Advertisment

ସରୁନି ବିଜେପି-ଆପ୍‌ କଳି; ମନି ଲଣ୍ଡରିଂ ମାମଲା ରୁଜୁ, ୩୦ ସ୍ଥାନରେ ରେଡ୍‌

ନୂଆଦିଲ୍ଲୀ:  ଆପ୍‌-ଭର୍ସେସ ବିଜେପି ସରକାର ମଧ୍ୟରେ ଚାଲିଥିବା ଲଢ଼େଇ ଥମିବା ନାଁ ଧରୁନି ।  କେଜ୍ରିୱାଲ ସରକାରଙ୍କୁ ଚାରିଆଡ଼ୁ ଘେରିବାକୁ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଛି ବିଜେପି ।  ପୂର୍ବ ଅବକାରୀ ନୀତି ପାଇଁ ଆପ୍‌ ସରକାରକୁ ସିବିଆଇ ଘାଣ୍ଟୁଥିବା ବେଳେ ଏବେ ଇଡି ରୁଜୁ କରିଛି ମନି ଲଣ୍ଡରିଂ ମାମଲା।  ଏହି ମାମଲାରେ ଇଡି ପକ୍ଷରୁ ଆଜି ସକାଳୁ ୩୦ଟି ସ୍ଥାନରେ ରେଡ କରାଯାଉଥିବା ସୂଚନା ମିଳିଛି। ତେବେ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆଙ୍କ […]

ଅଦ୍ୟତନ ହୋଇଛି
ସରୁନି ବିଜେପି-ଆପ୍‌ କଳି; ମନି ଲଣ୍ଡରିଂ ମାମଲା ରୁଜୁ, ୩୦ ସ୍ଥାନରେ ରେଡ୍‌

ed office

Advertisment

ନୂଆଦିଲ୍ଲୀ:  ଆପ୍‌-ଭର୍ସେସ ବିଜେପି ସରକାର ମଧ୍ୟରେ ଚାଲିଥିବା ଲଢ଼େଇ ଥମିବା ନାଁ ଧରୁନି ।  କେଜ୍ରିୱାଲ ସରକାରଙ୍କୁ ଚାରିଆଡ଼ୁ ଘେରିବାକୁ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଛି ବିଜେପି ।  ପୂର୍ବ ଅବକାରୀ ନୀତି ପାଇଁ ଆପ୍‌ ସରକାରକୁ ସିବିଆଇ ଘାଣ୍ଟୁଥିବା ବେଳେ ଏବେ ଇଡି ରୁଜୁ କରିଛି ମନି ଲଣ୍ଡରିଂ ମାମଲା।  ଏହି ମାମଲାରେ ଇଡି ପକ୍ଷରୁ ଆଜି ସକାଳୁ ୩୦ଟି ସ୍ଥାନରେ ରେଡ କରାଯାଉଥିବା ସୂଚନା ମିଳିଛି। ତେବେ ଦିଲ୍ଲୀର ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ ହେଉଛି କି ନାହିଁ ସେ ନେଇ କିଛି ଖବର ନାହିଁ।

Advertisment

ଇଡି ପକ୍ଷରୁ ଆଜି ସକାଳୁ ଦିଲ୍ଲୀ ସମେତ ଗୁରଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁର ଓ ପଞ୍ଜାବର କିଛି ସହରରେ ବି ରେଡ ଚାଲିଛି। ଇଡି ପକ୍ଷରୁ ଆଜି  ଇଣ୍ଡୋସ୍ପିରିଟ୍ସର ଏମଡି ସମୀର ମହେନ୍ଦ୍ରଙ୍କ ଘରେ ମଧ୍ୟ ରେଡ୍‌ ହୋଇଛି। ରାଧା ଇଣ୍ଡଷ୍ଟ୍ରିଜ୍‌କୁ ୧ କୋଟି ଟଙ୍କା ଟ୍ରାନ୍ସଫର କରି ସିବିଆଇ ସ୍କାନରରୁ ଚାଲି ଆସିଥିଲେ ସମୀର ମହେନ୍ଦ୍ର। ଆଜି ସକାଳୁ ତାଙ୍କ ଘରେ ଇଡି ପଶି ତନାଘନା ଚଳାଇବା ସହ ଜଣେ ସଦସ୍ୟଙ୍କୁ ନେଇ ଚାଲିଯାଇଥିବା ଜଣାଯାଇଛି।

ଦିଲ୍ଲୀର ମଦ ନୀତିକୁ ନେଇ ବିଜେପି ଏବଂ ଆପ୍‌ ମଧ୍ୟରେ ଦିନକୁ ଦିନ ବିବାଦ ଅଧିକ ତେଜିବାରେ ଲାଗିଛି। ଜୋର ଧରୁଛି ଅପରେସନ ଲୋଟସ୍‌ ଭର୍ସେସ ଦୁର୍ନୀତି। ଗୋଟିଏ ପଟେ  ନୂଆ ମଦ ନୀତିରେ ଆପ୍‌ ବହୁ ଟଙ୍କା ରୋଜଗାର କରିଥିବା ବିଜେପି କହୁଥିବା ବେଳେ ଏହା ଭିତ୍ତୀହୀନ ବୋଲି କହିଛି ଆପ୍‌।

Advertisment

ଏହା ସତ୍ତ୍ୱେ ବିରୋଧୀ ବିଜେପି ଆମ୍ ଆଦମୀ ପାର୍ଟି (ଏଏପି) ସରକାରଙ୍କ ମଦ ନୀତି ଉପରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି। ଯଦିଓ, ଏହି ନୀତି ପ୍ରତ୍ୟାହାର କରାଯାଇଛି, ଏହା ସତ୍ତ୍ୱେ ଦୁଇ ଦଳ ମଧ୍ୟରେ ରାଜନୈତିକ ସଂଘର୍ଷ ଜାରି ରହିଛି ।

କିଛି ଦିନ ପୂର୍ବେ ବିଜେପି ଏକ  ଷ୍ଟିଙ୍ଗ ଅପରେସନ କରି କେଜ୍ରିୱାଲଙ୍କ ଅବକାରୀ ନୀତିରେ ପ୍ରବଳ କମିଶନ କାରବାର ହୋଇଥିବା ଅଭିଯୋଗ ଆଣିଥିଲା।  ଏନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର  କହିଥିଲେ, ଖୋଦ ଷ୍ଟିଙ୍ଗ ମାଷ୍ଟର ହିଁ ଏଠାରେ ଷ୍ଟିଙ୍ଗ ହୋଇଯାଇଛନ୍ତି । ଜଣେ ଅଭିଯୁକ୍ତଙ୍କ ପିତା ସବୁ ଚାଲ୍‌ ଖୋଲି ଦେଇଥିବା ସେ ଗଣମାଧ୍ୟମକୁ କହିଥିଲେ।

ଏହା ଉପରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଦୀର୍ଘ ଦିନ ଧରି ବିଜେପି ପାଟିତୁଣ୍ଡ କରୁଛି ଯେ ବହୁତ ବଡ଼ ଘୋଟାଲା ହୋଇଛି। କେତେବେଳେ ଏହା ୩୦ କୋଟିର ଡିଲ୍‌ ତ କେତେବେଳେ ୧୩ଶହ କୋଟିର ଡିଲ୍‌ ବୋଲି କହୁଛି, ଯାହାର କି କିଛି ସତ୍ୟତା ନାହିଁ।  ଏପରିକି କେନ୍ଦ୍ର ସରକାରଙ୍କ ଚାପରେ ଚେପା ହୋଇଥିବା ସିବିଆଇ ଦୁଇ କମ୍ପାନୀ ମଧ୍ୟରେ ହୋଇଥିବା ଡିଲ୍‌ରେ ମୋ’ ନାଁ ପଶାଇବାକୁ ଅପଚେଷ୍ଟା ଚଳାଇଥିଲା। ସିବିଆଇ ମୋ ଘରେ ପଶି ଘଣ୍ଟାଘଣ୍ଟି କରିଥିଲେ ବି ଶେଷରେ ନିରାଶ ହୋଇ ଫେରିଥିଲା।

ଏଥିସହ ସେ କହିଛନ୍ତି, ଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍‌ ଚାଲିଥିବା ବେଳେ ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ପ୍ରଥମେ ସିବିଆଇ ଘାଣ୍ଟି ଘାଣ୍ଟି କିଛି ପାଇଲାନି। ଏବେ ଇଡି ବି ସମାନ କାମ କରୁଛି। ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଅରବିନ୍ଦ କେଜ୍ରିଓୱାଲ ଯେଉଁ କାମ କରୁଛନ୍ତି, ତାଙ୍କୁ ରୋକିବାକୁ ଏପରି ଅପଚେଷ୍ଟା କରାଯାଉଛି। ହେଲେ ତାହା ସମ୍ଭବ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe