Advertisment

ଚାଷୀଙ୍କ ସମର୍ଥନରେ ଇସ୍ତଫା ଦେଲେ ଡିଆଇଜି

ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ପଞ୍ଜାବର ଡିଆଇଜି (ଜେଲ୍) ଲଖବିନ୍ଦର ସିଂହ ଜାଖର ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟର ଗୃହ ସଚିବଙ୍କୁ ଇସ୍ତଫା ଦେଇଛନ୍ତି। ଜାଖରର ଗୃହ ସଚିବଙ୍କୁ ପତ୍ର ଲେଖି ଲଖବିନ୍ଦର ସମୟପୂର୍ବରୁ ରିଟାୟରମେଣ୍ଟ ନେବା କଥା କହିଛନ୍ତି। Punjab DIG(Prisons) Lakhminder Singh Jakhar writes to State Principal Secy Home requesting 'to be treated as prematurely retired […]

author-image
Ranjit Kumar Jena
ଚାଷୀଙ୍କ ସମର୍ଥନରେ ଇସ୍ତଫା ଦେଲେ ଡିଆଇଜି

lakhwinder

ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ପଞ୍ଜାବର ଡିଆଇଜି (ଜେଲ୍) ଲଖବିନ୍ଦର ସିଂହ ଜାଖର ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟର ଗୃହ ସଚିବଙ୍କୁ ଇସ୍ତଫା ଦେଇଛନ୍ତି। ଜାଖରର ଗୃହ ସଚିବଙ୍କୁ ପତ୍ର ଲେଖି ଲଖବିନ୍ଦର ସମୟପୂର୍ବରୁ ରିଟାୟରମେଣ୍ଟ ନେବା କଥା କହିଛନ୍ତି।

Advertisment

https://twitter.com/ANI/status/1338026156889526272?s=20

ସେ କହିଛନ୍ତି, କୃଷି ଆଇନକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ମୋର ପୂର୍ଣ୍ଣ ସମର୍ଥନ ରହିଛି। ଏଥିପାଇଁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ନୀତି ଅଭିଯୋଗରେ ଲଖବିନ୍ଦର ବର୍ତ୍ତମାନ ସସପେଣ୍ଡ ଅଛନ୍ତି। କିଛିମାସ ତଳେ ଜେଲ୍‌ ଅଧିକାରୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଥିଲା। ସରକାରଙ୍କ ତରଫରୁ ତାଙ୍କର ଇସ୍ତଫା ପତ୍ରକୁ ସ୍ୱୀକାର କରାଯାଇନଥିବା ସୂଚନା ମିଳିଛି।

resign

ସୂଚନାଯୋଗ୍ୟ, ପଞ୍ଜାବରେ ଚାଷୀଙ୍କ ପ୍ରଦର୍ଶନକୁ ଲୋକଙ୍କର ଭରପୂର ସମର୍ଥନ ମିଳିଛି। କ୍ରୀଡ଼ା ଜଗତଠାରୁ ଆରମ୍ଭ କରି ସାହିତ୍ୟ, କିଛି ରାଜନେତା ମଧ୍ୟ ଚାଷୀଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ହକି ଟିମର ପୂର୍ବତନ କ୍ୟାପଟେନ୍ ପର୍ଗତ ସିଂହଙ୍କ ସମେତ ଅଧିକ ଖେଳାଳି ନିଜର ସମ୍ମାନ ଫେରାଇବା ପାଇଁ ଚେତାବନୀ ଦେଇଛନ୍ତି।

Advertisment