earthquake-generic_650x400_
ନୂଆଦିଲ୍ଲୀ: ରାଜଧାନୀ ନୁଆଦିଲ୍ଲୀ ଥରିଛି। ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ରବିବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୁକମ୍ପ ଅନୁଭୂତ ହେବାରୂ ଲୋକେ ଘରୁ ବାହାରି ଆସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲା। ଏ ସମ୍ପର୍କରେ ଅନେକ ଲୋକ ନିଜେ ଟୁଇଟ୍ କରି ଜଣାଇଛନ୍ତି। ସୌଭାଗ୍ୟକୁ ଏହି ଦୁର୍ବିପାକରେ କେହି ମୃତାହତ ହୋଇ ନାହାନ୍ତି। ଏ ନେଇ ଅଧିକ ଖବର ହସ୍ତଗତ ହୋଇନାହିଁ।
ତେବେ ଆଇଏମଡି ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ମାତ୍ର ୩.୮ ଥିଲା ଏବଂ ଏହା ହରିଯାଣାର ଝାଝର୍ ଜିଲ୍ଲାରେ ଅପରାହ୍ନ ୪.୩୭ ମିନିଟ ସମୟରେ ପ୍ରଥମେ ଅନୁଭୂତ ହୋଇଥିଲା। ଦିଲ୍ଲୀ ସଂଲଗ୍ନ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ମଧ୍ୟ ମୃଦୁ ଝଟକା ଅନୁଭୂତ ହୋଇଥିବାର ଖବର ମିଳିଛି।
ଭୂକମ୍ପ ହେବାର କିଛି ମୂହୁର୍ତ୍ତ ପରେ ଏମିତି ଆସିଥିଲା ଟୁଇଟ୍-
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/earthquake-generic_650x400_.jpg)