Advertisment

ଡାଲି ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି: ଦିଗବିଜୟ

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ଖାସ କରି ଡାଲି ଦର ନିୟନ୍ତ୍ରଣ କରିବାରେ ଏନଡିଏ ସରକାର ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ନେତା ଦିଗବିଜୟ ସିଂ ଟ୍ୱିଟ୍ କରି ଡାଲି ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହ ବର୍ତ୍ତମାନ ଦେଶରେ ଏହାର ଦର ୨୦୦ ଟଙ୍କା ଛୁଇଁବାକୁ ବସିଲାଣି ବୋଲି କହିଛନ୍ତି । ଦିଗବିଜୟ ବ୍ୟଙ୍ଗ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେଉଁ କାମ […]

author-image
Rakesh Mallick
ଦାଦ୍ରି ଘଟଣାକୁ ନେଇ ମୋଦି ଯଦି ଦୁଃଖିତ, ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ଦିଗବିଜୟ

digvijay_

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ଖାସ କରି ଡାଲି ଦର ନିୟନ୍ତ୍ରଣ କରିବାରେ ଏନଡିଏ ସରକାର ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ନେତା ଦିଗବିଜୟ ସିଂ ଟ୍ୱିଟ୍ କରି ଡାଲି ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହ ବର୍ତ୍ତମାନ ଦେଶରେ ଏହାର ଦର ୨୦୦ ଟଙ୍କା ଛୁଇଁବାକୁ ବସିଲାଣି ବୋଲି କହିଛନ୍ତି ।

Advertisment

ଦିଗବିଜୟ ବ୍ୟଙ୍ଗ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେଉଁ କାମ କଂଗ୍ରେସ ୬୦ ବର୍ଷରେ କରିପାରିନାହିଁ ମୁଁ ଏକବର୍ଷରେ କରି ଦେଖାଇ ଦେବି । ଦରଦାମକୁ ଦେଖିଲେ ଜଣାପଡୁଛି ନିଜେ ଖାଇବି ନାହିଁ କି କାହାକୁ ଖାଇବାକୁ ଦେବି ନାହିଁ ନୀତିରେ ଚାଲିଛନ୍ତି ବୋଲି ଦିଗବିଜୟ କହିଛନ୍ତି ।

ସୂଚନାଯୋଗ୍ୟ,  ଡାଲି ଦର ବୃଦ୍ଧି ନେଇ ଏନଡିଏ ସରକାର ଚାପରେ ଅଛନ୍ତି । ସରକାର ଦର ନିୟନ୍ତ୍ରଣ କରିବାକୁ ଡାଲି ଆୟୋଗ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ସରକାର ଠିକ୍ ସମୟରେ କୌଣସି ପଦକ୍ଷେପ ନେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

Advertisment