Advertisment

ଦୀପିକାଙ୍କୁ ୩-୪ ରାଉଣ୍ଡ ଜେରା! ମୋବାଇଲ୍ ଜବତ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଦୀପିକା ପାଦୁକୋନଙ୍କୁ ଜେରା କରୁଛି ଏନସିବି। ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ୍ ହସ୍ତଗତ ହେବା ପରେ ଉଭୟଙ୍କୁ ଏନସିବି ସମନ କରିଥିଲା। କୁହାଯାଉଛି, ଏନସିବି ଡେପୁଟି ଡାଇରେକ୍ଟର (ଅପରେସନ) କେପିଏସ୍ ମାଲହୋତ୍ରା ଏବଂ ତାଙ୍କ ଟିମ୍ ସହ ଏନସିବିର ଜଣେ ମହିଳା ଅଫିସର ଦୀପିକାଙ୍କୁ ଜେରା କରୁଛନ୍ତି। ଇଣ୍ଟେରୋଗେସନ ରୁମରେ ଦୀପିକାଙ୍କୁ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି ଏବଂ ତାଙ୍କ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଦୀପିକାଙ୍କୁ ୩-୪ ରାଉଣ୍ଡ ଜେରା! ମୋବାଇଲ୍ ଜବତ କଲା ଏନସିବି

deepika

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ଦୀପିକା ପାଦୁକୋନଙ୍କୁ ଜେରା କରୁଛି ଏନସିବି। ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ୍ ହସ୍ତଗତ ହେବା ପରେ ଉଭୟଙ୍କୁ ଏନସିବି ସମନ କରିଥିଲା।

Advertisment

କୁହାଯାଉଛି, ଏନସିବି ଡେପୁଟି ଡାଇରେକ୍ଟର (ଅପରେସନ) କେପିଏସ୍ ମାଲହୋତ୍ରା ଏବଂ ତାଙ୍କ ଟିମ୍ ସହ ଏନସିବିର ଜଣେ ମହିଳା ଅଫିସର ଦୀପିକାଙ୍କୁ ଜେରା କରୁଛନ୍ତି। ଇଣ୍ଟେରୋଗେସନ ରୁମରେ ଦୀପିକାଙ୍କୁ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି ଏବଂ ତାଙ୍କ ଫୋନ୍ ମଧ୍ୟ ଏନସିବି ଜବତ କରିଦେଇଛି। କରିସ୍ମା, ଜୟା ଏବଂ ଦୀପିକାଙ୍କ ଡ୍ରଗ୍ସ ଚାଟ୍ ବାବଦରେ ଏନସିବି ସିଧାସଳଖ ପ୍ରଶ୍ନ କରୁଛି।

ସୂଚନା ଯେ, ଦୀପିକା ହାଜର ହେବାର କିଛି ସମୟ ପରେ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନସିବି କାର‌୍ୟ୍ୟାଳୟରେ ହାଜର ହୋଇଥିଲେ। ଶୁକ୍ରବାର କରିସ୍ମାଙ୍କୁ ଏନସିବି ଜେରା କରିଥିଲା। ଆଜି ପୁଣି ଥରେ ତାଙ୍କୁ ଓ ଦୀପିକାଙ୍କୁ ସାମ୍ନା ସାମ୍ନି ଏନସିବି ଜେରା କରିପାରେ ବୋଲି କୁହାଯାଉଛି।

Advertisment

ସୂତ୍ର ଅନୁସାରେ, ଏନସିବି ଦୀପିକାଙ୍କୁ ୩-୪ ରାଉଣ୍ଡ ଜେରା କରିପାରେ। ପ୍ରଥମ ରାଉଣ୍ଡରେ ଜୟା ଶାହା ଏବଂ କରିସ୍ମା ପ୍ରକାଶଙ୍କ ବୟାନ ଆଧାରରେ ଦୀପିକାଙ୍କୁ ପଚରାଉଚରା କରାଯାଇପାରେ। ଦ୍ୱିତୀୟ ରାଉଣ୍ଡରେ ହ୍ୱାଟସ୍ ଆପ୍ ଗ୍ରୁପ୍ ସ୍କ୍ରିନଶଟ୍, ଚାଟ୍ ଏବଂ ତାଙ୍କ ଫୋନ୍ ବାବଦରେ ପଚରାଉଚରା ହୋଇପାରେ। ସେହିପରି ତୃତୀୟ ରାଉଣ୍ଡରେ ତଦନ୍ତ ପରିସରଭୁକ୍ତ ପ୍ରଶ୍ନ ଓ ଚତୁର୍ଥ ରାଉଣ୍ଡରେ ଦୀପିକା-କରିସ୍ମାଙ୍କୁ ସାମ୍ନାସାମ୍ନି ଜେରା କରିପାରେ ଏନସିବି।

ଅନ୍ୟପଟେ ଅଭିନେତ୍ରୀ ସାରା ଅଲୀ ଖାନ୍ ଏବଂ ଶ୍ରଦ୍ଧା କପୁର ମଧ୍ୟ ଏନସିବି ନିକଟରେ ହାଜର ହୋଇସାରିଛନ୍ତି। ଏଭଳି ପରିସ୍ଥିତିରେ ଆଜିର ଦିନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆଜି ଏକା ସହ ତିନି ଅଭିନେତ୍ରୀଙ୍କୁ ଜେରା କରୁଛି ଏନସିବି।

NCB SSR Death Case