Advertisment

କଂଗ୍ରେସ ନେତା କାମାତ ବିଜେପିରେ ହେବେ ସାମିଲ, ହୋଇପାରନ୍ତି ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜି: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ କଂଗ୍ରେସ ସରକାର ଗଢିବା ପାଇଁ ଦାବି କରୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର କାମାତ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି । ଗୋଆ ଉପବାଚସ୍ପତି ମାଇକେଲ ଲୋବୋ ଏହା କହିଛନ୍ତି। ପାରିକରଙ୍କ ସ୍ଥାନରେ କାମତ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ସେ ମୁଖ୍ୟମନ୍ତ୍ରୀ ହେବେ କି ଆଉ କିଏ ହେବେ ତାହା କେନ୍ଦ୍ର ନେତୃତ୍ବ ସ୍ପଷ୍ଟ […]

ଅଦ୍ୟତନ ହୋଇଛି
କଂଗ୍ରେସ ନେତା କାମାତ ବିଜେପିରେ ହେବେ ସାମିଲ, ହୋଇପାରନ୍ତି ଗୋଆ ମୁଖ୍ୟମନ୍ତ୍ରୀ

kamat

Advertisment

ପାଣାଜି: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ କଂଗ୍ରେସ ସରକାର ଗଢିବା ପାଇଁ ଦାବି କରୁଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର କାମାତ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି । ଗୋଆ ଉପବାଚସ୍ପତି ମାଇକେଲ ଲୋବୋ ଏହା କହିଛନ୍ତି। ପାରିକରଙ୍କ ସ୍ଥାନରେ କାମତ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ସେ ମୁଖ୍ୟମନ୍ତ୍ରୀ ହେବେ କି ଆଉ କିଏ ହେବେ ତାହା କେନ୍ଦ୍ର ନେତୃତ୍ବ ସ୍ପଷ୍ଟ କରିବ ବୋଲି ଉପବାଚସ୍ପତି କହିଛନ୍ତି।

Advertisment

ନିକଟରେ କଂଗ୍ରେସର ୩ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ କାମାତ ମୁଖ୍ୟମନ୍ତ୍ରୀ ଥିଲେ ତେଣୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କୁ ଆଣି ଅନ୍ୟାନ୍ୟ ଦଳର ବିଧାୟକଙ୍କୁ ବିଜେପିରେ ସାମିଲ କରିବା ପାଇଁ ବିଜେପି ଚେଷ୍ଟା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଗୋଆ ବିଧାନସଭାରେ ମୋଟ ୪୦ ଆସନରୁ ଜଣେ ବିଧାୟକଙ୍କର ମୃତ୍ୟୁ ଓ ଅନ୍ୟ ୨ ଜଣ କଂଗ୍ରେସରୁ ଇସ୍ତଫା ଦେବା ପରେ ୩୭ ଜଣ ବିଧାୟକ ଅଛନ୍ତି। କଂଗ୍ରେସ ପାଖରେ ୧୪ ଜଣ ବିଧାୟକ ଥିବାବେଳେ ବିଜେପି ପାଖରେ ୧୩ ଜଣ ବିଧାୟକ ଅଛନ୍ତି। ଗୋଆ ଫରୱାର୍ଡ ପାର୍ଟିରୁ ୩, ମହାରାଷ୍ଟ୍ରୱାଦି ଗୋମନ୍ତକ ପାର୍ଟିରୁ ୩ ଏବଂ ସ୍ବାଧୀନ ବିଧାୟକ ୩ ଏବଂ ଏନସିପିର ଜଣେ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି। ହେଲେ କଂଗ୍ରେସ ଦାବି କରୁଛି ବିଜେପି ସହ ମେଣ୍ଚରେ ଥିବା ଦଳ କଂଗ୍ରେସକୁ ସମର୍ଥନ କରିବେ। ତେଣୁ କଂଗ୍ରେସ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଢିବା ପାଇଁ ଦାବି କରିଛି।

Advertisment

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଗ୍ନେଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରୁ ଚିକିତ୍ସିତ ହୋଇ ଫେରିବା ପରେ ଏମସରେ ଭର୍ତି ହୋଇଥିଲେ। ଏବେ ପୁଣି ସେ ଗୁରୁତର ହୋଇଥିବା ବେଳେ ପାରିକରଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସୁନଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe