Advertisment

କୋଭାକ୍ସିନ ପରୀକ୍ଷଣକୁ ନେଇ ଆସିଲା ଭଲ ଖବର

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ଅସୁସ୍ଥତା ପରେ ୟୁକେ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକା ପରୀକ୍ଷଣକୁ ୨ ଦିନ ପୂର୍ବେ  ବନ୍ଦ କରି ଦିଆଯାଇଥିବା ବେଳେ ଟିକାର ହ୍ୟୁମାନ ଟ୍ରାଏଲକୁ ଏକ ବଡ଼ ଝଟକା ଲାଗିଥିଲା। ଏପରି ସମୟରେ ପୁଣି ଥରେ  ଟିକା ପରୀକ୍ଷଣକୁ ନେଇ ଆଶା ଉଜ୍ଜିବିତ ହୋଇଛି। ଏଥିର  କିନ୍ତୁ ମଣିଷ ନୁହେଁ ପଶୁଙ୍କ ଉପରେ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ପରୀକ୍ଷଣ ସଫଳ ହୋଇଛି। ଏନେଇ ଭାରତ ବାୟୋଟେକ୍ ପକ୍ଷରୁ  […]

ଅଦ୍ୟତନ ହୋଇଛି
କୋଭାକ୍ସିନ ପରୀକ୍ଷଣକୁ ନେଇ ଆସିଲା ଭଲ ଖବର

covaxine

Advertisment

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ଅସୁସ୍ଥତା ପରେ ୟୁକେ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକା ପରୀକ୍ଷଣକୁ ୨ ଦିନ ପୂର୍ବେ  ବନ୍ଦ କରି ଦିଆଯାଇଥିବା ବେଳେ ଟିକାର ହ୍ୟୁମାନ ଟ୍ରାଏଲକୁ ଏକ ବଡ଼ ଝଟକା ଲାଗିଥିଲା। ଏପରି ସମୟରେ ପୁଣି ଥରେ  ଟିକା ପରୀକ୍ଷଣକୁ ନେଇ ଆଶା ଉଜ୍ଜିବିତ ହୋଇଛି। ଏଥିର  କିନ୍ତୁ ମଣିଷ ନୁହେଁ ପଶୁଙ୍କ ଉପରେ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ପରୀକ୍ଷଣ ସଫଳ ହୋଇଛି।

Advertisment

ଏନେଇ ଭାରତ ବାୟୋଟେକ୍ ପକ୍ଷରୁ  କୁହାଯାଇଛି, ମାଙ୍କଡ଼ ପ୍ରଜାତିର ୨୦ଟି ପଶୁଙ୍କଠାରେ ଏହି ପରୀକ୍ଷା ହୋଇଥିଲା । ୪ ଗ୍ରୁପରେ ୨୦ ମାଙ୍କଡ଼କୁ କୋଭାକ୍ସିନର ୨ଟି ଡୋଜ୍ ଦିଆଯାଇଥିଲା।  ଗୋଟିଏ ଗୋଷ୍ଠୀକୁ ପ୍ଲେସେବୋ ସହିତ ପରିଚାଳନା କରାଯାଉଥିବା ବେଳେ ଅନ୍ୟ ୩ଟି ଗ୍ରୁପରେ ଭିନ୍ନ ଭିନ୍ନ ଟିକା ପ୍ରତିରୋପଣ କରାଯାଇଥିଲା ଏହାର ପରିଣାମ ଉତ୍ସାହଜନକ ଥିବା ସହ ମାଙ୍କଡ଼ର ନାକ, ଗଳା ଓ ଫୁସଫୁସ୍‌ରେ ବଢୁଥିବା ସଂକ୍ରମଣକୁ ଏହି ଟିକା ରୋକିବାରେ ସହାୟକ ହୋଇପାରୁଛି ବୋଲି  କୁହାଯାଇଛି ।  ପଶୁଙ୍କ ଶରୀରରେ ସଂକ୍ରମଣକୁ ରୋକିବାରେ ଏହି ଟିକା ସକ୍ଷମ ହୋଇଛି।

ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକା କୋଭାକ୍ସିନର ଏବେ  କ୍ଲିନିକାଲ ଟ୍ରାଏଲ ଚାଲୁ ରହିଛି। ଦେଶର ୧୨ଟି ହସ୍ପିଟାଲର ୧୧୨୫ ରୋଗୀଙ୍କ ଉପରେ ଏହି ଟ୍ରାଏଲ କରାଯାଉଛି । ସେମାନଙ୍କ ମଧ୍ୟରେ ନୂଆଦିଲ୍ଲୀ ଓ ପାଟନାସ୍ଥିତି ଏମ୍ସ ହସ୍ପିଟାଲ,  ବିଶାଖାପାଟଣାସ୍ଥିତ , King George Hospital ଓ ହାଇଦ୍ରାବାଦସ୍ଥିତି ନିଜାମ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଚାଲୁ ରହିଛି।

Advertisment

ସୂଚନାଯୋଗ୍ୟ, ଅକ୍ସଫୋର୍ଡ ଦ୍ୱାରା ବିକଶିତ  ଟିକାକୁ ଭାରତରେ ‘କୋଭିସିଲଡ’ ନାମରେ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଉତ୍ପାଦନ କରୁଛି। ୟୁକେରେ ତୃତୀୟ ପର୍ଯ୍ୟୟ ହ୍ୟୁମାନ ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହେବା ପରେ ଟିକାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି। ହେଲେ ଭାରତରେ ଏହା ବନ୍ଦ ହେବନି ବୋଲି କହିଛି ଉତ୍ପାଦନକାରୀ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ। ଭାରତରେ କିଛି ସମସ୍ୟା ଦେଖା ଦେଇ ନ ଥିବାରୁ କରୋନା ଟିକାର ଟ୍ରାଏଲ ଜାରି ରହିବ ବୋଲି କମ୍ପାନୀ ତରଫରୁ ବିବୃତି ଦିଆଯାଇଥିଲା। 

COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe