Advertisment

ଋଷରେ ଚୀନକୁ ବୟକଟ କରିବ ଭାରତ!

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୁନ୍ ୨୨ରେ ମୋସ୍କୋ ଯାଇ ପାରନ୍ତି। ଏହି ଯାତ୍ରା ବେଳେ ଚୀନ ନେତାଙ୍କ ସହିତ ରାଜନାଥ ସିଂହ ସାକ୍ଷାତ କରିବେ ନାହିଁ ବୋଲି ସୂଚନା ରହିଛି। ଜର୍ମାନୀକୁ ପରାସ୍ତ କରିବାର ୭୫ ତମ ବାର୍ଷିକ ଉତ୍ସବ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଋଷ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ରାଜନାଥ ସିଂହ ଋଷ ନେତା ଏବଂ ଅନ୍ୟ ଦେଶର ନେତାଙ୍କ ସହିତ ମିଶିବେ, ହେଲେ ଚୀନ୍ ନେତାଙ୍କୁ ଭେଟିବେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଋଷରେ ଚୀନକୁ ବୟକଟ କରିବ ଭାରତ!

ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୁନ୍ ୨୨ରେ ମୋସ୍କୋ ଯାଇ ପାରନ୍ତି। ଏହି ଯାତ୍ରା ବେଳେ ଚୀନ ନେତାଙ୍କ ସହିତ ରାଜନାଥ ସିଂହ ସାକ୍ଷାତ କରିବେ ନାହିଁ ବୋଲି ସୂଚନା ରହିଛି। ଜର୍ମାନୀକୁ ପରାସ୍ତ କରିବାର ୭୫ ତମ ବାର୍ଷିକ ଉତ୍ସବ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଋଷ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ରାଜନାଥ ସିଂହ ଋଷ ନେତା ଏବଂ ଅନ୍ୟ ଦେଶର ନେତାଙ୍କ ସହିତ ମିଶିବେ, ହେଲେ ଚୀନ୍ ନେତାଙ୍କୁ ଭେଟିବେ ନାହିଁ।

Advertisment

ରାଜନାଥଙ୍କ ଋଷ ଗସ୍ତ କାର୍ଯ୍ୟକ୍ରମ ଯିବାର ସମ୍ଭାବନା ଅଧିକ ରହିଛି। ହେଲେ ସରକାରୀ ଭାବରେ କୌଣସି ସୂଚନା ମିଳିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ କରି ସାରିବା ପରେ ରାଜନାଥଙ୍କ ଗସ୍ତ ବାବଦରେ ସୂଚନା ମିଳିବ ବୋଲି ଜଣାପଡ଼ିଛି। କାରଣ ଏହି ବୈଠକରେ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିବେ। ଭିଡିଓ କନଫରେନସିଂ ଜରିଆରେ ଏହି ସର୍ବଦଳୀୟ ବୈଠକ ହେବ।

China India-China Clash India-china Border Tension