Advertisment

'ଭାରତରେ ମଧ୍ୟ ଜଣେ ବାଇଡେନ୍ ଆବଶ୍ୟକ'

ନୂଆଦିଲ୍ଲୀ: ଆମେରିକା ରାଷ୍ଚ୍ରପତି ନିର୍ବାଚନକୁ ନେଇ ସାରା ବିଶ୍ୱ ଉତ୍ସାହିତ ଥିବା ବେଳେ ଭାରତରେ ମଧ୍ୟ ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳିଛି। ତେବେ ସବୁ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ବିପୁଳ ଜନ ସମର୍ଥନରେ ଜୋଏ ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ବିଜୟ ମୁକୁଟ ପିନ୍ଧିଛନ୍ତି। ଏହା ପରେ ଭାରତରେ ଚର୍ଚ୍ଚା ଜୋର୍ ଧରିଛି। ସୋଶାଲ ମିଡିଆରେ ଖୁବ୍ ପ୍ରତିକ୍ରିୟା ଆସୁଥିବା ବେଳେ ରାଜନେତାଙ୍କ ବୟାନବାଜୀ ଏହାକୁ ଆହୁରି ତୀବ୍ର କରୁଛି। ବାଇଡେନଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ […]

ଅଦ୍ୟତନ ହୋଇଛି
ଉପନିର୍ବାଚନରେ ନିରାଶ ହେବା ପରେ ଇଭିଏମକୁ ଦାୟୀ କଲା କଂଗ୍ରେସ

digvijaya

Advertisment

ନୂଆଦିଲ୍ଲୀ: ଆମେରିକା ରାଷ୍ଚ୍ରପତି ନିର୍ବାଚନକୁ ନେଇ ସାରା ବିଶ୍ୱ ଉତ୍ସାହିତ ଥିବା ବେଳେ ଭାରତରେ ମଧ୍ୟ ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳିଛି। ତେବେ ସବୁ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ବିପୁଳ ଜନ ସମର୍ଥନରେ ଜୋଏ ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନର ବିଜୟ ମୁକୁଟ ପିନ୍ଧିଛନ୍ତି। ଏହା ପରେ ଭାରତରେ ଚର୍ଚ୍ଚା ଜୋର୍ ଧରିଛି। ସୋଶାଲ ମିଡିଆରେ ଖୁବ୍ ପ୍ରତିକ୍ରିୟା ଆସୁଥିବା ବେଳେ ରାଜନେତାଙ୍କ ବୟାନବାଜୀ ଏହାକୁ ଆହୁରି ତୀବ୍ର କରୁଛି।

Advertisment

ବାଇଡେନଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ବାଇଡେନଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ଦିଗବିଜୟ ଏକ ଟ୍ୱିଟ୍ କରି ସମସ୍ତ ଆମେରିକା ଭୋଟରଙ୍କୁ ଜୋଏ ବାଇଡେନଙ୍କୁ ଭୋଟ ଦେଇଥିବାରୁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି, ବାଇଡେନ ଆମେରିକାକୁ ଏକଜୁଟ କରିବେ ଏବଂ ପୂର୍ବ ସରକାର ଭଳି ବିଭାଜିତ କରିବେ ନାହିଁ ବୋଲି ଦିଗବିଜୟ କହିଛନ୍ତି।

ସେ ପୁଣି ଲେଖିଛନ୍ତି, "ଭାରତକୁ ମଧ୍ୟ ଜଣେ ଜୋଏ ବାଇଡେନ ଆବଶ୍ୟକ। 2024ରେ ଆମକୁ ଏଭଳି ଜଣେ ନେତା ମିଳିଯିବ ବୋଲି ଆଶା ରହିଛି। ଦଳ ନିର୍ବିଶେଷରେ ଏହା ସମସ୍ତ ଭାରତୀୟଙ୍କ ପ୍ରୟାସ ହେବା ଆବଶ୍ୟକ। ଭାରତକୁ ବିଭାଜିତ କରୁଥିବା ଶକ୍ତିମାନଙ୍କୁ ହରାଇବାକୁ ହେବ। ଆମେ ପ୍ରଥମେ ଭାରତୀୟ।"

Joe Biden US Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe