Advertisment

ନୂଆ ବର୍ଷରେ ଥରିଲା ରାଜଧାନୀ, ୧୫ ବର୍ଷର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ବିଦାୟ ନେଇଛି ୨୦୨୦। ୨୦୨୧ ଅର୍ଥାତ୍ ନୂଆବର୍ଷକୁ ଲୋକେ ଭିନ୍ନ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି। କିନ୍ତୁ ନୂଆ ବର୍ଷରେ ଶୀତର ପ୍ରକୋପ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସି ଆସିଥିବା ଆଇଏମଡିର ରିଜନାଲ୍ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ ଟୁଇଟ୍ କରି ସୂଚନା ନେଇଛନ୍ତି। ଦିଲ୍ଲୀରେ ଦୀର୍ଘ ୧୫ ବର୍ଷ ପରେ ତାପମାତ୍ରା ହ୍ରାସ ପାଇଛି। ଏହା ପୂର୍ବରୁ ଜାନୁଆରୀ ୮, ୨୦୦୬ରେ ଦିଲ୍ଲୀରେ ନ୍ୟୂନତମ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଥରାଉଛି ଶୀତ: ରାଜଧାନୀ ସ୍ଥିତି ଗମ୍ଭୀର

cold

ନୂଆଦିଲ୍ଲୀ: ବିଦାୟ ନେଇଛି ୨୦୨୦। ୨୦୨୧ ଅର୍ଥାତ୍ ନୂଆବର୍ଷକୁ ଲୋକେ ଭିନ୍ନ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି। କିନ୍ତୁ ନୂଆ ବର୍ଷରେ ଶୀତର ପ୍ରକୋପ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସି ଆସିଥିବା ଆଇଏମଡିର ରିଜନାଲ୍ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ ଟୁଇଟ୍ କରି ସୂଚନା ନେଇଛନ୍ତି।

Advertisment

ଦିଲ୍ଲୀରେ ଦୀର୍ଘ ୧୫ ବର୍ଷ ପରେ ତାପମାତ୍ରା ହ୍ରାସ ପାଇଛି। ଏହା ପୂର୍ବରୁ ଜାନୁଆରୀ ୮, ୨୦୦୬ରେ ଦିଲ୍ଲୀରେ ନ୍ୟୂନତମ ତାପମାତ୍ର ୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେହିପରି ଗତବର୍ଷ ଜାନୁଆରୀରେ ମଧ୍ୟ ନ୍ୟୂନତମ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

https://twitter.com/ANI/status/1344857016976568321?s=20

ଆଜି ସକାଳ ୬ଟାରେ ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା, ଯେଉଁକାରଣରୁ ଅଧିକାଂଶ ଅଞ୍ଚଳ ଠିକ୍ ଭାବେ ଦୃଶ୍ୟମାନ ହେଉନଥିଲା। ତେବେ ଆସନ୍ତାକାଲିଠାରୁ ତାପମାତ୍ରା ଧୀରେ ଧୀରେ ବଢ଼ିବ। ଜାନୁଆରୀ ୪ ଓ ୫ ତାରିଖରେ ନ୍ୟୂନତମ ତାପମାତ୍ରା ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ : ପୁଅ ପ୍ରଧାନମନ୍ତ୍ରୀ, ବାପା ଅନ୍ୟ ଦେଶର ନାଗରିକ ହେବାକୁ ଇଚ୍ଛୁକ

Delhi New Year 2021