Advertisment

ଜେଏନୟୁ ହିଂସା: ନିଜକୁ ନିଜେ କ୍ଲିନ୍ ଚିଟ୍ ଦେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀ ଜବାହର ଲାଲ ବିଶ୍ୱବିଦ୍ୟାଳୟରେ ହିଂସା ହୋଇଥିଲା। ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ମଧ୍ୟ ସନ୍ଦେହ ଘେରରେ ଥିଲା। ଏବେ ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି ସ୍ଥାନୀୟ ପୁଲିସକୁ କ୍ଲିନଚିଟ୍ ଦେଇଛି। ସ୍ଥାନୀୟ ପୁଲିସର ଅବହେଳା ପାଇଁ ହିଂସା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଦିଲ୍ଲୀ ପୁଲିସ ମାମଲାକୁ ଗୁରୁତର ସହ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ତଦନ୍ତ କରିଥିଲା। ଜାନୁଆରୀ ୫ରେ […]

ଜେଏନୟୁ ହିଂସା: ନିଜକୁ ନିଜେ କ୍ଲିନ୍ ଚିଟ୍ ଦେଲା ଦିଲ୍ଲୀ ପୁଲିସ

jnu violence

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀ ଜବାହର ଲାଲ ବିଶ୍ୱବିଦ୍ୟାଳୟରେ ହିଂସା ହୋଇଥିଲା। ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ମଧ୍ୟ ସନ୍ଦେହ ଘେରରେ ଥିଲା। ଏବେ ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି ସ୍ଥାନୀୟ ପୁଲିସକୁ କ୍ଲିନଚିଟ୍ ଦେଇଛି। ସ୍ଥାନୀୟ ପୁଲିସର ଅବହେଳା ପାଇଁ ହିଂସା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଦିଲ୍ଲୀ ପୁଲିସ ମାମଲାକୁ ଗୁରୁତର ସହ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ତଦନ୍ତ କରିଥିଲା।

Advertisment

ଜାନୁଆରୀ ୫ରେ ପ୍ରାୟ ୧୦୦ ଜଣ ମୁହଁରେ କପଡ଼ା ବା ମୁଖା ପିନ୍ଧି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲେ। ଏହାପରେ ପ୍ରାୟ ଚାରି ଘଣ୍ଟା ଧରି ଭଙ୍ଗାରୁଜା କରିଥିଲେ। ଏଥିରେ ବିଶ୍ୱ ବିଦ୍ୟାଳୟର ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କ ସମେତ ମୋଟ୍ ୩୬ ଜଣ ଆହତ ହୋଇଥିଲେ। ଏହାପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ସବୁଠୁ ବଡ଼ କଥା ହେଲା ଏହି ମାମଲାରେ ଏଯାବତ କେହି ଗିରଫ ହୋଇ ନାହାନ୍ତି।

ହିଂସା ପାଇଁ ପୁଲିସର ଅବହେଳାକୁ ଦାୟୀ କରାଯାଇଥିଲା। ଭଙ୍ଗାରୁଜା ବେଳେ ପୁଲିସ କ୍ୟାମ୍ପସ ଭିତରକୁ ଯାଇ ନଥିଲା। ତେଣୁ ପୁଲିସକୁ ହିଂସା ପାଇଁ ଦାୟୀ କରାଯାଉଥିଲା। ଏହାର ଜବାବରେ ସ୍ଥାନୀୟ ପୁଲିସ କହିଥିଲା ଯେ ଜେଏନୟୁ ଭିତରକୁ ଯିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନର ଅନୁମତି ଦରକାର ଥିଲା।

Advertisment

ପୁଲିସ କହିଥିଲା ଯେ ସେଦିନ ସେମାନେ ଜେଏନୟୁ ଭିତରୁ ୨୩ଟି ପିସିଆର ଫୋନ୍ କଲ୍ ପାଇଥିଲେ। ଅଧିକାଂଶ ଫୋନ୍ କରି ମାଡ଼ ମାରିବା ଆଦି ଉପରେ ଥିଲା। ଏହାପରେ ଡିସିପି ଅପରାହ୍ନ ପ୍ରାୟ ୫ଟାରେ ଅନ୍ୟ ପୁଲିସଙ୍କୁ ଧରି କ୍ୟାମ୍ପସକୁ ଯାଇଥିଲେ। ହେଲେ ସେତେବେଳେକୁ ସବୁ କିଛି ସ୍ୱାଭାବିକ ହୋଇଯାଇଥିବ ଦେଖି ଫେରି ଆସିଥିଲେ। ଫ୍ୟାକ୍ଟ ଫାଇଣ୍ଡିଂ କମିଟି ତଦନ୍ତ କରି କହିଛି ଯେ ହିଂସା ହୋଇଥିଲେ ମଧ୍ୟ ପୁଲିସର ହସ୍ତକ୍ଷେପ ପରେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଅନ୍ୟପଟେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବ୍ଲକ ନିକଟରେ ୨୭ ଜଣ ପୁଲିସ ସାଧା ପୋଷାକରେ ଥିଲେ। ଆନ୍ଦୋଳନକାରୀ ଯେମିତି ଧାରଣା ନଦେବେ ସେ ନେଇ ପୁଲିସ ଗୁରୁତ୍ୱ ଦେଇଥିଲା

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe