Advertisment

ମୃତ୍ୟୁ ପରେ ମିଳିଲାନି ସମ୍ମାନ; କରୋନା ମୃତକଙ୍କୁ ଜେସିବିରେ ବୋହିନେଲେ

ଶ୍ରୀକାକୁଲମ୍: କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇଗଲା ଅଦରକାରୀ ତଥା ଆବର୍ଜ୍ଜନା ଜିନିଷ। ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। ଶେଷରେ ଆମ୍ବୁଲାନ୍ସରେ ନ ନେଇ ଜେସିବିରେ ମୃତଦେହକୁ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା । ଏଭଳି କିଛି ହୃଦୟ ବିଦାରକ ଓ ଅମାନବୀୟ ଘଟଣା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ଘଟିଛି । ଏହି ଘଟଣା ସୋଶାଲ ମିଡିଆ ଓ ଗଣମାଧ୍ୟମରେ ଭାଇରାଲ ହେବା ପରେ ମ୍ୟୁନିସିପାଲଟି କମିଶନର ଟି. ନଗେନ୍ଦ୍ର କୁମାର ଏବଂ ସାନିଟାଇଜର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୃତ୍ୟୁ ପରେ ମିଳିଲାନି ସମ୍ମାନ; କରୋନା ମୃତକଙ୍କୁ ଜେସିବିରେ ବୋହିନେଲେ

jcb-1-1

ଶ୍ରୀକାକୁଲମ୍: କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇଗଲା ଅଦରକାରୀ ତଥା ଆବର୍ଜ୍ଜନା ଜିନିଷ। ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। ଶେଷରେ ଆମ୍ବୁଲାନ୍ସରେ ନ ନେଇ ଜେସିବିରେ ମୃତଦେହକୁ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା । ଏଭଳି କିଛି ହୃଦୟ ବିଦାରକ ଓ ଅମାନବୀୟ ଘଟଣା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ଘଟିଛି । ଏହି ଘଟଣା ସୋଶାଲ ମିଡିଆ ଓ ଗଣମାଧ୍ୟମରେ ଭାଇରାଲ ହେବା ପରେ ମ୍ୟୁନିସିପାଲଟି କମିଶନର ଟି. ନଗେନ୍ଦ୍ର କୁମାର ଏବଂ ସାନିଟାଇଜର ଇନସପେକ୍ଟର ଏନ୍ ରାଜିଭଙ୍କୁ ଜିଲ୍ଲାପାଳ ଟି. ନଗେନ୍ଦ୍ର କୁମାର ନିଲମ୍ୱନ କରିଛନ୍ତି।

Advertisment

ଆକ୍ରାନ୍ତଙ୍କ ଘର ଉଦୟପୁରମ। ଗୁରୁବାର ରାତିରେ ସେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମୃତକ ଜଣଙ୍କ ଏହି ମ୍ୟୁନିସିପାଲଟି ଅଫିସର ଚତୁର୍ଥ ଶ୍ରେଣୀର କର୍ମଚାରୀ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ପରେ ସେ କରୋନାରେ ଆକ୍ରାନ୍ତ ଥିବା ଶୁକ୍ରବାର ସକାଳେ ଡାକ୍ତର ସ୍ପଷ୍ଟ କରିଥିଲେ।

ଶେଷକୃତ୍ୟ ପାଇଁ ପରିବାର ଲୋକେ କେହି ଆସିନଥିଲେ। ଏହାପରେ ପଡ଼ୋଶୀମାନେ ସ୍ଥାନୀୟ ମ୍ୟୁନିସିପାଲଟିକୁ ଏ ବାବଦରେ ଖବର ଦେଇଥିଲା। ସଂପୃକ୍ତ ଅଞ୍ଚଳଟି ଛୋଟିଆ ଅଞ୍ଚଳ ହୋଇଥିବାରୁ ଆମ୍ୱୁଲାନ୍ସ ସେବା ନଥିଲା। ସ୍ଥାନୀୟ ଲୋକମାନେ ଶବଟିକୁ ଶୀଘ୍ର ନେଇଯିବା ପାଇଁ ଦାବି କରିଥିଲେ। ଏହାପରେ ମ୍ୟୁନିସିପାଲଟି ଅଧିକାରୀ ମୃତକଙ୍କୁ ଜେସିବି ମେସିନ ସାହାଯ୍ୟରେ ଶେଶକୃତ୍ୟ ସ୍ଥାନକୁ ନେଇଥିଲେ। ଅନ୍ତିମ ସଂସ୍କାର ବେଳେ ମ୍ୟୁନିସିପାଲଟି ଅଧିକାରୀ ପିପିଇ କିଟ୍ ଏବଂ ମାସ୍କ ଯୋଗାଇବା ପରେ ଘର ଲୋକ ଆସି ଅନ୍ତିମ ସଂସ୍କାର କରିଥିଲେ।

Advertisment