Advertisment

ଅନଲାଇନରେ ଚୋରି ହେଲା ୩କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ

ନୂଆଦିଲ୍ଲୀ: ବିପଦରେ ଭାରତୀୟଙ୍କ ତଥ୍ୟ। ସାଇବର ଅପରାଧୀଙ୍କ ଟାର୍ଗେଟରେ ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ। ଅନଲାଇନ୍ ଇଣ୍ଟେଲିଜେନ୍ସ କମ୍ପାନୀ ସାଇବଲ୍ ଏନେଇ ସୂଚନା ଦେଇଛି। ୨.୯ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ କରାଯାଇଥିବା ଜଣାପଡ଼ିଛି। ସାଇବଲ ସୂଚନା ଅନୁସାରେ, ସାଇବର ଠକମାନେ ୨୯.୧ ମିଲିୟନ୍ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ଓ୍ୱେବରେ ଅପଲୋଡ୍ କରିଦିଆ ଯାଇଛି। ଏହି ସବୁ ତଥ୍ୟ ସେଠାରେ ମାଗଣାରେ ଅର୍ଥା ଦେୟମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ରହିଛି। ଶୁକ୍ରବାର ଏକ ବ୍ଲଗ୍ ମାଧ୍ୟମରେ […]

ଅନଲାଇନରେ ଚୋରି ହେଲା ୩କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ

data-leak

Advertisment

ନୂଆଦିଲ୍ଲୀ: ବିପଦରେ ଭାରତୀୟଙ୍କ ତଥ୍ୟ। ସାଇବର ଅପରାଧୀଙ୍କ ଟାର୍ଗେଟରେ ଭାରତୀୟମାନଙ୍କ ବ୍ୟକ୍ତିଗତ ତଥ୍ୟ। ଅନଲାଇନ୍ ଇଣ୍ଟେଲିଜେନ୍ସ କମ୍ପାନୀ ସାଇବଲ୍ ଏନେଇ ସୂଚନା ଦେଇଛି। ୨.୯ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ କରାଯାଇଥିବା ଜଣାପଡ଼ିଛି।

Advertisment

ସାଇବଲ ସୂଚନା ଅନୁସାରେ, ସାଇବର ଠକମାନେ ୨୯.୧ ମିଲିୟନ୍ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଡାର୍କ ଓ୍ୱେବରେ ଅପଲୋଡ୍ କରିଦିଆ ଯାଇଛି। ଏହି ସବୁ ତଥ୍ୟ ସେଠାରେ ମାଗଣାରେ ଅର୍ଥା ଦେୟମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ରହିଛି। ଶୁକ୍ରବାର ଏକ ବ୍ଲଗ୍ ମାଧ୍ୟମରେ ସାଇବଲ ଏହି ସୂଚନା ଦେଇଛି। ତଦ୍ଦନୁଯାୟୀ, ରୋଜଗାର ଖୋଜୁଥିବା ୨.୯୧ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଯାଇଛି। ସାଧାରଣତଃ ଡାଟା ବା ତଥ୍ୟ ଲିକ୍ ଘଟଣା ପ୍ରାୟତଃ ସମ୍ନାକୁ ଆସିଥାଏ। ହେଲେ ଏହି ସବୁ ତଥ୍ୟରେ ଲୋକମାନଙ୍କ ନାଁ, ଘର ଠିକଣା, ଇମେଲ ଆଇଡି, ଅଭିଜ୍ଞତା, ଫୋନ ନମ୍ବର, ଶିକ୍ଷାଗତ ଯୋଗ୍ୟତା ଆଦି ଅନ୍ତର୍ଭୁକ୍ତ ରହିଛି।

ନିକଟରେ ଫେସବୁକ ଏବଂ ଅନଏକାଡେମୀର ହ୍ୟାକିଂ ବିଷୟରେ ସାଇବଲ ପକ୍ଷରୁ ସୂଚନା ମିଳିଥିଲା। ତେବେ ଅନଲାଇନ ଠକମାନେ ଇଣ୍ଟରନେଟରୁ ବ୍ୟକ୍ତିଗତ ତଥ୍ୟ ଚୋରି କରିବାର ସୁଯୋଗକୁ ଅପେକ୍ଷା କରିଥାନ୍ତି ବୋଲି ସାଇବଲ କହିଛି। ଏହି ତଥ୍ୟଗୁଡ଼ିକ ସାହାଯ୍ୟରେ ସେମାନେ ଡକାୟତି, ଘୋଟାଲା, ମିଥ୍ୟା ପରିଚୟ ସୃଷ୍ଟି କରିଥାନ୍ତି।

Advertisment

ସୂଚନା ଥାଉ କି, ଚଳିତ ମାସ ଆରମ୍ଭରେ ଭାରତର ସବୁଠାରୁ ବଡ଼ ଇ-ଲର୍ନିଂ ପ୍ଲାଟଫର୍ମ ହ୍ୟାକ୍ ହୋଇଯାଇଥିଲା। ଏହାର ଖୁଲାସା ମଧ୍ୟ ସାଇବଲ ହିଁ କରିଥିଲା। ସାଇବଲ ହେଉଛି ଏକ ୟୁଏସ-ସ୍ଥିତ ସିକ୍ୟୁରିଟି ଫାର୍ମ। ଅନଲାଇନ ଠକମାନେ ସର୍ଭରକୁ ହ୍ୟାକ୍ କରି ୨୨ ମିଲିୟନ ଅର୍ଥାତ୍ ପ୍ରାୟ ୨୨ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଇଥିଲା ବୋଲି ସାଇବଲ ସୂଚନା ଦେଇଥିଲା।

ଭାରତୀୟଙ୍କ ଏହି ସବୁ ତଥ୍ୟର ବିବରଣୀ ଡାର୍କ ଓ୍ୱେବରେ ଅନଲାଇନ୍ ବିକ୍ରି କରାଯାଉଛି। ଏମାନଙ୍କ ମଧ୍ୟରେ ଓ୍ୱିପ୍ରୋ, ଫେସବୁକ୍, ଗୁଗଲ୍, କଂଗନିଜେଣ୍ଟ, ଇନଫୋସିସ୍ କର୍ମଚାରୀଙ୍କ ତଥ୍ୟ ମଧ୍ୟ ରହିଛି। ସାଇବଲର ତଥ୍ୟ ଅନୁଯାୟୀ, ଅନଏକାଡେମୀର ୨୧,୯୦୯,୭୦୭ ତଥ୍ୟ ଲିକ୍ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨,୦୦୦ ଆମେରିକା ଡଲାର୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe