ମୁମ୍ୱାଇ: କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା’ କରୋନାରେ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ସଞ୍ଜୟ ନିଜ ଆଡ଼ୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ପାଖରେ କୌଣସି କରୋନା ଲକ୍ଷଣ ନଥିଲା, ଘରେ କ୍ୱାରେଣ୍ଟାଇନରେ ଥିବା ବେଳେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି। ଏଥିପାଇଁ କେହି ଅସୁରକ୍ଷିତ ଅନୁଭବ ନକରିବା ଦରାକାର। କାରଣ ସେ ଘରେ ଥିଲେ ବୋଲି ଟୁଇଟ୍ କରି କହିଛନ୍ତି ସଞ୍ଜୟ ଝା’।
https://twitter.com/JhaSanjay/status/1263750136267751427
ସଞ୍ଜୟଙ୍କ ଟୁଇଟ୍ ପରେ କଂଗ୍ରେସ, ବିଜେପି ଓ ଶିବସେନାର ନେତାମାନେ ଟୁଇଟ୍ କରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
https://twitter.com/AnchorAnandN/status/1263751623563554818
ସଞ୍ଜୟ ଝା’ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ସମାଲୋଚକ। କଂଗ୍ରେସ ମୁଖପାତ୍ର ଭାବରେ ସେ ବିଭିନ୍ନ ଟିଭି ଚ୍ୟାନେଲ ବିତର୍କରେ ସେ ଭାଗ ନେଇ ଦଳର ପକ୍ଷ ରଖନ୍ତି।
https://twitter.com/priyankac19/status/1263752436507914240
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।