Advertisment

ଦିଲ୍ଲୀରୁ ଲଣ୍ଡନ ବସ୍ ସେବା: ଜାଣି ରଖନ୍ତୁ ଭଡ଼ା ଏବଂ କେତେ ଦିନରେ ପହଞ୍ଚିବେ

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ବିମାନରେ ଯିବା ବଦଳରେ ସଡକ ପଥରେ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ପୂର୍ବରୁ ଏତେ ବାଟ ଯିବା ପାଇଁ ବସ୍ ସେବା ନଥିଲା। ହେଲେ ଏବେ ଏକ ଟ୍ରାଭେଲ୍ସ କମ୍ପାନୀ ଏଭଳି ବସ୍ ସେବା ଆରମ୍ଭ କରିଛି। ସାଧାରଣତଃ ବିମାନରେ ଗଲେ ଦିଲ୍ଲୀରୁ ସିଧା ଯାଇ ଲଣ୍ଡନରେ ଓହ୍ଲାଇବେ। ହେଲେ ବସରେ ଗଲେ ମୋଟ୍ ୧୮ଟି ଦେଶ ଅତିକ୍ରମ କରି ଲଣ୍ଡନରେ ପହଞ୍ଚିବେ। ମୋଟ୍ ୨୦ ହଜାର କିଲୋମିଟର ରାସ୍ତା […]

ଅଦ୍ୟତନ ହୋଇଛି
ଦିଲ୍ଲୀରୁ ଲଣ୍ଡନ ବସ୍ ସେବା: ଜାଣି ରଖନ୍ତୁ ଭଡ଼ା ଏବଂ କେତେ ଦିନରେ ପହଞ୍ଚିବେ

DELHI TO LONDON

Advertisment

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ବିମାନରେ ଯିବା ବଦଳରେ ସଡକ ପଥରେ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ପୂର୍ବରୁ ଏତେ ବାଟ ଯିବା ପାଇଁ ବସ୍ ସେବା ନଥିଲା। ହେଲେ ଏବେ ଏକ ଟ୍ରାଭେଲ୍ସ କମ୍ପାନୀ ଏଭଳି ବସ୍ ସେବା ଆରମ୍ଭ କରିଛି। ସାଧାରଣତଃ ବିମାନରେ ଗଲେ ଦିଲ୍ଲୀରୁ ସିଧା ଯାଇ ଲଣ୍ଡନରେ ଓହ୍ଲାଇବେ। ହେଲେ ବସରେ ଗଲେ ମୋଟ୍ ୧୮ଟି ଦେଶ ଅତିକ୍ରମ କରି ଲଣ୍ଡନରେ ପହଞ୍ଚିବେ। ମୋଟ୍ ୨୦ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୭୦ ଦିନ ଲାଗିବ ବୋଲି ଗୁରୁଗ୍ରାମର ଏହି ଘରୋଇ ଟ୍ରାଭେଲ୍ସ କମ୍ପାନୀ ଆଡଭେନଚର ଓଭରଲ୍ୟାଣ୍ଡ କହିଛି।

Advertisment

ବସରେ ମୋଟ୍ ୨୦ଟି ସିଟ୍ ରହିଛି। ବସରେ ଥିବା ସିଟ୍ ଶୋଇବା ସହିତ ବସି ପାରିବାର ସୁବିଧା ରହିଛି। ତେବେ ଯେଉଁ ଯାତ୍ରୀ ବସରେ ଯିବାକୁ ଚାହିଁବେ ସେମାନଙ୍କ ପାଇଁ ଭିସା ବ୍ୟବସ୍ଥା ମଧ୍ୟ ଟ୍ରାଭେଲ୍ସ କମ୍ପାନୀ ଦ୍ୱାରା କରିହେବ ବୋଲି ଜଣାପଡ଼ିଛି। ଦିଲ୍ଲୀରୁ ଲଣ୍ଡନ ବ୍ୟକ୍ତି ପିଛା ଭଡ଼ା ୧୫ ଲକ୍ଷ ଟଙ୍କା ରହିଛି। ୨୦୧୭, ୨୦୧୮ ଏବଂ ୨୦୧୯ରେ ଦୁଇ ଟ୍ରାଭେଲର୍ସ ତୁଷାର ଅଗ୍ରଓ୍ୱାଲ ଏବଂ ସଞ୍ଜୟ ମଦନ ଦିଲ୍ଲୀରୁ ଲଣ୍ଡନ ସଡ଼କ ପଥରେ ଗସ୍ତ କରିଥିଲେ। ଏହାପରେ ସେମାନେ ନିଜ ନିଜର ଅନୁଭବ ବାଣ୍ଟିବା ପରେ ଏହି ଟ୍ରାଭେଲ୍ସ କମ୍ପାନୀ ଦିଲ୍ଲୀରୁ ଲଣ୍ଡନ ବସ୍ ସେବା ଆରମ୍ଭ କରିଛି।

ଏହି ଗସ୍ତ ବେଳେ ଟ୍ରାଭେଲ୍ସ କମ୍ପାନୀ ଚାରି ଓ ପାଞ୍ଚ ତାରକା ହୋଟେଲରେ ରହିବାର ସୁବିଧା ମଧ୍ୟ ଯୋଗାଇ ଦେବ। ବସରେ ଥିବା ଡ୍ରାଇଭର, ହେଲପର ଏବଂ ଗାଇଡ ବଡ଼ ବଡ଼ ଷ୍ଟପେଜରେ ପରିବର୍ତ୍ତନ ହେବେ। ଏଥିସହ ଲଣ୍ଡନ ଯିବା ବେଳେ ଯେଉଁ ସବୁ ଦେଶ ପଡ଼ିବ ଟ୍ରାଭେଲ୍ସ କମ୍ପାନୀ ବୁଲାଇ ନେବେ ବୋଲି ଆଡଭେନଚର ଓଭରଲ୍ୟାଣ୍ଡର ସହ ପ୍ରତିଷ୍ଠାତା ତୁଷାର ଅଗ୍ରଓ୍ୱାଲ କହିଛନ୍ତି।

Advertisment
News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe