Advertisment

ଦିଲ୍ଲୀ ହିଂସା ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା, ୩୮ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଗିରଫଦାରୀ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି। ସେହିପରି ଦିଲ୍ଲୀ ପୁଲିସ୍‌ ଏଯାଏ ୩୮ଟି ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ୍‌ କହିଛି ଯେ ଗଣତନ୍ତ୍ର ଦିବସ ହିଂସା ଘଟଣାରେ ୧୩ରୁ ଅଧିକ ଚାଷୀ ନେତା ଓ ସ୍ୱେଚ୍ଛାସେବୀଙ୍କୁ ନୋଟିସ କରାଯାଇଛି। ଏମାନଙ୍କ ମଧ୍ୟରେ ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ, ସ୍ୱରାଜ ଇଣ୍ଡିଆ ମୁଖ୍ୟ […]

author-image
Hemant Lenka
ଦିଲ୍ଲୀ ହିଂସା ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା, ୩୮ ଏଫଆଇଆର ରୁଜୁ

cf

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଗିରଫଦାରୀ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି। ସେହିପରି ଦିଲ୍ଲୀ ପୁଲିସ୍‌ ଏଯାଏ ୩୮ଟି ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ପୁଲିସ୍‌ କହିଛି ଯେ ଗଣତନ୍ତ୍ର ଦିବସ ହିଂସା ଘଟଣାରେ ୧୩ରୁ ଅଧିକ ଚାଷୀ ନେତା ଓ ସ୍ୱେଚ୍ଛାସେବୀଙ୍କୁ ନୋଟିସ କରାଯାଇଛି।

Advertisment

ଏମାନଙ୍କ ମଧ୍ୟରେ ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ, ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଓ ସମାଜସେବୀ ମେଧା ପାଟକର ରହିଛନ୍ତି। ଏକାଧିକ ଚାଷୀ ନେତାଙ୍କ ନାଁରେ ହତ୍ୟା ଉଦ୍ୟମ, ଦଙ୍ଗା ଓ ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଭଳି ଦଫା ଲଗା ଯାଇଛି।

ଚଳିତ ସପ୍ତାହରେ ଦିଲ୍ଲୀ କମିଶନ ଏସଏନ ଶ୍ରୀବାସ୍ତବ ଜାନୁଆରୀ ୨୬ ହିଂସାକାଣ୍ଡ ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଦଙ୍ଗା ପଛରେ ଥିବା ଲୋକଙ୍କୁ କେବେ ବି ଛଡ଼ା ଯିବନି। ବର୍ତ୍ତମାନ ୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦ ଜଣଙ୍କୁ ଅଟକ ରଖାଯାଇଛି।

Advertisment

ସେହିପରି ହିଂସା ଘଟଣାରେ ୨୨ଟି ଏଫଆଇଆର ରୁଜୁ କରାଯାଇଛି। ଆନ୍ଦୋଳନକାରୀଙ୍କୁ ରୋକିବା ବେଳେ ପ୍ରାୟ ୪୦୦ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେ କହିଥିଲେ।