Advertisment

ଶୀତରେ ବଢ଼ିବ କରୋନା ସଂକ୍ରମଣ! ଚେତାବନୀ ଜାରି କଲେ ପାକ୍-ବ୍ରିଟେନ୍

କରୋନା ଭୂତାଣୁ ସଂକ୍ରମଣ ଶୀତଋତୁରେ ବଢ଼ିପାରେ ବୋଲି ବହୁ ପୂର୍ବରୁ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏବେ ବ୍ରିଟେନ ଏବଂ ପାକିସ୍ତାନରେ ମଧ୍ୟ ନିଜ ନାଗରିକଙ୍କୁ ଏନେଇ ଚେତାବନୀ ଦେଇଛି। ଶୀତ ଦିନେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍ କରିଛନ୍ତି। ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମଣ ଶୀତ ଦିନ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। […]

author-image
Pragnya Choudhury
ଶୀତରେ ବଢ଼ିବ କରୋନା ସଂକ୍ରମଣ! ଚେତାବନୀ ଜାରି କଲେ ପାକ୍-ବ୍ରିଟେନ୍

coronavirus

କରୋନା ଭୂତାଣୁ ସଂକ୍ରମଣ ଶୀତଋତୁରେ ବଢ଼ିପାରେ ବୋଲି ବହୁ ପୂର୍ବରୁ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏବେ ବ୍ରିଟେନ ଏବଂ ପାକିସ୍ତାନରେ ମଧ୍ୟ ନିଜ ନାଗରିକଙ୍କୁ ଏନେଇ ଚେତାବନୀ ଦେଇଛି। ଶୀତ ଦିନେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍ କରିଛନ୍ତି।

Advertisment

ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମଣ ଶୀତ ଦିନ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ କହିଛନ୍ତି, ଖ୍ରୀଷ୍ଟମାସ ସମୟରେ ଏବଂ ତା'ପରେ ମଧ୍ୟ କରୋନା ସଂକ୍ରମଣ ଅଧିକ ବ୍ୟାପିପାରେ।

ବୋରିସ୍ ଜନସନ୍ ଏହା ସ୍ୱୀକାର କରିଛନ୍ତି ଯେ, ଦେଶରେ ଲାଗୁ କଟକଣା ଯୋଗୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇପାରେ। ହେଲେ ଏହା ହିଁ ସମାଧାନ ବୋଲି ସେ କହିଛନ୍ତି। ଚଳିତବର୍ଷ ଶୀତ ଋତୁ ସବୁଠାରୁ କଷ୍ଟଦାୟକ ସମୟ ହୋଇପାରେ ଆଉ ଆମକୁ ଏହାକୁ ସାମ୍ନା ମଧ୍ୟ କରିବାକୁ ପଡ଼ିବ ବୋଲି ଜନସନ୍ କହିଛନ୍ତି।

Advertisment

ଅନ୍ୟପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି ଯେ, ଶୀତ ଦିନେ କରୋନା ଭୂତାଣୁ ଆତଙ୍କର ଦ୍ୱିତୀୟ ପର୍ଯ୍ୟାୟର ବିପଦ ରହିଛି। ଏଣୁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ଇମରାନ। ସମସ୍ତ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାସ୍କ ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।

ସୂଚନା ଥାଉ କି, ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ସେ ବର୍ତ୍ତମାନ ସେ ସୁସ୍ଥ ହୋଇସାରିଛନ୍ତି।

Pakistan Coronavirus Britain