Advertisment

ଗୋଧ୍ରା ଦଙ୍ଗା ଘଟଣା: ପଟାଲିୟାକୁ ଆଜୀବନ ଜେଲ ଦଣ୍ଡାଦେଶ

ଅହମଦାବାଦ: ୨୦୦୨ ଗୋଧ୍ରା ଦଙ୍ଗା ଘଟଣାରେ ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ (ଏସଆଇଟି) ଅଭିଯୁକ୍ତ ୟାକୁବ ପଟଲିୟାକୁ କୋର୍ଟ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଗତବର୍ଷ ୨୦୧୮ ଅଗଷ୍ଟ ମସିହାରେ ଏହି ମାମଲାରେ କୋର୍ଟ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୩ ଜଣକୁ ଦୋଷମୁକ୍ତ କରିଥିଲେ। ୨୦୦୨ରେ ଗୋଧ୍ରା ଦଙ୍ଗା ଘଟଣାରେ ପାଖାପାଖି ୫୮ ଜଣ ଲୋକ ପ୍ରାଣ ହରାଇଥିଲେ। ହାଇକୋର୍ଟର ଅତିରିକ୍ତ ବିଚାରପତି ଫାରୁଖ ଭନ୍ନା ଏବଂ ଇମ୍ରାନ ଆଲିଆସ ଶେରୁ ବଟିକକୁ […]

ଅଦ୍ୟତନ ହୋଇଛି
ଗୋଧ୍ରା ଦଙ୍ଗା ଘଟଣା: ପଟାଲିୟାକୁ ଆଜୀବନ ଜେଲ ଦଣ୍ଡାଦେଶ

sabarmati-express

Advertisment

ଅହମଦାବାଦ: ୨୦୦୨ ଗୋଧ୍ରା ଦଙ୍ଗା ଘଟଣାରେ ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ (ଏସଆଇଟି) ଅଭିଯୁକ୍ତ ୟାକୁବ ପଟଲିୟାକୁ କୋର୍ଟ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଗତବର୍ଷ ୨୦୧୮ ଅଗଷ୍ଟ ମସିହାରେ ଏହି ମାମଲାରେ କୋର୍ଟ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୩ ଜଣକୁ ଦୋଷମୁକ୍ତ କରିଥିଲେ। ୨୦୦୨ରେ ଗୋଧ୍ରା ଦଙ୍ଗା ଘଟଣାରେ ପାଖାପାଖି ୫୮ ଜଣ ଲୋକ ପ୍ରାଣ ହରାଇଥିଲେ।

Advertisment

ହାଇକୋର୍ଟର ଅତିରିକ୍ତ ବିଚାରପତି ଫାରୁଖ ଭନ୍ନା ଏବଂ ଇମ୍ରାନ ଆଲିଆସ ଶେରୁ ବଟିକକୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ହୁସେନ ସୁଲେମାନ ମୋହନ, କସମ ଭାମେଦି ଏବଂ ଫାରୁକ ଧାନ୍ତିଆଙ୍କୁ ଦୋଷମୁକ୍ତ କରିଥିଲେ। ଏହି ୫ ଅଭିଯୁକ୍ତଙ୍କୁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ୨୦୧୫-୨୦୧୬ରେ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଫେବୃଆରୀ ୨୭, ୨୦୦୨ରେ ଗୁଜରାଟ ଗୋଧ୍ରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ପହଞ୍ଚିବା ପରେ କୋଚରେ ନିଆଁ ଲଗାଇଦିଆଯାଇଥିଲା। ପରେ ଏହି ଘଟଣା ବଡ଼ ଧରଣର ଦଙ୍ଗାରେ ପରିଣତ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe