Advertisment

'ଅଶାନ୍ତ ଥିଲେ ସୁଶାନ୍ତ’

ମୁମ୍ୱାଇ: ଟିଭିରୁ ରୁପେଲ ପରଦାର ନାୟକ ସାଜିଥିବା ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରରେ ବି ଟାଉନରୁ ନେଇ ରାଜନେତା ଏପରିକି ଦେଶବାସୀ ସ୍ତବ୍ଧ। ମାନସିକ ଚାପରେ ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ମୁମ୍ୱାଇ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଶାନ୍ତଙ୍କ ମୁମ୍ୱାଇ ବାସଭବନରେ ପହଞ୍ଚି ପୁଲିସ୍ ସୁଶାନ୍ତଙ୍କ ମୋବାଇଲ୍ ଜବତ କରିଛି। ତାଙ୍କ ଚାକର, ମ୍ୟାନେଜର ଏବଂ ଆଉ ଜଣେ ବ୍ୟକ୍ତିଙ୍କର ବୟାନ […]

ଅଦ୍ୟତନ ହୋଇଛି
ଜୁନ୍‌ ୧୩ ରାତିରେ ସୁଶାନ୍ତଙ୍କ ଘରେ ଘଟିଥିବା ଘଟଣାରେ ଆଶ୍ଚର୍ଯ୍ୟ ହୋଇଥିଲେ ପଡ଼ୋଶୀ

sushant singh

Advertisment

ମୁମ୍ୱାଇ: ଟିଭିରୁ ରୁପେଲ ପରଦାର ନାୟକ ସାଜିଥିବା ବଲିଉଡ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରରେ ବି ଟାଉନରୁ ନେଇ ରାଜନେତା ଏପରିକି ଦେଶବାସୀ ସ୍ତବ୍ଧ। ମାନସିକ ଚାପରେ ଥିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ମୁମ୍ୱାଇ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସୁଶାନ୍ତଙ୍କ ମୁମ୍ୱାଇ ବାସଭବନରେ ପହଞ୍ଚି ପୁଲିସ୍ ସୁଶାନ୍ତଙ୍କ ମୋବାଇଲ୍ ଜବତ କରିଛି। ତାଙ୍କ ଚାକର, ମ୍ୟାନେଜର ଏବଂ ଆଉ ଜଣେ ବ୍ୟକ୍ତିଙ୍କର ବୟାନ ପୁଲିସ ରେକର୍ଡ କରିଥିବା ସୂଚନା ରହିଛି।

ତାଙ୍କ ଘରୋଇ ସହାୟକ କହିଛନ୍ତି, ସୁଶାନ୍ତ ସକାଳ ଦଶ ଟାରେ ନିଜ ରୁମରୁ ବାହାରିଥିଲେ। ଏହାପରେ ସେ ଜୁସ୍ ପିଇବା ସହିତ କିଛି ଔଷଧ ଖାଇଥିଲେ। ତେବେ ପୁଣି ତାଙ୍କ ରୁମକୁ ସେ ପଳାଇଥିଲେ। କିଛି ସମୟ ପରେ ରୁମର କବାଟ ନଖୋଲିବାରୁ ଏବଂ ସୁଶାନ୍ତ ସିଂହ କୌଣସି ପ୍ରତିକ୍ରିୟା ନଦେବାରୁ ସହାୟକ ଜଣଙ୍କ ସୁଶାନ୍ତଙ୍କ ମ୍ୟାନେଜରକୁ ଫୋନ୍ କରିଥିଲେ। ଏହାପରେ କବାଟ ଭାଙ୍ଗିବା ପରେ ସୁଶାନ୍ତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ମ୍ୟାନେଜର କହିଛନ୍ତି, ସୁଶାନ୍ତ ଭିତରେ ଦୁଃଖୀ ଥିଲେ। କିଛି ଦିନ ହେବ ସେ ଗୁମସୁମ୍ ହୋଇ ରହୁଥିଲେ।

Advertisment

ସୁଶାନ୍ତଙ୍କ ଶବ ଏବେ ବ୍ୟବେଛଦ କରିବା ପାଇଁ ପଠାଯାଇଛି। ଆସନ୍ତକାଲି ତାଙ୍କ ବାପା ମୁମ୍ୱାଇ ଆସିବେ ବୋଲି ଜଣାପଡ଼ିଛି। ତାଙ୍କ ମାମୁଁ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବା ବ୍ୟକ୍ତି ନୁହେଁ, କେହି ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥାଇପାରନ୍ତି। ପୁଲିସ ମଧ୍ୟ ସୁଶାନ୍ତଙ୍କ ରୁମରୁ ଅନେକ ଔଷଧ ଜବତ କରିଛି। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe