digvijay_
ନୂଆଦିଲ୍ଲୀ: ଦାଦ୍ରି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଇଥିବା ବୟାନକୁ କଂଗ୍ରେସ ନେତା ଦିଗବିଜୟ ସିଂ ଦୃଢ ନିନ୍ଦା କରିଛନ୍ତି । ଦାଦ୍ରି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଏପରି ଘଟଣକାକୁ ବିଜେପି ସମର୍ଥନ କରି ନ ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦିଗବିଜୟ ପ୍ରଶ୍ନ କରିଛନ୍ତି ଯେ, ଯଦି ମୋଦି ଦୁଃଖିତ ତେବେ ଏହି ଘଟଣାକୁ ପରୋକ୍ଷ ଭାବେ ସମର୍ଥନ କରିଥିବା ଭାଜପା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି । ଏହାସହ ସେ ଟ୍ୱିଟ କରି କହିଛନ୍ତି ଯଦି ମୋଦି ଗୁଲାମ ଅଲ୍ଲୀଙ୍କୁ ବିରୋଧ କରୁଛନ୍ତି ଓ ସୁଧୀନ୍ଦ୍ର କୁଲକର୍ଣ୍ଣିଙ୍କୁ କାଳି ବୋଳିବାକୁ ଠିକ ନୁହଁ ବୋଲି ମାନୁଛନ୍ତି ତେବେ ସେ କ’ଣ ଶିବସେନା ସହ ମେଣ୍ଟ ଭାଙ୍ଗି ପାରିବେ ବୋଲି କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/digvijay_.jpg)