Advertisment

ଇମ୍ରାନଙ୍କ ହାତରୁ ଚାଲିଯାଇପାରେ କ୍ଷମତା!

ଇସଲାମାବାଦ୍: ପାକିସ୍ତାନରେ କରୋନା ଭୂତାଣୁର ପ୍ରକୋପ ବଢ଼ିଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି। ଇମ୍ରାନ ଖାନଙ୍କୁ ହଟାଇ ପାକ୍ ସେନାକୁ ସତ୍ତା ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଲକଡାଉନ ନିଷ୍ପତ୍ତି ନେବାରେ ବିଳମ୍ବ ଯୋଗୁ ଇମ୍ରାନ ସରକାରଙ୍କୁ ଦାୟୀ କରାଯାଉଥିବା କୁହାଯାଉଛି। ଲକଡାଉନ ନିଷ୍ପତ୍ତିରେ ବିଳମ୍ବ ଯୋଗୁ ଇମ୍ରାନଙ୍କ ବଢ଼ିଲା ଅଡ଼ୁଲା। ଏହି କାରଣରୁ ଇମ୍ରାନଙ୍କ ହାତରୁ ଚାଲିଯାଇପାରେ ପ୍ରଧାନମନ୍ତ୍ରୀ ପଦ। ଏନେଇ ପାକ୍ ସେନା ଅସନ୍ତୁଷ୍ଟ […]

କଶ୍ମୀର ନେତାଙ୍କୁ ନେଇ ମୋଦି କରିବେ ବୈଠକ, ବଢିଲା ପାକିସ୍ତାନର ହୃଦସ୍ପନ୍ଦନ

imran khan

Advertisment

ଇସଲାମାବାଦ୍: ପାକିସ୍ତାନରେ କରୋନା ଭୂତାଣୁର ପ୍ରକୋପ ବଢ଼ିଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି। ଇମ୍ରାନ ଖାନଙ୍କୁ ହଟାଇ ପାକ୍ ସେନାକୁ ସତ୍ତା ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଲକଡାଉନ ନିଷ୍ପତ୍ତି ନେବାରେ ବିଳମ୍ବ ଯୋଗୁ ଇମ୍ରାନ ସରକାରଙ୍କୁ ଦାୟୀ କରାଯାଉଥିବା କୁହାଯାଉଛି।

Advertisment

ଲକଡାଉନ ନିଷ୍ପତ୍ତିରେ ବିଳମ୍ବ ଯୋଗୁ ଇମ୍ରାନଙ୍କ ବଢ଼ିଲା ଅଡ଼ୁଲା। ଏହି କାରଣରୁ ଇମ୍ରାନଙ୍କ ହାତରୁ ଚାଲିଯାଇପାରେ ପ୍ରଧାନମନ୍ତ୍ରୀ ପଦ। ଏନେଇ ପାକ୍ ସେନା ଅସନ୍ତୁଷ୍ଟ ଥିବା ବେଳେ ଇମ୍ରାନଙ୍କ ଉପରେ ତାଙ୍କର ଯଥେଷ୍ଟ ବିଶ୍ୱାସ ନ ଥିବା ଜଣାପଡ଼ିଛି।

ସୂଚନା ଯେ, ଗତ ମାସ ୨୨ ତାରିଖରେ ଇମ୍ରାନ ଦେଶବ୍ୟାପି ଲକଡାଉନ ଘୋଷଣା କରିବାକୁ ବିରୋଧ କରି କହିଥିଲେ ଯେ, ଲକଡାଉନ ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯିବେ। ଲକ୍ଷାଧିକ ଶ୍ରମିକଙ୍କ ପରିବାର ପ୍ରଭାବିତ ହେବେ। ତେବେ ଇମ୍ରାନଙ୍କ ଏହି ବୟାନର ୨୪ ଘଣ୍ଟା ପରେ ପାକ୍ ସେନା ପୂରା ଦେଶକୁ ଲକଡାଉନ ଘୋଷଣା କରିଥିଲା। ଏପରି କି ସାରା ଦେଶରେ ସେନାଙ୍କୁ ମୁତୟନ କରାଗଲା। ଏହା ସହ ନ୍ୟାଶନାଲ କୋର୍ କମିଟି ଗଠନ ମଧ୍ୟ କରାଗଲା।

Advertisment

ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ କରୋନା ସଂକ୍ରମଣ ମୁକାବିଲା କ୍ଷେତ୍ରରେ ଇମ୍ରାନ ଖାନ ବିଫଳ ହେବା ପରେ ସେନା ନିକଟରେ ଅନ୍ୟ କୌଣସି ଉପାୟ ରହିଲା ନାହିଁ। ଏଣୁ ସେନା ପାକ୍ ସରକାରଙ୍କ ବିକଳ୍ପ ହୋଇ ଠିଆ ହେଲା ଓ ଦାୟିତ୍ୱ ନେଲା।

ପ୍ରକାଶ ଥାଉ କି, କରୋନା ମୁକାବିଲା ଲାଗି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ନିଜ ବନ୍ଧୁ ଚୀନଠାରୁ ସାହାଯ୍ୟ ପାଇବା ନେଇ ଖୁବ୍ ଆଶାବାଦୀ ଥିଲେ। ହେଲେ କୌଣସି ଫଳ ମିଳିଲା ନାହିଁ। ନିକଟରେ ପାକିସ୍ତାନକୁ ଚୀନ ଅନ୍ତଃବସ୍ତ୍ରରୁ ତିଆରି ମାସ୍କ ପଠାଇଥିଲା। ଏହା ପ୍ରଘଟ ହେବା ପରେ ଇମ୍ରାନଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସେହିପରି ଡାକ୍ତରମାନଙ୍କୁ ପିପିଇ କିଟ୍ ବିନା କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ବାଧ୍ୟ କରାଯାଉଥିବା ଘଟଣା ନେଇ ମଧ୍ୟ ଇମ୍ରାନ ଖୁବ୍ ବିବାଦକୁ ଆସିଥିଲେ। ତାଙ୍କ ବିରୋଧରେ ପାକିସ୍ତାନରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରଦର୍ଶନ ମଧ୍ୟ କରିଥିଲେ। ପାକିସ୍ତାନରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୧୬୦ରୁ ଊର୍ଦ୍ଧ୍ବ ଡାକ୍ତର କରୋନା ସଂକ୍ରମିତ ଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe