Advertisment

ନେତାଜୀଙ୍କ ସମ୍ପର୍କିତ ସମସ୍ତ ଗୁପ୍ତ ଫାଇଲକୁ ସାର୍ବଜନୀନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନେତାଜୀଙ୍କ ସୁବାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କିତ ସମସ୍ତ ଗୁପ୍ତ ଫାଇଲକୁ ସାର୍ବଜନୀନ କରିବେ କେନ୍ଦ୍ର ସରକାର। ଆଜି ନେତାଜୀଙ୍କ ପରିବାରର ସଦସ୍ୟଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଆସନ୍ତା ବର୍ଷ ଜାନୁୟାରୀ ୨୩ ତାରିଖରେ ନେତାଜୀ ଜୟନ୍ତୀରୁ ଏ ସବୁ ଫାଇଲକୁ ସାର୍ବଜନୀନ କରିବା ପ୍ରକ୍ରିୟା ଆରମ୍ଭ ହେବ। ଏପରିକି ବିଭିନ୍ନ ରାଷ୍ଟ୍ରରେ ଥିବା ନେତାଜୀଙ୍କ ସମ୍ପର୍କିତ ଫାଇଲକୁ ସାର୍ବଜନୀନ କରିବା ଲାଗି ସେଠାକାର ସରକାରଙ୍କୁ ଅନୁରୋଧ କରାଯିବ। ଆସନ୍ତା ଡିସେମ୍ୱର ମାସରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନେତାଜୀଙ୍କ ସମ୍ପର୍କିତ ସମସ୍ତ ଗୁପ୍ତ ଫାଇଲକୁ ସାର୍ବଜନୀନ କରିବେ କେନ୍ଦ୍ର ସରକାର

Declassification of Netaji files from Jan 23, 2016: PM Modi

PM Modi meets Netaji's family, promises declassification of filesନୂଆଦିଲ୍ଲୀ: ନେତାଜୀଙ୍କ ସୁବାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କିତ ସମସ୍ତ ଗୁପ୍ତ ଫାଇଲକୁ ସାର୍ବଜନୀନ କରିବେ କେନ୍ଦ୍ର ସରକାର। ଆଜି ନେତାଜୀଙ୍କ ପରିବାରର ସଦସ୍ୟଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଆସନ୍ତା ବର୍ଷ ଜାନୁୟାରୀ ୨୩ ତାରିଖରେ ନେତାଜୀ ଜୟନ୍ତୀରୁ ଏ ସବୁ ଫାଇଲକୁ ସାର୍ବଜନୀନ କରିବା ପ୍ରକ୍ରିୟା ଆରମ୍ଭ ହେବ। ଏପରିକି ବିଭିନ୍ନ ରାଷ୍ଟ୍ରରେ ଥିବା ନେତାଜୀଙ୍କ ସମ୍ପର୍କିତ ଫାଇଲକୁ ସାର୍ବଜନୀନ କରିବା ଲାଗି ସେଠାକାର ସରକାରଙ୍କୁ ଅନୁରୋଧ କରାଯିବ। ଆସନ୍ତା ଡିସେମ୍ୱର ମାସରେ ପ୍ରଥମେ ରୁଷିଆ ସରକାରକୁ ଏ ନେଇ ଅନୁରୋଧ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ନେତାଜୀଙ୍କ ପରିବାରର ପ୍ରାୟ ୩୫ ଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ସୂଚନଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ଥିବା ୬୪ଟି ଗୁପ୍ତ ଫ।ଇଲକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାର୍ବଜନୀନ କରିଥିଲେ। ଏଥିରୁ ନେତାଜୀଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ ଏବଂ ମୃତ୍ୟୁ ସଂପର୍କରେ ଅନେକ ଗୁପ୍ତ ତଥ୍ୟ ସାମନାକୁ ଆସିଥିଲା।

Advertisment