Advertisment

କରୋନା ସଚେତନତା ପାଇଁ ରାସ୍ତାକୁ ଓହ୍ଲାଇଲେ ମମତା, ସାମାଜିକ ଦୂରତା ପାଇଁ ଗାର ଟାଣିଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଜି କରୋନା ସଚେତନତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସେ ସାମାଜିକ ଦୂରତା କିପରି ରକ୍ଷା କରାଯିବ ତାହା ମଧ୍ୟ ଶିଖାଇଛନ୍ତି। ଏଥିସହ ନିଜେ ଗାର ଟାଣି ସାମାଜିକ ଦୂରତା ରକ୍ଷା କରିବାକୁ କହୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ତାଙ୍କ ରାଜ୍ୟ ପଶ୍ଚିମବଙ୍ଗରେ ଏବେ ସୁଦ୍ଧା ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। #WATCH West Bengal Chief Minister Mamata Banerjee seen directing officials […]

author-image
Pragnya Choudhury
ଅମ୍ଫାନରେ ଗଲାଣି ୭୨ ଜୀବନ, କ୍ଷତିପୂରଣ ଘୋଷଣା

mamta

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆଜି କରୋନା ସଚେତନତା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସେ ସାମାଜିକ ଦୂରତା କିପରି ରକ୍ଷା କରାଯିବ ତାହା ମଧ୍ୟ ଶିଖାଇଛନ୍ତି। ଏଥିସହ ନିଜେ ଗାର ଟାଣି ସାମାଜିକ ଦୂରତା ରକ୍ଷା କରିବାକୁ କହୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ତାଙ୍କ ରାଜ୍ୟ ପଶ୍ଚିମବଙ୍ଗରେ ଏବେ ସୁଦ୍ଧା ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
https://twitter.com/ANI/status/1243148700458811393?s=20
ଏକ ୩ ମିନିଟ୍‌ର ଭିଡିଓରେ ମମତା ପରିବା ଦୋକାନ ସାମ୍ନାରେ ରାସ୍ତାକୁ ଓହ୍ଲାଇଛନ୍ତି। ସେଠାରେ କିଛି ଲୋକ ପରିବା କିଣିବା ପାଇଁ ଭିଡ଼ ଜମାଉଥିବାର ଦେଖିବାକୁ ମିଳୁଛି। ମମତା ସେମାନଙ୍କୁ ସାମାଜିକ ଦୂରତା ବିଷୟରେ ବୁଝାଇବା ସହ ତୁରନ୍ତ ଏକ ଇଟା ଖଣ୍ଡ ଆଣି ନିଜେ ଗୋଲ ଗୋଲ ଗାର ପକାଉଥିବା ଦେଖିବାକୁ ମିଳିଛି।

Advertisment

ତେବେ ମମତା ଗାର ପକାଉଥିବା ସମୟରେ ଚାରିପଟେ ଗହଳି ଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ସେମାନେ ସାମାଜିକ ଦୂରତା ପାଳନ କରୁନଥିବାରୁ ମମତା ସେମାନଙ୍କୁ ଦୂରେଇ ଦୂରେଇ ରହିବାକୁ ପରାମର୍ଶ ଦେଉଥିବା ଏହି ଭିଡିଓରେ ଶୁଣିବାକୁ ମିଳିଛି।