Advertisment

୮୦ ଘଣ୍ଟାରେ ଭାଙ୍ଗିଗଲା ବିଜେପି ଓ ଫଡ଼ନାଭିସଙ୍କ ଦମ୍ଭ

ମୁମ୍ବାଇ: ଶନିବାର ଭୋର ୫.୪୭ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଠାତ୍‌ ପ୍ରତ୍ୟାହାର ଓ ପରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଏବଂ ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ବିଜେପି ୫ ବର୍ଷ ଯାଏ ସ୍ଥିର ସରକାର ଦେବ ଓ ନିଜ ପାଖରେ ୧୭୦ ବିଧାୟକ ଥିବା ଦାବି କରିଥିଲା। ଏପରି କି ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ମଧ୍ୟ ନୂଆ […]

୮୦ ଘଣ୍ଟାରେ ଭାଙ୍ଗିଗଲା ବିଜେପି ଓ ଫଡ଼ନାଭିସଙ୍କ ଦମ୍ଭ

ddc

Advertisment

ମୁମ୍ବାଇ: ଶନିବାର ଭୋର ୫.୪୭ରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଠାତ୍‌ ପ୍ରତ୍ୟାହାର ଓ ପରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଏବଂ ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ବିଜେପି ୫ ବର୍ଷ ଯାଏ ସ୍ଥିର ସରକାର ଦେବ ଓ ନିଜ ପାଖରେ ୧୭୦ ବିଧାୟକ ଥିବା ଦାବି କରିଥିଲା।

Advertisment

ଏପରି କି ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ପଛାଇ ନଥିଲେ। ହେଲେ ଏହି ସମୟରେ ଶିବସେନା-କଂଗ୍ରେସ ଓ ଏନସିପି ଚଳାଇଥିବା ଗୋଟି ଚଳନାରେ ବିଜେପି ଆଣ୍ଡ କୋ ପୂରା କ୍ଲିନବୋଲ୍ଡ ହୋଇଯାଇଛନ୍ତି।

୧୭୦ ବିଧାୟକ ତ ଦୂରର କଥା ବିଜେପି ୧୪୫ ବିଧାୟକ ମଧ୍ୟ ନିଜ ପାଖକୁ ଆଣିପାରିଲା ନାହିଁ। ତଥାପି ଶନିବାର ଠାରୁ ବିଜେପିର ଜଣଙ୍କ ପରେ ଜଣେ ନେତା ୧୭୦ ବିଧାୟକ ଆମ ପାଖରେ ଅଛନ୍ତି ବୋଲି କହୁଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ଆସ୍ଥା ଭୋଟ ପାଇଁ ୨୪ ଘଣ୍ଟାର ମହଲତ ଦେବା ପରେ ବିଜେପି କ୍ୟାମ୍ପରେ ନିରାଶା ଖେଳି ଯାଇଥିଲା।

Advertisment

୮୦ ଘଣ୍ଟା ପୂର୍ବରୁ ଯେଉଁ ନେତାମାନେ ସରକାର ଗଠନ ନେଇ ଦମ୍ଭୋକ୍ତି କରୁଥିଲେ, ସେହିମାନେ ଏବେ ମୁହଁ ନ ଖୋଲିବାକୁ ଠିକ ମଣିଛନ୍ତି। ଏଥିସହ ସଂଖ୍ୟା ଆମ ପାଖରେ ନାହିଁ ବୋଲି କହି ବିଜେପି ନେତା ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଅର୍ଥାତ ୮୦ ଘଣ୍ଟା ମଧ୍ୟରେ ବିଜେପିର ସରକାର ଗଠନ ଦମ୍ଭ ଭାଙ୍ଗି ଚୂରମାର ହୋଇଯାଇଛି।

ଫଡ଼ନାଭିସ ନିଜ ପଦରୁ ଇସ୍ତଫା ଦେଇ ସରକାର ବଞ୍ଚାଇବା ଅକ୍ଷମ ହୋଇଛନ୍ତି। ହେଲେ ଇସ୍ତଫା ଦେବା ପୂର୍ବରୁ ସେ ନୂଆ ସରକାର କେତେ ଦିନ ତିଷ୍ଠିବ, ସେ ବିଷୟରେ ଚିନ୍ତା କରିଛନ୍ତି। ନିଜ ସରକାର ବଞ୍ଚାଇବାରେ ଅକ୍ଷମ ହୋଇଥିବା ଫଡ଼ନାଭିସଙ୍କ ଏଭଳି ନୂଆ ସରକାର ତିଷ୍ଠିବା ଚିନ୍ତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚିକତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe