Advertisment

ବିଶ୍ୱରେ କରୋନା ସ୍ଥିତି ଅସମ୍ଭାଳ, ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ ବିଶ୍ୱର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୧୦ଟି ଦେଶରେ କାୟା ବିସ୍ତାର କରିଥିବା କରୋନା ଥମିବାର ନାଁ ଧରୁନାହିଁ। ଏହି ମହାମାରୀ ଭାଇରସରେ ବିଶ୍ୱର ସୁପରପାୱାର ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ୨୨ ଶହରୁ ଅଧିକ ଲୋକ ଜୀବନ ଯାଇଥିବା ବେଳେ ୨୬ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଓ ମୃତକ ଆମେରିକାରେ ରହିଛନ୍ତି। […]

ବିଶ୍ୱରେ କରୋନା ସ୍ଥିତି ଅସମ୍ଭାଳ, ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ

bd

Advertisment

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ ବିଶ୍ୱର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୧୦ଟି ଦେଶରେ କାୟା ବିସ୍ତାର କରିଥିବା କରୋନା ଥମିବାର ନାଁ ଧରୁନାହିଁ। ଏହି ମହାମାରୀ ଭାଇରସରେ ବିଶ୍ୱର ସୁପରପାୱାର ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ୨୨ ଶହରୁ ଅଧିକ ଲୋକ ଜୀବନ ଯାଇଥିବା ବେଳେ ୨୬ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଓ ମୃତକ ଆମେରିକାରେ ରହିଛନ୍ତି। ଆମେରିକାର ସବୁଠାରୁ ବଡ଼ ସହରର ନ୍ୟୁୱର୍କ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୧୪,୨୪୬ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୨୬, ୦୬୪ ରହିଛି। ୩୮,୮୨୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱକଥାକୁ ଦେଖିଲେ କରୋନା ଦ୍ୱାରା ସମଗ୍ର ବିଶ୍ୱରେ ୨୦, ୧୬,୮୫୫ ଜଣ ଆକ୍ରାନ୍ତ ଓ ୧,୨୮,୦୦୮ ଜଣ ପ୍ରାଣ ହରାଇଛନ୍ତି। ୪,୯୨,୦୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

ଆମେରିକା ପରେ ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୭,୬୩୩ ରହିଛି। ଏଠାରେ ୧୮,୫୭୯ ଜଣ ପ୍ରାଣ ହରାଇଛନ୍ତି। ଇଟାଲୀ ସ୍ଥିତି ମଧ୍ୟ ସୁଧୁରିବାର ନାଁ ଧରୁନି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୪୮୮ ଓ ମୃତ୍ୟୁସଂଖ୍ୟା ୨୧,୦୬୭ ଛୁଇଁଛି।

ଫ୍ରାନ୍ସରେ ୧୫,୭୨୯, ଜର୍ମାନୀରେ ୩,୪୯୫, ବ୍ରିଟେନରେ ୧୨,୧୦୭, ଚାଇନାରେ ୩,୩୪୨, ଇରାନରେ ୪,୭୭୭, ତୁର୍କୀରେ ୧,୪୦୩, ବେଲଜିୟମରେ ୪୪୦୪, ନେଦରଲ୍ୟାଣ୍ଡ୍ସରେ ୩,୧୩୪, କାନାଡାରେ ୯୦୩, ସ୍ୱିଜରଲ୍ୟାଣ୍ଡରେ ୧୧୯୦, ବ୍ରାଜିଲରେ ୧୫୫୭, ରୁଷରେ ୧୯୮, ପର୍ତ୍ତୁଗାଲରେ ୫୯୯, ଅଷ୍ଟ୍ରିଆରେ ୩୯୩, ଇସ୍ରାଏଲରେ ୧୨୬, ସ୍ୱିଡେନରେ ୧୨୦୩, ଭାରତରେ ୩୯୨, ପାକିସ୍ତାନରେ ୧୦୭ ଓ ଇରାକରେ ୭୮ ଜଣ ଲୋକ ପ୍ରାଣ ହରାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe