'ସରକାରଙ୍କୁ କରୋନାଠାରୁ ଅଧିକ କଙ୍ଗନାଙ୍କ ଉପରେ ଧ୍ୟାନ'

ମୁମ୍ବାଇ: ମହାରାଷ୍ଟ୍ର ସରକାର ଏବଂ କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିକଟରେ କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ଘଟଣା ପରେ ସାରା ଦେଶରୁ ଏନେଇ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ବିରୋଧୀମାନେ ମଧ୍ୟ ମଉକା ହାତଛଡ଼ା କରିନାହାନ୍ତି । ବିରୋଧୀ ଦଳ ନେତାମାନେ ଏଭଳି ଘଟଣାକୁ ଜୋରଶୋର୍ ବିରୋଧ କରୁଛନ୍ତି । ଏହି କ୍ରମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶୁକ୍ରବାର ମହାରାଷ୍ଟ୍ର ସରକାରକୁ କଡ଼ା […]

devendra fadnavis

devendra fadnavis

Pragnya Choudhury
  • Published: Friday, 11 September 2020
  • Updated: 11 September 2020, 04:55 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ସରକାର ଏବଂ କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିକଟରେ କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ଘଟଣା ପରେ ସାରା ଦେଶରୁ ଏନେଇ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ବିରୋଧୀମାନେ ମଧ୍ୟ ମଉକା ହାତଛଡ଼ା କରିନାହାନ୍ତି । ବିରୋଧୀ ଦଳ ନେତାମାନେ ଏଭଳି ଘଟଣାକୁ ଜୋରଶୋର୍ ବିରୋଧ କରୁଛନ୍ତି । ଏହି କ୍ରମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶୁକ୍ରବାର ମହାରାଷ୍ଟ୍ର ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।

ଶୁକ୍ରବାର ଫଡନାଭିସ୍ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କୁ ଲାଗୁଛି କି ସେମାନଙ୍କ ଲଢ଼େଇ କରୋନା ସହ ନୁହେଁ ବରଂ କଙ୍ଗନା ସହ । କରୋନା ଭୂତାଣୁ ଲାଗି ଲୋକ ମରୁଛନ୍ତି । ହେଲେ ଏହାର ଚିନ୍ତା ସରକାରଙ୍କୁ ନାହିଁ । ମୋ ଅନୁସାରେ, କଙ୍ଗନା ସହ ଲଢ଼େଇ କରିବାକୁ ସରକାର ଯେତିକି ବଳ ଖର୍ଚ୍ଚ କରୁଛନ୍ତି, ତା’ର ଅଧା ଶକ୍ତି ଯଦି କରୋନା ସହ ଲଢ଼ିବାରେ ପ୍ରୟୋଗ କରିଥାନ୍ତେ । ହୁଏତ ଆମ ଲୋକମାନଙ୍କ ଜୀବନ ବଞ୍ଚିଯାଇଥାନ୍ତା ।

ଫଡନାଭିସ୍ କହିଛନ୍ତି, ମୋତେ ଲାଗୁଛି ସରକାରଙ୍କୁ କଙ୍ଗନାଠାରୁ ଅଧିକ କରୋନା ଉପରେ ଧ୍ୟାନ ଦେବା ଉଚିତ୍ । ବିଜେପି କଙ୍ଗନାଙ୍କ ପ୍ରସଙ୍ଗ ଉଠେଇ ନ ଥିଲା । ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ପ୍ରସଙ୍ଗକୁ ବଡ଼ ରୂପ ଦେଇଛନ୍ତି । ତାଙ୍କ ଘର ଭାଙ୍ଗିଲେ । ବୟାନବାଜୀ କରି ତାଙ୍କୁ ମୁମ୍ବାଇ ନ ଆସିବା ଉଚିତ୍ ବୋଲି କହିଲେ । ଯେବେକି କଙ୍ଗନା କୌଣସି ରାଷ୍ଚ୍ରୀୟ ନେତା ନୁହନ୍ତି  ବୋଲି କହି ଉଦ୍ଧବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଫଡନାଭିସ୍ ।

ସେହିପରି କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ପ୍ରସଙ୍ଗ ନେଇ ଫଡନାଭିସ୍ କହିଛନ୍ତି ଯେ, ସରକାର ଦାଉଦର ଘର କାହିଁକି ନ ଭାଙ୍ଗି କଙ୍ଗନାଙ୍କ ଘର ଭାଙ୍ଗିବାକୁ ଯାଇଥିଲେ । ଅନ୍ୟପଟେ ଡ୍ରଗ୍ସ ମାମଲାକୁ ନେଇ ସେ କହିଛନ୍ତି ଏବେ ଏନସିବି ତଦନ୍ତ କରୁଛି । ମାମଲା କୋର୍ଟରେ ଅଛି । ଏଣୁ ଏହି ପ୍ରସଙ୍ଗରେ ଅଧିକ କିଛି ମନ୍ତବ୍ୟ ଦେଇ ହେବନାହିଁ । ତଥାପି ଏତିକି କହିବି ଏହି ମାମଲାର ଜଡ଼ ନିକଟରେ ପହଞ୍ଚି ଏହାକୁ ସମାପ୍ତ କରିଦେବା ଉଚିତ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos