Advertisment

ପାକ୍ ପୂର୍ବତନ ଗୃହମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ନାରୀକୁ ସମ୍ମାନ ଓ ସୁରକ୍ଷା ଦେବାରେ ପାକିସ୍ତାନ ବାରମ୍ବାର ବିଫଳ ସାବ୍ୟସ୍ତ ହୋଇଛି। ନିଜର ମନ୍ଦ ପ୍ରକୃତି ଯୋଗୁ ବାରମ୍ବାର ଦୁନିଆ ସାମ୍ନାରେ ଅପଦସ୍ତ ହେବା ପରେ ବି ପାକ୍ ନିଜକୁ ସଜାଡ଼ିବାର ଚେଷ୍ଟା ମଧ୍ୟ କରୁନାହିଁ। ଏବେ ପୁଣି ଭାରତର ଏହି ପଡ଼ୋଶୀ ଦେଶ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ପାକ୍ ପୂର୍ବତନ ଗୃହମନ୍ତ୍ରୀ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିବା ପରେ ସାରା ଦୁନିଆରେ ପୁଣି ପାକିସ୍ତାନ ବଦନାମ ହୋଇଛି। […]

ଅଦ୍ୟତନ ହୋଇଛି
ପାକ୍ ପୂର୍ବତନ ଗୃହମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

journalist-rape-in-pak

Advertisment

ନୂଆଦିଲ୍ଲୀ: ନାରୀକୁ ସମ୍ମାନ ଓ ସୁରକ୍ଷା ଦେବାରେ ପାକିସ୍ତାନ ବାରମ୍ବାର ବିଫଳ ସାବ୍ୟସ୍ତ ହୋଇଛି। ନିଜର ମନ୍ଦ ପ୍ରକୃତି ଯୋଗୁ ବାରମ୍ବାର ଦୁନିଆ ସାମ୍ନାରେ ଅପଦସ୍ତ ହେବା ପରେ ବି ପାକ୍ ନିଜକୁ ସଜାଡ଼ିବାର ଚେଷ୍ଟା ମଧ୍ୟ କରୁନାହିଁ। ଏବେ ପୁଣି ଭାରତର ଏହି ପଡ଼ୋଶୀ ଦେଶ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ପାକ୍ ପୂର୍ବତନ ଗୃହମନ୍ତ୍ରୀ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିବା ପରେ ସାରା ଦୁନିଆରେ ପୁଣି ପାକିସ୍ତାନ ବଦନାମ ହୋଇଛି।

Advertisment

ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ରହମାନ ମଲିକଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ। ପାକିସ୍ତାନ ବାସିନ୍ଦା ଆମେରିକୀୟ ସାମ୍ବାଦିକା ସିନ୍ଥିଆ ଡି. ରିଚି ଖୋଦ୍ ଏହି ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ୨୦୧୧ ମସିହାରେ ରେହମାନ ମଲିକ ତାଙ୍କୁ ରାଷ୍ଟ୍ରପତି ଭବନରେ ଦୁଷ୍କର୍ମ କରିଥିଲେ।

Advertisment

ସିନ୍ଥିଆ କହିଛନ୍ତି, ତାଙ୍କୁ ଦୁଷ୍କର୍ମ କରାଯାଉଥିବା ବେଳେ ରାଷ୍ଟ୍ରପତି ଭବନରେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁପ୍ ରଜା ଗିଲାନୀ ମଧ୍ୟ ଉପସ୍ଥିତ ଥିଲେ। ସେ ମଧ୍ୟ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି।

ସେ ପୁଣି କହିଛନ୍ତି, ୨୦୧୧ ମସିହାରେ ଏକ କାର‌୍ୟ୍ୟକ୍ରମରେ ଯୋଗଦେବାକୁ ମୋତେ ରାଷ୍ଟ୍ରପତି ଭବନ ଡକାଯାଇଥିଲା। ମୁଁ ଭାବିଲି ଭିସା ବାବଦରେ ଆଲୋଚନା ହୋଇପାରେ। କିନ୍ତୁ ମୋତେ ଫୁଲତୋଡ଼ା ଦେଇ ସ୍ୱାଗତ କରାଗଲା। ପରେ ଡ୍ରଗ୍ସ ଅର୍ଥାତ୍ ନିଶାଦ୍ରବ୍ୟ ମିଶାଇ ମୋତେ ପାନୀୟ ଦିଆଗଲା। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପାକରେ ପାକିସ୍ତାନ ପିପୁଲସ୍ ପାର୍ଟି (ପିପିପି) କ୍ଷମତାରେ ଥିଲା। ମୁଁ କାହାକୁ ଅଭିଯୋଗ କରିଥାନ୍ତି ବୋଲି କହିଛନ୍ତି ସିନ୍ଥିଆ।

ସିନ୍ଥିଆ ଆହୁରି ମଧ୍ୟ କହିଛନ୍ତି, ମୁଁ ଆମେରିକା ଦୂତାବାସଙ୍କୁ ଏନେଇ ସୂଚିତ କରିଥିଲି। ହେଲେ ଆମେରିକା ଆଉ ପାକିସ୍ତାନ ମଧ୍ୟରେ ତରଳ ପରିସ୍ଥିତି ସାଙ୍ଗକୁ ଜଟିଳ ସମ୍ପର୍କ ଥିବାରୁ ଆବଶ୍ୟକତାଠାରୁ କମ୍ ପ୍ରତିକ୍ରିୟା ମିଳିଥିଲା ବୋଲି ସେ କହିଛନ୍ତି।

ତେବେ ସେ ଜଣେ ସୁନ୍ଦର ପୁରୁଷଙ୍କ ସହ ସମ୍ପର୍କରେ ଅଛନ୍ତି, ଯାହାଙ୍କୁ ସିଏ ପାକିସ୍ତାନରେ ଭେଟି ଥିଲେ। ଆଉ ସେହି ବ୍ୟକ୍ତି ହିଁ ତାଙ୍କୁ ଏନେଇ ମୁହଁ ଖୋଲିବାକୁ ପ୍ରୋତ୍ସାହିତ କରିଛନ୍ତି ବୋଲି ସିନ୍ଥିଆ ଜଣାଇଛନ୍ତି।

ତେବେ ପାକିସ୍ତାନ ସମ୍ବାଦିକ ଗୁଲାମ ଅବ୍ବାସ୍ ଶାହ ମଧ୍ୟ ଟ୍ୱିଟରରେ ସିନ୍ଥିୟାଙ୍କ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସିନ୍ଥିୟା ଏ ସମସ୍ତ ଘଟଣା ବିଷୟରେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe