Advertisment

ସାରା ଦେଶବାସୀଙ୍କୁ ମିଳିବନି କରୋନା ଟିକା

ନୂଆଦିଲ୍ଲୀ: କରୋନା ଭାଇରସ ମଧ୍ୟରେ କେବେ ଲୋକଙ୍କୁ ଟିକା ମିଳିବ, ତା’କୁ ସମସ୍ତେ ଚାତକ ଭଳି ଚାହିଁବସିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। କରୋନା ଟିକା ଭାରତରେ ପହଞ୍ଚିଲେ ମଧ୍ୟ ଏହା ଦେଶର ପ୍ରତିଟି ନାଗରିକଙ୍କୁ ଦିଆଯିବ ନାହିଁ। ଦେଶର ସବୁ ନାଗରିକଙ୍କୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର କେବେ ବି କହି ନାହାନ୍ତି। ତେଣୁ ସାରା ଦେଶବାସୀଙ୍କୁ ଟିକାକରଣ କରିବାର କୌଣସି ଯୋଜନା ନାହିଁ ବୋଲି ସ୍ୱାସ୍ଥ୍ୟ […]

author-image
Hemant Lenka
ସାରା ଦେଶବାସୀଙ୍କୁ ମିଳିବନି କରୋନା ଟିକା

g

ନୂଆଦିଲ୍ଲୀ: କରୋନା ଭାଇରସ ମଧ୍ୟରେ କେବେ ଲୋକଙ୍କୁ ଟିକା ମିଳିବ, ତା’କୁ ସମସ୍ତେ ଚାତକ ଭଳି ଚାହିଁବସିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। କରୋନା ଟିକା ଭାରତରେ ପହଞ୍ଚିଲେ ମଧ୍ୟ ଏହା ଦେଶର ପ୍ରତିଟି ନାଗରିକଙ୍କୁ ଦିଆଯିବ ନାହିଁ। ଦେଶର ସବୁ ନାଗରିକଙ୍କୁ କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର କେବେ ବି କହି ନାହାନ୍ତି। ତେଣୁ ସାରା ଦେଶବାସୀଙ୍କୁ ଟିକାକରଣ କରିବାର କୌଣସି ଯୋଜନା ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ପଷ୍ଟ କରିଛନ୍ତି।

Advertisment

ଆଜି କରୋନା ଅପଡେଟ୍‌ ଦେବାକୁ ସାମ୍ବାଦିକ ସମ୍ମିଳନୀ କରିବା ବେଳେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ମୁଁ ଏଠାରେ ସମସ୍ତଙ୍କୁ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ କରୋନା ଟିକା ଆସିଲେ ମଧ୍ୟ ସାରା ଦେଶବାସୀଙ୍କୁ ଏହା ଦିଆଯିବ ନାହିଁ।

ସରକାର କେବେ ହେଲେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି କହିନାହାନ୍ତି। ଟିକାକରଣ ଭ୍ୟାକସିନର ପ୍ରଭାବ ଉପରେ ନିର୍ଭର କରିବ। କରୋନା ଚେନ୍‌କୁ ଭାଙ୍ଗିବା ଆମର ପ୍ରଥମ ଲକ୍ଷ୍ୟ। ଯଦି ଆମେ ସଂକ୍ରମଣ ଆଶଙ୍କା ଥିବା ଲୋକ ବା ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଟିକା ଦେଇ ପାରିବୁ ଓ ଏହାଦ୍ୱାରା ସଂକ୍ରମଣର ଚେନକୁ ଭାଙ୍ଗି ପାରିବୁ, ତା’ହେଲେ ସାରା ଦେଶବାସୀଙ୍କୁ ଟିକା ଦେବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତି କରୋନା ଟିକା ବଜାରକୁ ଆସିବାରେ ପ୍ରତିବନ୍ଧକ ସାଜିବ ନାହିଁ। ଯେତେବେଳେ ବି କରୋନା ଟିକାର ଟ୍ରାଏଲ ଆରମ୍ଭ କରାଯାଏ ସେତେବେଳେ ଏଥିରେ ଭାଗ ନେଇଥିବା ଲୋକଙ୍କୁ ପ୍ରଥମେ ସହମତି ଫର୍ମରେ ଦସ୍ତଖତ କରିବାକୁ ପଡ଼ିଥାଏ।

ଏହା ବିଶ୍ୱର ସବୁ ରାଷ୍ଟ୍ରରେ ଚାଲିଛି। ଟିକାର ଟ୍ରାଏଲ ବେଳେ ଯେକୌଣସି ଅଘଟଣ ଘଟିବାର ଆଶଙ୍କା ରହିଥିବା ପ୍ରଥମେ ସ୍ୱେଚ୍ଛାସେବୀଙ୍କୁ ଅବଗତ କରାଯାଏ। ଏହାପରେ ହିଁ ସେମାନଙ୍କ ଉପରେ ଟିକାର ଟ୍ରାଏଲ ଆରମ୍ଭ କରାଯାଏ।

ଡାଟା ସେଫ୍ଟଟି ମନିଟରିଂ ବୋର୍ଡ ନିୟମିତ ଭାବେ କ୍ଲିନିକାଲ ଟ୍ରାଏଲ ଉପରେ ନଜର ରଖିଛି ଓ ଟ୍ରାଏଲ ବେଳେ କ’ଣ ସବୁ ଘଟୁଛି, ସେ ବିଷୟରେ ରିପୋର୍ଟ ଦେଉଛି। ଡ୍ରଗ କଣ୍ଟ୍ରୋଲର ଜେନେରାଲ ରିପୋର୍ଟକୁ ବିଶ୍ଲେଷଣ କରୁଛନ୍ତି ବୋଲି ସେ କହିଛନ୍ତି।

ନିକଟରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଟିକା ନେଇ ଭାରତରେ ଜଣେ ସ୍ୱେଚ୍ଛାସେବୀ ସମସ୍ୟାରେ ପଡ଼ିଥିବା ଅଭିଯୋଗ କରିଥିଲେ। ଏଥିପାଇଁ ସେ ସେରମ ନାଁରେ ମାନହାନୀ ମକୋଦ୍ଦମା ମଧ୍ୟ କରିଛନ୍ତି।