Advertisment

ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିବେ ଦୀପିକା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ ଗୁମର ଖୋଲିଛି। ଏନସିବି ରାଡାରରେ ବି-ଟାଉନର ୫୦ ଜଣ ତାରକା ରହିଛନ୍ତି। ତେବେ ବର୍ତ୍ତମାନ ସୁ୍ଦ୍ଧା ବଲିଉଡର ୪ ଟପ୍ ହିରୋଇନ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହଙ୍କୁ ଏନସିବି ସମନ କରିଛି। ତେବେ ଏ ସବୁ ଭିତରେ ଦୀପିକା ପାଦୁକୋନ୍ ହେଉଛି ଏକ ବଡ଼ ନାଁ ଏବଂ ସେ ବି-ଟାଉନର ଜଣେ ହାଇପେଡ୍ ଆକ୍ଟ୍ରେସ୍। […]

ଅଦ୍ୟତନ ହୋଇଛି
ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିବେ ଦୀପିକା

deepika

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ ଗୁମର ଖୋଲିଛି। ଏନସିବି ରାଡାରରେ ବି-ଟାଉନର ୫୦ ଜଣ ତାରକା ରହିଛନ୍ତି। ତେବେ ବର୍ତ୍ତମାନ ସୁ୍ଦ୍ଧା ବଲିଉଡର ୪ ଟପ୍ ହିରୋଇନ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହଙ୍କୁ ଏନସିବି ସମନ କରିଛି। ତେବେ ଏ ସବୁ ଭିତରେ ଦୀପିକା ପାଦୁକୋନ୍ ହେଉଛି ଏକ ବଡ଼ ନାଁ ଏବଂ ସେ ବି-ଟାଉନର ଜଣେ ହାଇପେଡ୍ ଆକ୍ଟ୍ରେସ୍। ଆସନ୍ତା କାଲି ଅର୍ଥାତ ୨୫ ତାରିଖ ଏନସିବି ତାଙ୍କୁ ପଚରାଉଚରା କରିବ।

Advertisment

ଦୀପିକା ବର୍ତ୍ତମାନ ଗୋଆରେ ଥିବା ବେଳେ ଖୁବଶୀଘ୍ର ମୁମ୍ବାଇ ଆସିପାରନ୍ତି ବୋଲି ଜଣାପଡ଼ିଛି। ସେ ଚାଟାର୍ଡ ପ୍ଲେନରେ ମୁମ୍ବାଇ ଆସିବେ। ଏଣୁ ଭିଆଇପି ମୁଭମେଣ୍ଟ ଲାଗି ସିଆଇଏସଏଫକୁ ଆଲର୍ଟ ମଧ୍ୟ କରାଯାଇଛି। ବିମାନଟି ହାଇଦ୍ରାବାଦରୁ ଉଡ଼ାଣ ଭରୁଥିବା ବେଳେ ଗୋଆରେ ଦୀପିକାଙ୍କୁ ନେଇ ମୁମ୍ବାଇ ପହଞ୍ଚିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ଦୀପିକାଙ୍କ ନାଁ ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦୀପିକାଙ୍କ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଛି। କ୍ୱାନ୍ କମ୍ପାନୀ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ଡ୍ରଗ୍ସ ଚାଟ୍ କରୁଥିବା ଜଣାପଡ଼ିଛି। ମିଳିଥିବା ହ୍ୱାଟସ୍ ଆପ୍ ଚାଟରେ ଦୀପିକା କରିସ୍ମାକୁ ପଚାରିଛନ୍ତି, 'ମାଲ୍ ହେ କ୍ୟା?'

Advertisment

ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଥିବା ଏନସିବିର ତୀକ୍ଷ୍ମ ପ୍ରଶ୍ନର ସାମ୍ନା କରିବେ ବି-ଟାଉନ ଡିଭା ଦୀପିକା ପାଦୁକୋନ୍।

ସୂତ୍ରରୁ ଜଣାପଡ଼ିଛି, ଏନସିବି ସମନ ମିଳିବା ପରେ ଦୀପିକାଙ୍କ ଚିନ୍ତା ବଢ଼ିଯାଇଛି। ସେ ନିଜ ଘରଲୋକ ଏବଂ ଲିଗାଲ୍ ଟିମ ସହ ଭିଡିଓ କନଫରେନ୍ସିଂ ଜରିଆରେ ଲଗାତର ଆଲୋଚନା କରୁଛନ୍ତି। ଓକିଲମାନଙ୍କ ପରାମର୍ଶ ନେଉଛନ୍ତି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଦୀପିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଦୀପିକାଙ୍କ ସମେତ ଏନସିବି କରିସ୍ମାଙ୍କୁ ମଧ୍ୟ ସମନ କରିଛି।

Bollywood Deepika Padukone NCB SSR Death Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe