ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ବେଳେ ନୂଆଦିଲ୍ଲୀରେ ହିଂସା ଘଟଣାରେ ଆକ୍ସନ ମୋଡରେ ରହିଛି ପୁଲିସ । ଏହି ଘଟଣାରେ ଆଜି ଦିଲ୍ଲୀ ପୁଲିସ ୨୦ ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରିଛି। ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଯୋଗେନ୍ଦ୍ର ଯାଦବ, ବାଲଦେବ ସିଂ ସିରସା, ବଲବୀର ଏସ ରାଜୱାଲଙ୍କ ସମେତ ୨୦ ଜଣ କୃଷକ ନେତାଙ୍କୁ ପୁଲିସ ନୋଟିସ ଜାରି କରିଛି। ୩ ଦିନ ମଧ୍ୟରେ ଜବାବ ରଖିବାକୁ ଏମାନଙ୍କୁ କୁହାଯାଇଛି।
Delhi Police issued notices to at least 20 farmer leaders including Yogendra Yadav, Baldev Singh Sirsa, Balbir S Rajewal for breaching the agreement with police regarding the tractor rally. They have been asked to reply within 3 days: Delhi Police
— ANI (@ANI) January 28, 2021
ଜାନୁଆରୀ ୨୬ ଦିନ ହୋଇଥିବା ଟ୍ରାକ୍ଟର ରାଲିରେ ହିଂସା ମାମଲରେ ଯେଉଁମାନଙ୍କ ନାଁରେ ଏଫଆଇଆର୍ ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ମଧ୍ୟ ଜାରି କରିବାକୁ କୁହାଯାଇଛି। ଯେଉଁମାନଙ୍କ ବିରୋଧରେ ଲୁକ୍ଆଉଟ ନୋଟିସ ଜାରି ହେବ ସେମାନଙ୍କ ପାସପୋର୍ଟ ମଧ୍ୟ ଜବତ କରାଯିବାକୁ ନିର୍ଦ୍ଦେଶ ହୋଇଛି।
Delhi Police issues Lookout Notice (LOC) against farmer leaders with the help of immigration: Delhi Police
— ANI (@ANI) January 28, 2021
ସେପଟେ ଚାଷୀ ନେତାମାନେ ହିଂସାକୁ ନେଇ ପାଲଟା ପୁଲିସ ଉପରେ ହିଁ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ରାଲି ପାଇଁ ପୁଲିସ ଯେଉଁ ରୁଟ ଚାର୍ଟ ଦେଇଥିଲା ତାହା ଅବୁଝା ଥିଲା। ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେଣୁ ଏଭଳି ହିଂସା ପଛରେ ପ୍ରଶାସନ ହିଁ ଦାୟୀ ବୋଲି ସେମାନେ ପାଲଟା ଅଭିଯୋଗ ଆଣିଛନ୍ତି। ଯେଉଁମାନେ ଲାଲକିଲ୍ଲାରେ ପଶି ଉପଦ୍ରବ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକମାନେ ଦାବି କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।