Advertisment

କରୋନା ନେଲା ଆଉ ଜଣେ ପୁଲିସ କର୍ମୀଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି, ଯାହାର ପରିଣାମ ସ୍ୱରୁପ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଶନିବାର ଜଣେ କାର୍ଯ୍ୟରତ  ପୁଲିସ କର୍ମଚାରୀ କରୋନା ସଂକ୍ରମଣ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଦିଲ୍ଲୀରେ କନଷ୍ଟେବଲ ଅମିତ ରାଣାଙ୍କ ମଧ୍ୟ କରୋନା ଯୋଗୁ ପ୍ରାଣ ଯାଇଥିଲା। ସୂଚନା ମୁତାବକ, ମୃତ ପୋଲିସ କର୍ମଚାରୀ ଜଣକ ହେଲେ ଏସଆଇ ଶେଷମଣି ପାଣ୍ଡେୟ। ୫୪ ବର୍ଷୀୟ ପାଣ୍ଡେୟ ଜଣେ […]

ଅଦ୍ୟତନ ହୋଇଛି
କରୋନା ନେଲା ଆଉ ଜଣେ ପୁଲିସ କର୍ମୀଙ୍କ ଜୀବନ

delhi-police

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି, ଯାହାର ପରିଣାମ ସ୍ୱରୁପ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଶନିବାର ଜଣେ କାର୍ଯ୍ୟରତ  ପୁଲିସ କର୍ମଚାରୀ କରୋନା ସଂକ୍ରମଣ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଦିଲ୍ଲୀରେ କନଷ୍ଟେବଲ ଅମିତ ରାଣାଙ୍କ ମଧ୍ୟ କରୋନା ଯୋଗୁ ପ୍ରାଣ ଯାଇଥିଲା।

Advertisment

ସୂଚନା ମୁତାବକ, ମୃତ ପୋଲିସ କର୍ମଚାରୀ ଜଣକ ହେଲେ ଏସଆଇ ଶେଷମଣି ପାଣ୍ଡେୟ। ୫୪ ବର୍ଷୀୟ ପାଣ୍ଡେୟ ଜଣେ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ଥିବା ବେଳେ ସେ କ୍ରାଇମବ୍ରାଞ୍ଚ ଅଫିସର ଥିଲେ। କିନ୍ତୁ କରୋନା ସଙ୍କଟ କାଳରେ ତାଙ୍କୁ ଅସ୍ଥାୟୀ ଭାବେ ସେଣ୍ଟ୍ରାଲ ଦିଲ୍ଲୀରେ ମୋବାଇଲ କ୍ରାଇମ ଟିମରେ ମୁତୟନ କରାଯାଇଥିଲା।

ପାଣ୍ଡେୟଙ୍କୁ ହାଲକା ଜ୍ୱର ଥିଲା ଏବଂ ପରେ କାଶ ହେବାରୁ ମେ' ୨୬ରେ ତାଙ୍କର ନମୁନା ପରୀକ୍ଷଣ କରାଗଲା। ମେ'୨୮ ରେ ରିପୋର୍ଟ ଆସିବା ପରେ ସେ କୋଭିଡ୍-୧୯ ଆକ୍ରାନ୍ତ ବୋଲି ସ୍ପଷ୍ଟ ହେଲା। ଏହାପରେ ତାଙ୍କୁ ଆର୍ମୀ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ଚାଲିଥିବା ଭିତରେ ଶନିବାର ତାଙ୍କ ମୃତ୍ୟୁ ଘଟିଛି। ସେ ମୂଳତଃ ମଧ୍ୟପ୍ରଦେଶର ବାସିନ୍ଦା ଅଟନ୍ତି।

Advertisment

ଏଠାରେ ପ୍ରକାଶ ଥାଉ କି, ଦିଲ୍ଲୀ ପୁଲିସରେ ବର୍ତ୍ତମାନ ସୁ୍ଦ୍ଧା ୫୦୦ରୁ ଉର୍ଦ୍ଧ୍ୱ ପୁଲିସ କର୍ମୀ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅନେକ ଆଇପିଏସ ଏବଂ ଇନସ୍ପେକ୍ଟର ମଧ୍ୟ ରହିଛନ୍ତି।

ଶନିବାର ଦିଲ୍ଲୀରେ କୋଭିଡ୍-୧୯ର ୧୧୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ଏହା ସବୁଠାରୁ ବଡ଼ ସଂଖ୍ୟା। ଏହାପରେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ଛୁଇଁଛି। ତେବେ ୪୧୬ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe