ନୂଆଦିଲ୍ଲୀ: ଆଗକୁ ଶୀତ ଋତୁ ଆସୁଛି। ଏହି ସମୟରେ କରୋନାର ପ୍ରକୋପ ଆହୁରି ବଢ଼ିପାରେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଦନ ଏ ନେଇ ଦେଶବାସୀଙ୍କୁ ସଣ୍ଡେ ସମ୍ୱାଦ କାର୍ଯ୍ୟକ୍ରମ ଜରିଆରେ ସତର୍କ କରାଇଛନ୍ତି। ହର୍ଷବର୍ଦ୍ଧନ ବିଭିନ୍ନ ଷ୍ଟଡି ରିପୋର୍ଟ ଏବଂ ଅନ୍ୟ ଦେଶର ଉଦାହରଣକୁ ଆଖି ଆଗରେ ରଖି ଏଭଳି କହିଛନ୍ତି।
କୋଭିଡ ମୁଖ୍ୟତଃ ଥଣ୍ଡାରୁ କ୍ରମଶଃ ଜ୍ୱରରେ ପରିଣତ ହୋଇ କୋଭିଡକୁ ସଂକ୍ରମିତ ହୋଇଥାଏ। ଏହି ଭାଇରସ ବାୟୁମଣ୍ଡଳରେ ମଧ୍ୟ ଆକ୍ଟିଭ ରହିଥାଏ। ଶୀତ ଦିନ ଥଣ୍ଡାର ପ୍ରକୋପ ଅଧିକ ରହିବ। ତେଣୁ କରୋନା ସଂକ୍ରମଣ ମାରାତ୍ମକ ନହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
କେନ୍ଦ୍ରମନ୍ତ୍ରୀ ଉଦାହରଣ ଦେବାକୁ ଯାଇ କହିଛନ୍ତି, ୟୁରୋପୀୟ ଦେଶ, ୟୁନାଇଡେଟ କିଙ୍ଗଡମର ଉଦାହରଣ ଦେଇ କହିଛନ୍ତି ଏହି ସବୁ ଦେଶରେ ଶୀତ ପହଞ୍ଚି ସାରିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ ମଧ୍ୟ ବଢ଼ିଛି। ତେଣୁ କରୋନାକୁ ନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ। ତେଣୁ ଆବଶ୍ୟକ ସତର୍କତା ଅବଲମ୍ୱନ କରିବା ଦରକାର ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ, ସ୍ୱାକ୍ଷର ହେଲା MOU
ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Health
‘ଓଡ଼ିଶାରେ ଚିହ୍ନଟ ହୋଇନି ଏଚଏମପିଭି ଭାଇରସ୍, ଥଣ୍ଡାକାଶ ଥିଲେ ପରୀକ୍ଷା କରାନ୍ତୁ’
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ଭାଇରସ୍ ମୁଖ୍ୟତଃ ୧୪ବର୍ଷ ବୟସରୁ କମ୍ ପିଲାଙ୍କୁ ସଂକ୍ରମିତ କରିଥାଏ । ତା’ଛଡ଼ା ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ ଯଥା ଗର୍ଭବତୀ, କ୍ୟାନସର,ଆଜମା ଓ ହୃଦରୋଗରେ ପୀଡ଼ିତ ଥାନ୍ତି ସେମାନେ ଏଥିରେ ସଂକ୍ରମିତ ହେବାର ଆଶଙ୍କା ବେଶୀ ।
Health
ଭାରତରେ ପଶିଲା ଚୀନ୍ ଭାଇରସ୍, ଗୋଟିଏ ଦିନରେ ୩ HMPV ମାମଲା ଚିହ୍ନଟ
ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। ଆଜି ଗୋଟିଏ ଦିନରେ ବେଙ୍ଗାଲୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ପଜିଟିଭ୍ ଚିହ୍ନଟ ହୋଇଛନ୍ତି।