Advertisment

ଫିଲ୍ମ ଫେୟାର ଆୱାର୍ଡରେ ତମାଖୁ ବିଜ୍ଞାପନ ଵ୍ୟାନ୍ ପାଇଁ କେନ୍ଦ୍ରକୁ ଚିଠି

ନୂଆଦିଲ୍ଲୀ: ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବର ପ୍ରଚାରରେ ତମାଖୁ, ସିଗାରେଟ ଇତ୍ୟାଦିର ବିଜ୍ଞାପନକୁ ଵ୍ୟାନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମୁମ୍ବାଇରେ ୬୪ତମ ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। କେବଳ ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ ନୁହେଁ, ଦିଲ୍ଲୀର ପୂର୍ବତନ ତମାଖୁ ନିରୋଧ ଅଫିସର ଏସ. କେ ଆରୋରା ମଧ୍ୟ ବଲିଉଡ଼ର ଅନେକ କଳାକାର ଓ ସଂସ୍ଥାକୁ ତମାଖୁ ସମ୍ପର୍କିତ ବିଜ୍ଞାପନ ଆୱାର୍ଡସ […]

ଅଦ୍ୟତନ ହୋଇଛି
ଫିଲ୍ମ ଫେୟାର ଆୱାର୍ଡରେ ତମାଖୁ ବିଜ୍ଞାପନ ଵ୍ୟାନ୍ ପାଇଁ କେନ୍ଦ୍ରକୁ ଚିଠି

film fare

Advertisment

ନୂଆଦିଲ୍ଲୀ: ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବର ପ୍ରଚାରରେ ତମାଖୁ, ସିଗାରେଟ ଇତ୍ୟାଦିର ବିଜ୍ଞାପନକୁ ଵ୍ୟାନ୍ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମୁମ୍ବାଇରେ ୬୪ତମ ଫିଲ୍ମ ଫେୟାର ଆୱାର୍ଡସ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।

Advertisment

କେବଳ ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ ନୁହେଁ, ଦିଲ୍ଲୀର ପୂର୍ବତନ ତମାଖୁ ନିରୋଧ ଅଫିସର ଏସ. କେ ଆରୋରା ମଧ୍ୟ ବଲିଉଡ଼ର ଅନେକ କଳାକାର ଓ ସଂସ୍ଥାକୁ ତମାଖୁ ସମ୍ପର୍କିତ ବିଜ୍ଞାପନ ଆୱାର୍ଡସ ଶୋ'ରୁ ହଟାଇବା ପାଇଁ ଚିଠି ଲେଖି ଜଣାଇଛନ୍ତି।

ସେ କହିଛନ୍ତି, ଏପରି ସ୍ଵାସ୍ଥ୍ୟ ପ୍ରତି ହାନିକାରକ ଦ୍ରବ୍ୟର ବିଜ୍ଞାପନ ଦେବା ବିଜ୍ଞାପନ ଆଇନ ୨୦୦୩କୁ ଉଲ୍ଲଂଘନ କରୁଛି। ଏପରି ବିଜ୍ଞାପନ ପ୍ରସାରଣ ଦ୍ବାରା ଦେଶର ଯୁବପିଢ଼ି  ତମାଖୁ ପ୍ରତି ଆକୃଷ୍ଟ ହେଉଛନ୍ତି। ଦେଶରେ ବଲିଉଡ଼ ଷ୍ଟାରଙ୍କର ଅନେକ ଫ୍ୟାନ ଅଛନ୍ତି। ଯେହେତୁ ଅନେକ ତମାଖୁ ବିଜ୍ଞାପନରେ ବଡ଼ ବଡ଼ ଷ୍ଟାର ଭାଗ ନେଉଛନ୍ତି ତେଣୁ ଏହାର ପ୍ରଭାବ ଯୁବପିଢ଼ିଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି।

Advertisment

ଗତବର୍ଷ ମଧ୍ୟ ଶ୍ରୀ ଆରୋରା ‘ବଧାଇ ହୋ’ ଫିଲ୍ନରୁ ସିଗାରେଟ ଦୃଶ୍ୟକୁ ହଟାଇବା ପାଇଁ ବଲିଉଡର ଜଣେ ପ୍ରଯୋଜକ ଏବଂ ଅଭିନେତାଙ୍କୁ ଲିଗାଲ ନୋଟିସ ପଠାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe