ନୂଆଦିଲ୍ଲୀ: ବାତ୍ୟା ନିଭାର ପରେ ବଙ୍ଗୋପସାଗରରେ ଦକ୍ଷିଣପୂର୍ବରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ସୋମବାର ଭାରତୀୟ ପାଣିପାଗ ବିଭାଗ ଏହି ରିପୋର୍ଟ ଦେଇଛି। ଆଗାମୀ ୨୪ ଘଣ୍ଟା ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେବ ବୋଲି ଆଇଏମଡି କହିଛି।
ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ମୁହଁ ହୋଇ ଶ୍ରୀଲଙ୍କା ଉପକୂଳକୁ କ୍ରମଶଃ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପରେ ପ୍ରାୟ ପଶ୍ଚିମ ଦିଗକୁ ଗତି କରିବ। ଡିସେମ୍ବର ୩ ସକାଳ ବେଳକୁ ଶ୍ରୀଲଙ୍କାର କୋମରିନ ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।
ଅବପାତର ପ୍ରଭାବରେ ଡିସେମ୍ବର ୨ରେ ଦକ୍ଷିଣ ତାମିଲନାଡୁ ଏବଂ ଦକ୍ଷିଣ କେରଳର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଅଞ୍ଚଳକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ଆଇଏମଡି ପୂର୍ବରୁ କହିଥିଲା ଯେ ଆସନ୍ତା ଚାରି ଦିନ ମଧ୍ୟରେ ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ଉପକୂଳ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Politics
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଜେପିସି: ୩୧ ସାଂସଦଙ୍କ ମଧ୍ୟରେ ପ୍ରିୟଙ୍କା, ସମ୍ବିତ ଓ ଭର୍ତ୍ତୃହରି
ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କମିଟିରେ ରହିଛନ୍ତି।
National
ଯାତ୍ରୀବାହୀ ଡଙ୍ଗାକୁ ନୌସେନା ସ୍ପିଡ ବୋଟ ଧକ୍କା ଦେବା ଘଟଣାରେ ୧୩ ମୃତ
ଇଞ୍ଜିନ ଟ୍ରାଏଲ ପାଇଁ ସମୁଦ୍ରରେ ଚକର ମାରୁଥିବା ନୌସେନାର ସ୍ପିଡ ବୋଟଟି ହଠାତ୍ ନିୟନ୍ତ୍ରଣ ହରାଇଥିଲା। ଫଳରେ ଏହା ସାମ୍ନାକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା।
Politics
‘ଆମ୍ବେଦକର ବିବାଦ’ରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ, କହିଲେ- ଇସ୍ତଫା ଦେବିନି
ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।
National
ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍ ବୋଟ୍
ବର୍ତ୍ତମାନ ସୁଦ୍ଧା ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାରକାରୀ ଦଳ ପାଣି ଭିତରକୁ ୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।