ନୂଆଦିଲ୍ଲୀ: କିଲର କରୋନା ଭାଇରସର ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମୋଦୀ ସରକାର କରୋନା ମୁକାବିଲା କରିବାରେ ବିଫଳ ବୋଲି ସେ କହିଥିଲେ। ତେବେ ରାହୁଲଙ୍କ ଏହି ମନ୍ତବ୍ୟରୁ ଅଲଗା ହୋଇ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ ଆନନ୍ଦ ଶର୍ମା କରୋନାକୁ ନେଇ ମତ ରଖିଛନ୍ତି।
ମୋଦୀ ସରକାର କରୋନା ମୁକାବିଲାକୁ ନେଇ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଥିରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି।
ଦେଶରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଦୁଇ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଏହାବାଦ ଇରାନରେ ଫସିଥିବା ୨୩୪ ଭାରତୀୟଙ୍କୁ ମଧ୍ୟ କେନ୍ଦ୍ର ସରକାର ବିମାନଯୋଗେ ସ୍ୱଦେଶ ଆଣୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମ ସମ୍ବିଧାନ, ଆମ ସମ୍ମାନ
ଭାରତୀୟ ସମ୍ବିଧାନ କ’ଣ ବୋଲି ବ୍ୟାଖ୍ୟା କରିବାକୁ ଯାଇ ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ ଡକ୍ଟର ଭୀମରାଓ ଆମ୍ବଦକର ଏକଦା କହିଥିଲେ, ‘ଏହା କେବଳ ଆଇନଜୀବୀର ନଥିପତ୍ର ନୁହେଁ, ଏହା ହେଉଛି ଜୀବନର ଯାନ ଏବଂ ଏହାର ଭାବ ହେଉଛି ସମୟର ଭାବ।’
Guest Column
ମହାରାଷ୍ଟ୍ରରେ ମହାୟୁତିର ମହାବିଜୟର କାରଣ କ’ଣ?
ରାଜନୈତିକ ଦଳମାନେ ନିଜନିଜର ଶକ୍ତିଶାଳୀ ଭୋଟବ୍ୟାଙ୍କ ଗଠନ ପାଇଁ ମହିଳା ସଶକ୍ତିକରଣ ନାମରେ ଭିନ୍ନ ଭିନ୍ନ ମହିଳା-କେନ୍ଦ୍ରିତ ଯୋଜନାଗୁଡ଼ିକୁ ଅଧିକରୁ ଅଧିକ ପ୍ରଣୟନ କରୁଥିବାର ଦେଖା ଯାଉଛି। ଏହା ଏଭଳି ଏକ ସଫଳ ରଣନୀତି, ଯାହା ସେମାନଙ୍କୁ କ୍ରମାଗତ ଭାବରେ ଲାଭ ମଧ୍ୟ ଦେଉଛି। ସଦ୍ୟ ସମ୍ପନ୍ନ ମହାରାଷ୍ଟ୍ର ଏବଂ ଝାରଖଣ୍ଡ ନିର୍ବାଚନରେ ମିଳିଥିବା ଭୋଟ୍ ଫଳାଫଳ ଉପରେ ମହିଳାମାନଙ୍କ ଭୂମିକା କେତେ ଅଧିକ, ତାହା ସ୍ପଷ୍ଟ ହୋଇ ଯାଇଛି।
National
ସୋଫା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ଜଳିଗଲେ ୩ ଶ୍ରମିକ
ଶ୍ରମିକମାନେ ଶୋଇଥିବା ସମୟରେ କାରଖାନାରେ ଲାଗିଥିଲା ନିଆଁ।