Advertisment

ଦିଲ୍ଲୀରେ କ୍ଷମତା ଯୁଦ୍ଧ: ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ କେଜରିୱାଲ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପରାଜ୍ୟପାଳ ନଜୀବ ଜଙ୍ଗ ମଧ୍ୟରେ ଦେଖାଯାଇଥିବା ବିବାଦ ଭିନ୍ନ ମୋଡ ନେଇଛି। ଏନେଇ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ମନସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କୁ ସେ ଭେଟି ଉପରାଜ୍ୟପାଳ ନଜୀବ ଜଙ୍ଗ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିବେ । ଏହାସହ ଏହି ବିବାଦରେ ହସ୍ତକ୍ଷେପ ପାଇଁ ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ […]

ଅଦ୍ୟତନ ହୋଇଛି
ଦିଲ୍ଲୀରେ କ୍ଷମତା ଯୁଦ୍ଧ: ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ କେଜରିୱାଲ

Arvind-Kejriwal

Advertisment

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପରାଜ୍ୟପାଳ ନଜୀବ ଜଙ୍ଗ ମଧ୍ୟରେ ଦେଖାଯାଇଥିବା ବିବାଦ ଭିନ୍ନ ମୋଡ ନେଇଛି। ଏନେଇ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ମନସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କୁ ସେ ଭେଟି ଉପରାଜ୍ୟପାଳ ନଜୀବ ଜଙ୍ଗ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିବେ । ଏହାସହ ଏହି ବିବାଦରେ ହସ୍ତକ୍ଷେପ ପାଇଁ ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଦଳମଧ୍ୟରେ ଆଲୋଚନା କରିଛନ୍ତି। ଏହି ବିବାଦ ଯୋଗୁ ପୁଣି ସରଗରମ ହୋଇଯାଇଛି ଦିଲ୍ଲୀ ରାଜନୀତି।

Advertisment

ସୂଚନାଯୋଗ୍ୟ ଯେ, ସୋମବାର ଦିଲ୍ଲୀ ସଚିବାଳୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କାର୍ଯ୍ୟକାରୀ ମୁଖ୍ୟ ଶାସନ ସଚିବ ପଦରେ ଶକୁନ୍ତଳା ଗାମଲିନଙ୍କ ନିଯୁକ୍ତିକୁ ନେଇ କେଜରିୱାଲ ଓ ଜଙ୍ଗଙ୍କ ମଧ୍ୟରେ ଦେଖାଦେଇଛି ବିବାଦ ଉଗ୍ର ରୂପ ନେଇଥିଲା।ତେବେ ଏହି ବିବାଦରେ ଫସିଛନ୍ତି ଦିଲ୍ଲୀ ସଚିବାଳୟର ବରିଷ୍ଠ ସଚିବ ଅନିନ୍ଦୋ ମଜୁମଦାର। ଉପରାଜ୍ୟପାଳଙ୍କ ନିର୍ଦେଶକ୍ରମେ ମୁଖ୍ୟ ସଚିବ (ସେବା) ଅନିନ୍ଦୋ ମଜୁମଦାର କାର୍ଯ୍ୟକାରୀ ମୁଖ୍ୟ ସଚିବ ପଦରେ ଗାମଲିନଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଅନିନ୍ଦୋଙ୍କ ଏପରି କାର୍ଯ୍ୟରେ ଦିଲ୍ଲୀ ସରକାର ପ୍ରତିକ୍ରିୟାଶୀଳ ହୋଇ ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଅନିନ୍ଦୋ ସୋମବାର ନିୟମିତ ଭାବେ ତାଙ୍କ କାର୍ଯ୍ୟାଳୟକୁ ଯାଇଥିବାବେଳେ ଏଥିରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ।  ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ନିର୍ଦେଶକ୍ରମେ ଅନିନ୍ଦୋଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଏହାକୁ ଦିଲ୍ଲୀ ସଚିବାଳୟର ମୁଖ୍ୟ ସଚିବ କେକେ ଶର୍ମା ୧୦ଦିନ ପାଇଁ ଆମେରିକା ଗସ୍ତରେ ଯାଇଥିବାରୁ ତାଙ୍କ ସ୍ଥାନରେ ଜଣେ କାର୍ଯ୍ୟକାରୀ ସଚିବ ନିଯୁକ୍ତି ଦିଆଯାଇଥିଲା। ଶକ୍ତି ବିଭାଗର ସଚିବ ଥିବା ଗାମଲିନଙ୍କୁ ଏହି ପଦରେ ନିଯୁକ୍ତି ଦେବାକୁ ଉପରାଜ୍ୟପାଳ ନିଷ୍ପତ୍ତି ନେଇଥିବାବେଳେ ମୁଖ୍ୟମନ୍ତ୍ରୀ କେଜରିୱାଲ ଏହାକୁ ବିରୋଧ କରିଥିଲେ। କେଜରିୱାଲଙ୍କ ବିରୋଧ ସେତ୍ତ୍ୱ ଗାମଲିନଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା। ଉପରାଜ୍ୟପାଳଙ୍କ ନିର୍ଦେଶ ଭିତ୍ତିରେ ଗାମଲିନଙ୍କ ନିଯୁକ୍ତି ସମ୍ପର୍କିତ ନିର୍ଦେଶନାମା ଅନିନ୍ଦୋ ଜାରି କରିଥିଲେ। ନିଯୁକ୍ତି ନିର୍ଦେଶନାମା ଜାରି କରିଥିବା କାରଣରୁ ଦିଲ୍ଲୀ ସରକାର ଅନିନ୍ଦୋଙ୍କ ଉପରେ ଦାଉ ସାଧିଛନ୍ତି। ଅନିନ୍ଦୋଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ସହ ତାଙ୍କ ପାଖରେ ଥିବା କ୍ଷମତାକୁ ରାଜେନ୍ଦ୍ର କୁମାରଙ୍କୁ ହସ୍ତାନ୍ତର କରାଯାଇଛି। ଦିଲ୍ଲୀ ସରକାରଙ୍କ ଦ୍ୱାରା ରାଜେନ୍ଦ୍ରଙ୍କୁ ସେବା ବିଭାଗର ମୁଖ୍ୟ ସଚିବ ପଦରେ ନିଯୁକ୍ତି ଦିଆଯାଇଛି। ସେପଟେ ଉପରାଜ୍ୟପାଳ ରାଜେନ୍ଦ୍ରଙ୍କୁ ଦିଆଯାଇଥିବା ନିଯୁକ୍ତିକୁ ଅଗ୍ରାହ୍ୟ କରିଛନ୍ତି।

ଦିଲ୍ଲୀରେ ଦେଖାଯାଇଥିବା ଏହି ବିବାଦକୁ ନେଇ କଂଗ୍ରେସ ଓ ସିପିଆଇ(ଏମ‍୍‌) କେଜରିୱାଲଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି। ଏହି ଦୁଇ ବିରୋଧୀ ଦଳ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁମତି ବିନା କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ଅନୁଚିତ୍। ଦିଲ୍ଲୀ ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ମାକେନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାକ୍ରମେ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ଦିଆଯିବା ଦରକାର। ସିପିଆଇ-ଏମ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ଏହିସବୁ ପ୍ରସଙ୍ଗରେ କେନ୍ଦ୍ର ସରକାର ରାଜ୍ୟର ଅଧିକାର ଉପରେ ହସ୍ତକ୍ଷେପ କରିବା ଅନୁଚିତ୍। ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରେନ  ରିଜିଜୁ କହିଛନ୍ତି ଯେ ଶକୁନ୍ତଳା ଗାମଲିନ ଉତ୍ତର-ପୂର୍ବଞ୍ଚଳର ହୋଇଥିବାରୁ ଆପ‍୍‌ ସରକାର ତାଙ୍କର ଚରିତ୍ର ସଂହାର କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe