଇଥିବା ଏୟାର ଷ୍ଟ୍ରାଇକକୁ ସମର୍ଥନ କରିଛନ୍ତି। ଆଗାମୀ ଦିନରେ ସାଧାରଣ ନିର୍ବାଚନ ଥିବା ବେଳେ କେନ୍ଦ୍ରରେ ଶାସକ ଦଳ ବିଜେପିକୁ ଏହା ସୁହାଇବ ବୋଲି ପଞ୍ଜାବ ମୁଖ୍ଯମନ୍ତ୍ରୀ କହିଛନ୍ତି।

Advertisment

ସରକାର ଆତଙ୍କବାଦୀ ଆକ୍ରମଣର ଉଚିତ ଜାବାବ ଦେଇଛନ୍ତି, ପୂର୍ବରୁ କଂଗ୍ରେସ ସରକାର ମଧ୍ଯ ଏହିପରି ଜାବବ ଆତଙ୍କବାଦୀଙ୍କୁ ଦେଇଥିଲା ବୋଲି ଅମରିନ୍ଦର କହିଛନ୍ତି। ତେବେ ନରେନ୍ଦ୍ର ମୋଦି ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ କରି ନୂଆ ଅଧ୍ଯାୟ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।

ଆତଙ୍କବାଦୀ ଆକ୍ରମଣରେ ଯବାନ ସହିଦ ହେଉଥିବା ବେଳେ  ସାଧାରଣ ଲୋକ ମଧ୍ଯ ଅନେକ କ୍ଷତି ସହୁଛନ୍ତି ହେଲେ ବିଜେପି ଏହାକୁ ନେଇ ରାଜନୀତି କରୁଥିବା ସେ କହିଛନ୍ତି । ୧୯୬୫ ଏବଂ ୧୯୭୧ରେ କଂଗ୍ରେସ ସରକାରରେ ଥିବା ବେଳେ ଦେଶରେ ଯୁଦ୍ଧ ହୋଇଥିଲା ହେଲେ ଏଯାଏଁ କଂଗ୍ରେସ କେବେ ଏହାକୁ ରାଜନୈତିକ ଉଦ୍ଦେଶ୍ଯ ରଖି ପ୍ରଚାର କରିନଥିବା ଅମରିନ୍ଦର ସିଂହ ଗଣମାଧ୍ଯମକୁ କହିଛନ୍ତି।

Advertisment

ସୂଚନାଯୋଗ୍ଯ ପାକିସ୍ତାନ ବାଲାକୋଟରେ ଏୟାର ଷ୍ଟ୍ରାଇକ ହୋଇଥିବା ନେଇ କଂଗ୍ରେସ ପ୍ରମାଣ ମାଗିଥିଲା। ପାକିସ୍ତାନ ଯେମିତି ଆତଙ୍କବାଦୀ ଲାଡେନକୁ ମାରିବାକୁ ନେଇ ଭିଡିଓ ଫୁଟେଜ ଜାରି କରିଥିଲା ସମାନ ପ୍ରମାଣ କେନ୍ଦ୍ର ସରକାର ଦେଉ ବୋଲି କଂଗ୍ରେସ ଦାବି କରିଛି।

ଏହାପରେ ଭାରତୀୟ ବାୟୁସେନା ମୁଖ୍ଯ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଚୀକରଣ ରଖିଥିଲା ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe