Advertisment

କରୋନା ମାଡ଼: ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମୋଦି ସରକାର ଘୋଷଣା କରିଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ରୋକ ଲଗାଯାଇଛି। କରୋନା ମହାମାରୀ ଯୋଗୁ ଦେଶର ଅର୍ଥନୀତି ବିଗୁଡ଼ୁଥିବାରୁ ସରକାର ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଗୋଟିଏ ବର୍ଷ ଯାଏ ଫ୍ରିଜ କରି ଦେଇଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଥିଲା। […]

ଅଦ୍ୟତନ ହୋଇଛି
କରୋନା ମାଡ଼: ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଲେ ସରକାର

h

Advertisment

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମୋଦି ସରକାର ଘୋଷଣା କରିଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ ରୋକ ଲଗାଯାଇଛି। କରୋନା ମହାମାରୀ ଯୋଗୁ ଦେଶର ଅର୍ଥନୀତି ବିଗୁଡ଼ୁଥିବାରୁ ସରକାର ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଗୋଟିଏ ବର୍ଷ ଯାଏ ଫ୍ରିଜ କରି ଦେଇଛନ୍ତି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।

Advertisment

ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଥିଲା। ଅର୍ଥାତ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ୨୧% ମହଙ୍ଗା ଭତ୍ତା ପାଇଥାଆନ୍ତେ। ତେବେ ଏହା ଉପରେ ରୋକ ଲାଗିବାରୁ ପୂର୍ବଭଳି ହିତାଧିକାରୀମାନେ ୧୭% ମହଙ୍ଗା ଭତ୍ତା ପାଇବେ।

ଏହି ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଜାନୁଆରୀ ୧ ତାରିଖ ୨୦୨୦ରୁ ୨୦୨୧ ଜୁନ ୩୦ ଯାଏ ମହଙ୍ଗା ଭତ୍ତା ବାବଦରେ ବାକି ରହିଥିବା କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ। ୨୦୨୧ ଜୁଲାଇ ୧ରେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ସମୀକ୍ଷା କରାଯିବ। ଏହି ସମୟରେ ମହଙ୍ଗା ଭତ୍ତା କେତେ ବଢ଼ିବ, ତା’ ପରେ ନିଷ୍ପତ୍ତି ନିଆଯିବ।

Advertisment

ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ସଂପୂର୍ଣ୍ଣ ଭାବେ ଫ୍ରିଜ କରିଦେଇଥିବା ଖବର ପ୍ରକାଶ ପାଇଥିଲା।

ବର୍ଦ୍ଧିତ ମହଙ୍ଗା ଭତ୍ତା ଫ୍ରିଜ କରାଯାଇଥିବାରୁ କେନ୍ଦ୍ର ସରକାର ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୩୭୫୩୦ କୋଟି ଟଙ୍କା ସଂରକ୍ଷିତ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe