Advertisment

ସାଇକେଲରେ ଅଫିସ୍ ଗଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆବର୍ଷରୁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ନିୟମରେ ଗାଡ଼ି ଚଳାଚଳ କରୁଛି। ଗତକାଲି କେବଳ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ଚଳାଚଳ କରିଥିବା ବେଳେ ଶନିବାର କେବଳ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ଚଳାଚଳ କରୁଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସାଇକେଲରେ ଅଫିସ୍ ଆସିଥିଲେ। ଆଜି ନିୟମ ଭାଙ୍ଗିଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ସ୍ଥାନରେ ପୋଲିସ୍ ଅଟକ ରଖୁଥିବା ଦେଖିବାକୁ ମିଳିଥିଲା। ଗତକାଲି ୨୦୦ ଜଣଙ୍କ ନିୟମ ଭାଙ୍ଗି ଜୋରିମାନା ଦେଇଥିଲେ। ପ୍ରଦୂଷଣକୁ ହ୍ରାସ କରିବାକୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସାଇକେଲରେ ଅଫିସ୍ ଗଲେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ

sisodia

sisodiaନୂଆଦିଲ୍ଲୀ: ନୂଆବର୍ଷରୁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ନିୟମରେ ଗାଡ଼ି ଚଳାଚଳ କରୁଛି। ଗତକାଲି କେବଳ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ଚଳାଚଳ କରିଥିବା ବେଳେ ଶନିବାର କେବଳ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ଚଳାଚଳ କରୁଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସାଇକେଲରେ ଅଫିସ୍ ଆସିଥିଲେ।

Advertisment

ଆଜି ନିୟମ ଭାଙ୍ଗିଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ସ୍ଥାନରେ ପୋଲିସ୍ ଅଟକ ରଖୁଥିବା ଦେଖିବାକୁ ମିଳିଥିଲା। ଗତକାଲି ୨୦୦ ଜଣଙ୍କ ନିୟମ ଭାଙ୍ଗି ଜୋରିମାନା ଦେଇଥିଲେ।

ପ୍ରଦୂଷଣକୁ ହ୍ରାସ କରିବାକୁ ଦିଲ୍ଲୀର ଆପ୍ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏଥିରୁ ଦୁଇ ଚକିଆ ଯାନଗୁଡ଼ିକୁ ବାଦ୍ ଦିଆଯାଇଛି। ସେହିପରି ଆମ୍ବୁଲାନ୍ସ, ଦମକଳ, ପୋଲିସ୍, ଅର୍ଦ୍ଧସାମରିକ ବାହିନୀର ଗାଡ଼ି, ସିଏନଜି ଗାଡ଼ିଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି।  ପରୀକ୍ଷାମୂଳକ ଭାବେ ଯୁଗ୍ମ-ଅଯୁଗ୍ମ ନିୟମକୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚଲାଯିବ। ପ୍ରଥମ ଦିନରେ ଗତକାଲି ଏହି ନିୟମ ସଫଳ ହୋଇଥିବା କଥା କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ପରବର୍ତ୍ତୀ ସମୟରେ ଦିଲ୍ଲୀ ସରକାର ଦୁଇ ଚକିଆ ଗାଡ଼ିଗୁଡ଼ିକୁ ବି ଯୁଗ୍ମ-ଅଯୁଗ୍ମ ନିୟମରେ ସାମିଲ କରିବାକୁ ଯୋଜନା ରଖିଛନ୍ତି। ଯୁଗ୍ମ ତାରିଖଗୁଡ଼ିକରେ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ଚାଲିବେ। ସେହିଭଳି ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ିଗୁଡ଼ିକ ଚାଲିବ।

Advertisment