Advertisment

୭.୫୯% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି, ମୋଦି ସରକାରରେ ସର୍ବାଧିକ!

ନୂଆଦିଲ୍ଲୀ: କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ (ସିପିଆଇ) ଆଧାରରେ ଆକଳନ କରାଯାଉଥିବା ଖୁରା ମୁଦ୍ରାସ୍ଫୀତି ଜାନୁଆରୀ ମାସରେ ୭.୫୯% ଛୁଇଁଛି। ଗତ ୬ ବର୍ଷରେ ଅର୍ଥନୀତିକ ସ୍ଥିତି ନକାରାତ୍ମକ ରହିଥିବାବେଳେ ମୁଦ୍ରାସ୍ଫୀତି ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହା ମେ ୨୦୧୪ ପରଠାରୁ ଭାରତର ସର୍ବାଧିକ ମୁଦ୍ରାସ୍ଫୀତି। ଦାମୀ ଖାଦ୍ୟଦ୍ରବ୍ୟ ଏବଂ ଅଧିକ ଦରର ଟେଲିକମ୍‌ ଟାରିଫ୍‌ କାରଣରୁ ଏପରି ଦରବୃଦ୍ଧି ହୋଇଥିବା କୁହାଯାଉଛି। ଗତ ଜାନୁଆରୀ ମାସରେ ଏହା ୭.୫୯% ପହଞ୍ଚିବା ଆଗରୁ […]

ଅଦ୍ୟତନ ହୋଇଛି
୭.୫୯% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି, ମୋଦି ସରକାରରେ ସର୍ବାଧିକ!

Inflation

Advertisment

ନୂଆଦିଲ୍ଲୀ: କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ (ସିପିଆଇ) ଆଧାରରେ ଆକଳନ କରାଯାଉଥିବା ଖୁରା ମୁଦ୍ରାସ୍ଫୀତି ଜାନୁଆରୀ ମାସରେ ୭.୫୯% ଛୁଇଁଛି। ଗତ ୬ ବର୍ଷରେ ଅର୍ଥନୀତିକ ସ୍ଥିତି ନକାରାତ୍ମକ ରହିଥିବାବେଳେ ମୁଦ୍ରାସ୍ଫୀତି ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

Advertisment

ଏହା ମେ ୨୦୧୪ ପରଠାରୁ ଭାରତର ସର୍ବାଧିକ ମୁଦ୍ରାସ୍ଫୀତି। ଦାମୀ ଖାଦ୍ୟଦ୍ରବ୍ୟ ଏବଂ ଅଧିକ ଦରର ଟେଲିକମ୍‌ ଟାରିଫ୍‌ କାରଣରୁ ଏପରି ଦରବୃଦ୍ଧି ହୋଇଥିବା କୁହାଯାଉଛି।

ଗତ ଜାନୁଆରୀ ମାସରେ ଏହା ୭.୫୯% ପହଞ୍ଚିବା ଆଗରୁ ଏହା ଡିସେମ୍ବରରେ ୭.୩୫ ଥିଲା। ସେହିଭଳି ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ମୁଦ୍ରାସ୍ଫୀତି ଗତବର୍ଷ ଡିସେମ୍ବରରେ ୧୨.୨%ରୁ ବର୍ତ୍ତମାନ ୧୧.୮% ହୋଇଛି।

Advertisment

ଗତବର୍ଷ ତୁଳନାରେ ପରିବା ଦର ଯଥେଷ୍ଟ ଅଧିକ ରହିଛି। ଏହି କ୍ଷେତ୍ରରେ ୫୦.୧୯% ରହିଛି, ଯାହାକି ଜାନୁଆରୀରେ ୬୦.୫% ଥିଲା। ମାଂସ, କ୍ଷୀର ଏବଂ ଡାଲି ଜାତୀୟ ଉତ୍ପାଦ କ୍ଷେତ୍ରରେ ମଧ୍ୟ ଦରବୃଦ୍ଧି ଅଧିକ ରହିଛି। ପରିବହନ କ୍ଷେତ୍ରରେ ମୁଦ୍ରାସ୍ଫୀତି ଡିସେମ୍ବରରେ ୪.୭୭ରୁ ୬.୦୮କୁ ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe