BombayHighCou
ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଆଜି ସଲମାନ ଖାନଙ୍କ ଜାମିନ ନେଇ ଶୁଣାଣି ଚାଲିଥିବା ବେଳେ ବାହାରେ ତାଙ୍କର ଜଣେ ଫ୍ୟାନ୍ ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ନାମ ଗୌରାଙ୍ଗ କୁଣ୍ଡୁ। ସେ ପ୍ରଥମେ କୋର୍ଟ ପରିସରରେ କିଛି ଲିଫଲେଟ୍ ବାଣ୍ଟି ଥିଲେ। ତା’ପରେ ସେଠାରେ ଥିବା ଏକ ଗଛର ପଛ ପାଖକୁ ଚାଲିଯାଇ ବିଷ ଖାଇ ଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ଏବେ ଚିକିତ୍ସା ଚାଲିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଗୌରାଙ୍ଗ କହିଛନ୍ତି ଯେ ସଲମାନ ତାଙ୍କ ପାଇଁ ଭଗବାନ। ସଲମାନଙ୍କ ପରିବାରର ସମସ୍ତ ସଦସ୍ୟ ତାଙ୍କ ପାଇଁ ତଥା ତାଙ୍କ ପରିବାରର ସମସ୍ତ ସଦସ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/BombayHighCou.jpg)